ଆକ୍ସନ ମୁଡ୍‌ରେ ଇଡି, ପୂର୍ବତନ MLCଙ୍କ ୪,୪୦୦ କୋଟିର ଜମି ଓ ୟୁନିର୍ଭସିଟି ବିଲ୍ଡିଂ ସିଜ୍

ମହମ୍ମଦ ଇକବାଲ ଗତ କିଛି ମାସ ଧରି ଫେରାର ଅଛନ୍ତି। ସେ ଦୁବାଇରେ ଆଶ୍ରୟ ନେଇଥିବା କୁହାଯାଉଛି।

mohammad-haji-iqbal

ପୂର୍ବତନ ଏମ୍‌ଏଲ୍‌ସି ମହମ୍ମଦ ଇକବାଲ

Madhupriya Mistry
  • Published: Saturday, 15 June 2024
  • Updated: 15 June 2024, 10:25 AM IST

ଆକ୍ସନ ମୁଡ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଉତ୍ତରପ୍ରଦେଶର ସାହାରନପୁର ଖଣି ମାଫିଆ ତଥା ବିଏସ୍‌ପିର ପୂର୍ବତନ ଏମ୍‌ଏଲ୍‌ସି ମହମ୍ମଦ ଇକବାଲଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି। ମହମ୍ମଦ ଇକବାଲଙ୍କ ଦ୍ୱାରା ନିର୍ମିତ ବେଆଇନ ବିଶ୍ୱବିଦ୍ୟାଳୟକୁ ଇଡି ଜବତ କରିଛି। ବେଆଇନ ଖଣି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜବତ ହୋଇଥିବା ସମ୍ପତ୍ତିରେ ସାହାରନପୁରରେ ଥିବା ତାଙ୍କର ୨୧୨ ଏକର ଜମି ଏବଂ ଗ୍ଲୋକାଲ ବିଶ୍ୱବିଦ୍ୟାଳୟର ବିଲ୍ଡିଂ ସାମିଲ ଅଛି। ଏହାର ଦାମ୍‌ ପ୍ରାୟ ୪,୪୪୦ କୋଟି ବୋଲି କୁହାଯାଇଛି। ଏହି ବିଶ୍ୱବିଦ୍ୟାଳୟର ଦାୟିତ୍ୱ ତାଙ୍କ ଭାଇ ଏବଂ ପୁଅମାନଙ୍କ ଉପରେ ଥିଲା।

Also Read

ବିଏସପି ସରକାର ସମୟରେ ଘଟିଥିବା ଚିନି ମିଲ ସ୍କାମରେ ଇକବାଲଙ୍କ ବିରୋଧରେ ଇଡି ଅନୁସନ୍ଧାନ କରୁଛି। ଏହି ମାମଲାରେ ୨୦୨୧ରେ ପୂର୍ବତନ ଏମଏଲସି ମହମ୍ମଦ ଇକବାଲଙ୍କ ୧୦୯୭କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି।

ଏ ସମ୍ପର୍କରେ ଇଡି ଏକ ବିବୃତ୍ତିରେ କହିଛି ଯେ ମହମ୍ମଦ ଇକବାଲ ୨୦୧୦ ରୁ ୨୦୧୨ମଧ୍ୟରେ ସାହାରନପୁର ତଥା ଏହାର ଆଖପାଖରେ ବେଆଇନ ଖଣିରୁ ୫୦୦କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ। ପରେ ସେ ଏହି ଟଙ୍କାକୁ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଲଗାଇଥିଲେ। ମହମ୍ମଦ ଇକବାଲ ଅବଦୁଲ ୱାହିଦ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ଏହି ଜମି କିଣିଥିଲେ ଏବଂ ଏହା ଉପରେ ଏହି ବିଶ୍ୱବିଦ୍ୟାଳୟ ତିଆରି କରିଥିଲେ।

ମହମ୍ମଦ ଇକବାଲ ଗତ କିଛି ମାସ ଧରି ଫେରାର ଅଛନ୍ତି। ସେ ଦୁବାଇରେ ଆଶ୍ରୟ ନେଇଥିବା କୁହାଯାଉଛି। ଦେଶର ଅନେକ ଏଜେନ୍ସି ଇକବାଲଙ୍କ ବିରୋଧରେ ଅନୁସନ୍ଧାନ କରୁଛନ୍ତି। ଇକବାଲଙ୍କ ବିରୋଧରେ ମନି ଲଣ୍ଡରିଂ ଏବଂ ବେଆଇନ ଖଣି ଭଳି ଅନେକ ଗୁରୁତର ଅଭିଯୋଗ ରହିଛି। ମହମ୍ମଦ ଇକବାଲଙ୍କର ଚାରି ପୁଅ ଅଛନ୍ତି। ଜେଲରେ ଥିବା ପୁଅ ଓ ଭାଇଙ୍କ ବିରୋଧରେ ମଧ୍ୟ ଅନେକ ମାମଲା ରୁଜୁ ହୋଇଛି।

ଇଡି ଅନୁଯାୟୀ, ଇକବାଲ ଅବଦୁଲ ୱାହିଦ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ଥିଲେ ଏବଂ ଏହାର ସମସ୍ତ ଟ୍ରଷ୍ଟି ଇକବାଲଙ୍କ ପରିବାରର ଥିଲେ। ୧୦ ବର୍ଷ ପୂର୍ବେ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story