Advertisment

ହେମନ୍ତ ସୋରେନ୍‌ଙ୍କୁ ପୁଣି ସମନ, ନୂଆ ଡେଡ୍‌ଲାଇନ୍‌ ଦେଲା ଇଡି

ଏହାପୂର୍ବରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଇଡି ଏକ ଚିଠି ପଠାଇଥିଲା। ମନି ଲଣ୍ଡରିଂ ମାମଲାରେ ଆପଣଙ୍କ କେବେ ଓ କେଉଁଠି ବୟାନ ରେକର୍ଡ କରିବା ପାଇଁ ସୁବିଧା ହେବ ସେ ନେଇ ଜଣାନ୍ତୁ ବୋଲି ଇଡି ଚିଠି ମାଧ୍ୟମରେ କହିଥିଲା।

author-image
Madhupriya Mistry
Hemant Soren

Hemant Soren

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପୁଣି ସମନ। ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ହେମନ୍ତ ସୋରେନ୍‌ ସମନ କରିଛି। ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନୂଆ ଡେଡ୍‌ ଲାଇନ୍ ଦିଆଯାଇଛି। ଅସନ୍ତା ଜାନୁଆରୀ ୧୬ରୁ ୨୦ ଭିତରେ ହାଜର ହେବାକୁ ହେମନ୍ତ ସୋରେନ୍‌ଙ୍କୁ କୁହାଯାଇଛି।

Advertisment

ଜମି ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପାଇଁ ଇଡି ବାରମ୍ବାର ହେମନ୍ତ ସୋରେନ୍‌ଙ୍କୁ ସମନ କରିସାରିଲାଣି। କିନ୍ତୁ ସେ ଥରଟିଏ ବି ହାଜର ହୋଇନାହାନ୍ତି। ଏବେ ପୁଣିଥରେ ଇଡି ୮ମ ଥର ପାଇଁ ତାଙ୍କୁ ସମନ ପଠାଇ ଡକାଇଛି।

ଏହାପୂର୍ବରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଇଡି ଏକ ଚିଠି ପଠାଇଥିଲା। ମନି ଲଣ୍ଡରିଂ ମାମଲାରେ ଆପଣଙ୍କ କେବେ ଓ କେଉଁଠି ବୟାନ ରେକର୍ଡ କରିବା ପାଇଁ ସୁବିଧା ହେବ ସେ ନେଇ ଜଣାନ୍ତୁ ବୋଲି ଇଡି ଚିଠି ମାଧ୍ୟମରେ କହିଥିଲା।

Advertisment

ରାଞ୍ଚିର ବଡଗାଇ ଅଞ୍ଚଳରେ ହୋଇଥିବା ଜମି ଦୁର୍ନୀତି ମାମଲରେ ଇଡି ହେମନ୍ତ ସୋରେନ୍‌ଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି। ଏଥିପାଇଁ ତାଙ୍କୁ ଗତ ୨୯ ଡସେମ୍ବରରେ ସପ୍ତମ ଥର ପାଇଁ ତଦନ୍ତକାରୀ ଏଜେନ୍ସି ସମନ ପଠାଇ ଡକାଇଥିଲା। ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ଡିସେମ୍ବର ୩୧ ଡେଡ୍‌ଲାଇନ୍‌ ଦିଆଯାଇଥିଲା। ତେବେ ସେ ଏହାକୁ ଖାତିର କରିନଥିଲେ। ହାଜର ହବାକୁ ମନା କରିଦେଇଥିଲେ।

ସେ ଜାନୁଆରୀ ୨ ତାରିଖରେ ବାରମ୍ବାର ସମନ ପଠାଇବାର କାରଣ ପଚାରିବା ସହ ଇଡି ଉପରେ ପ୍ରଶ୍ନ ଉଠାଇଥିଲେ। ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ଏହି ସମନ ପଠାଯାଉଛି। ସମନ ପାଇଁ ତାଙ୍କୁ ବାରମ୍ବାର ମିଡିଆ ଟ୍ରାଏଲର ସାମ୍ନା କରିବାକୁ ପଡୁଛି। ଏଭଳି କରି ତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି ସୋରେ ନ୍‌ ଇଡି ଚିଠି ଲେଖି କହିଥିଲେ।

Hemant Soren ED Summon Jharkhand CM