Advertisment

ବନ୍ଧା ହେଲେ ଆଇଏଏସ ଅଫିସର, ଲାଗିଛି ସଙ୍ଗୀନ ଅଭିଯୋଗ

ଛବି ରଞ୍ଜନ ଏବେ ଝାଡ଼ଖଣ୍ଡ ସରକାରଙ୍କ ସାମାଜିକ କଲ୍ୟାଣ ବିଭାଗର ଡାଇରେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ୨ ଗତକାଲି ଇଡି କାର୍ଯ୍ୟାଳୟରେ ଦୀର୍ଘ ୧୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପଚରାଉଚରା ପରେ ତାଙ୍କୁ ବନ୍ଧା ଯାଇଛି।

author-image
Niharika Rout
Chhavi Ranjan

Chhavi Ranjan

ଜମି ଦୁର୍ନୀତି ମାମଲାରେ ବନ୍ଧା ହେଲେ ଆଇଏଏସ ଅଧିକାରୀ। ଏହି ଅଧିକାରୀଜଣକ ହେଉଛନ୍ତି ଝାଡ଼ଖଣ୍ଡ କ୍ୟାଡରର ଆଇଏଏସ୍‌ ଅଫିସର ଛବି ରଞ୍ଜନ । ୨୦୧୧ ବ୍ୟାଚର ଏହି ଅଧିକାରୀଙ୍କୁ ଗତକାଲି ଇଡି କାର୍ଯ୍ୟାଳୟରେ ଦୀର୍ଘ ୧୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପଚରାଉଚରା ପରେ ବନ୍ଧା ଯାଇଛି।

Advertisment

ଛବି ରଞ୍ଜନ ଏବେ ଝାଡ଼ଖଣ୍ଡ ସରକାରଙ୍କ ସାମାଜିକ କଲ୍ୟାଣ ବିଭାଗର ଡାଇରେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ଜମି ଦୁର୍ନୀତି ମାମଲାରେ ଏପ୍ରିଲ ୧୩ ତାରିଖରେ ଛବି ରଞ୍ଜନଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ ଡକୁମେଣ୍ଟ ଜବତ କରାଯାଇଥିଲା । ଉକ୍ତ ଦିନ ଜମି ଦୁର୍ନୀତି ମାମଲାରେ ୭ ଜଣଙ୍କୁ ବାନ୍ଧିଥିଲା ଇଡି।  

ଏହାପରେ ଏପ୍ରିଲ ୨୪ ତାରିଖରେ ପ୍ରଥମ ଥର ପାଇଁ ଛବି ରଞ୍ଜନ ଇଡ଼ି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେତେବେଳେ ତାଙ୍କୁ ୯ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପଚରା ଯାଇଥିଲା। ଉକ୍ତ ଦିନ ତାଙ୍କୁ ୭ ଅଭିଯୁକ୍ତଙ୍କ ସହ ସାମନାସାମନି ଜେରା କରାଯାଇଥିଲା। ଜମି ଦୁର୍ନୀତିର ସବୁ ଡକୁମେଣ୍ଟ ସେମାନେ ଛବି ରଞ୍ଜନଙ୍କ କହିବା ଅନୁଯାୟୀ କାମ କରିଥିବା ଅଭିଯୁକ୍ତମାନେ କହିଥିଲେ। ମାତ୍ର ଏହାକୁ ଛବି ରଞ୍ଜନ ଖଣ୍ଡନ କରିଥିଲେ। ଛବି ରଞ୍ଜନ ରାଞ୍ଚିର କଲେକ୍ଟର ଥିବା ବେଳେ ସେତେବେଳେ ଜମି ଦୁର୍ନୀତି ହୋଇଥିବା ଓ ସେଥିରେ ତାଙ୍କ ସମ୍ପୃକ୍ତି ଥିବା ସାମନାକୁ ଆସିଥିଲା।

Advertisment

ଇଡି ସମନ ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୧୦ଟା ୪୫ରେ ଛବି ରଞ୍ଜନ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ପ୍ରାୟ ୧୦ ଘଣ୍ଟା  ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣେ ଇଡି ଅଧିକାରୀ ସୂଚନା ଦେଇଥିଲେ। ତେବେ ଏ ନେଇ କୌଣସି ସୂଚନା ପାଇ ନ ଥିବା ଛବି ରଞ୍ଜନଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଗତ ରାତିରେ ଛବି ରଞ୍ଜନଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି। ଏହାପରେ ଅଧିକ ପଚରାଉଚରା ପାଇଁ ଇଡି ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ବୋଲି ଅନୁମାନ କରାଯାଉଛି।

ଝାରଖଣ୍ଡରେ ପ୍ରାୟ ୧୨ରୁ ଅଧିକ ଜମି ଦୁର୍ନୀତି ମାମଲା ସାମନାକୁ ଆସିଥିବା ବେଳେ ସେଥିମଧ୍ୟରୁ ପ୍ରତିରକ୍ଷା ବିଭାଗର ଏକ ଜମିକୁ ନେଇ ଦଲାଲି ହୋଇଥିବା ସୂଚନା ମିଳିଛି। ଉଚ୍ଚପଦସ୍ଥ ଅଧିକାରୀ ବି ଏଥିରେ ସାମିଲ ଥିବା ଜଣା ପଡ଼ିଥିଲା।

ଗତବର୍ଷ ମନେରେଗା ଘୋଟାଲାରେ ଝାଡଖଣ୍ଡର ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ପୂଜା ସିଂଘଲଙ୍କୁ ଗିରଫ କରାଯାଇଥିବା ବେଳେ ଚଳିତ ବର୍ଷ ଛବି ରଞ୍ଜନ ଜେଲ୍‌ ହାଜତରେ ପଶିଛନ୍ତି। ଏହାକୁ ନେଇ ବଡ଼ବଡ଼ିଆଙ୍କ ମଧ୍ୟରେ ଛନକା ପଶି ଯାଇଛି।

Land Scam Ias Officer Arrest