ED
୨୬୩ କୋଟି ଟଙ୍କାର ଇନକମ୍ ଟ୍ୟାକ୍ସ ଧୋକାଧାଡ଼ି ମାମଲାରେ ଇଡି ନେଇଛି ବଡ଼ ଆକ୍ସନ । ଏହି ମାମଲାରେ ଇଡି ମୁମ୍ବାଇରେ ଜଣେ ଆଇପିଏସ୍ ଅଧିକାରୀଙ୍କ ସ୍ୱାମୀ ପୁରୁଷୋତ୍ତମ ଚୌହାନଙ୍କ ଆଲିଶାନ ଫ୍ଲାଟକୁ ଜବତ କରିଛି। ଏହି ମାମଲାରେ ଗତ ମେ’ରେ ଇଡି ପୁରୁଷୋତ୍ତମଙ୍କୁ ଗିରଫ କରିଥିଲା।
ପୁରୁଷୋତ୍ତମଙ୍କୁ ଗିରଫ କରିବା ପୂର୍ବରୁ ଇଡି ତାଙ୍କ ଆଇପିଏସ୍ ପତ୍ନୀଙ୍କ ଘର ତଲାସୀ କରିଥିଲା। ଉକ୍ତ ସମୟରେ ଲେଡି ଆଇପିଏସ୍ଙ୍କ ଘରେ ଥିବା ସମ୍ପତ୍ତିର କାଗଜପତ୍ର ଦେଖି ଇଡି ଅଧିକାରୀ ବି ତାଜୁବ ହୋଇ ଯାଇଥିଲେ । ତାଙ୍କ ଘରୁ ପ୍ରାୟ୧୫ଶହ କୋଟି ଟଙ୍କାର ସମ୍ପତ୍ତିର କାଗଜପତ୍ର ଜବତ ହୋଇଥିଲା।
ସେ ବହୁ ଜାଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ବହୁ ଯୋଜନାର ଫାଇଦା ଉଠାଇ ମାଲେମାଲ ହେଉଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ଯାଞ୍ଚ ବେଳେ ମୁମ୍ବାଇ,ଥାନେ ଓ ୱର୍ଲିଂ ସ୍ଥିତ ପ୍ରାୟ ୧୪ଟି ଫ୍ଲାଟର କାଗଜପତ୍ର ମିଳିଥିଲା।
ଏହି ସବୁ ସମ୍ପତ୍ତି ଭିନ୍ନ ଭିନ୍ନ ନାମରେ ଥିବାରୁ ଆଇପିଏମ୍ ଅଧିକାରୀ ଓ ତାଙ୍କ ସ୍ୱାମୀ ଏହିପରି ଆହୁରି ବେନାମୀ ସମ୍ପତ୍ତି ଠୁଳ କରିଥିବା ଅନୁମାନ କରାଯାଉଛି। ଏନେଇ ଇଡି ପକ୍ଷରୁ ମହାରାଷ୍ଟ୍ର ସରକାର ଓ ପୁଲିସ୍କୁ ଅବଗତ କରାଯାଇଥିଲା।
ଏହି ମାମଲାରେ ଗତ ମେ’ ୨୦ରେ ପୁରୁଷୋତ୍ତମଙ୍କୁ ଗିରଫ କରାଯାଇଥିବା ବେଳେ ତା’ ପୂର୍ବରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
