Advertisment

ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଇଡି

ରେଡର ଦ୍ୱିତୀୟ ଦିନରେ ଦିଲବାଗ ଓ ତାଙ୍କ ସହଯୋଗୀଙ୍କ ଠିକଣାରୁ ୫ଟି ବିଦେଶୀ ବନ୍ଧୁକ, ୨୦୦ଟି ଗୁଳି, ୧୦୦ରୁ ଅଧିକ ଦାମୀ ମଦ, ନଗଦ ୫ କୋଟି ଟଙ୍କା ଓ ୫ କେଜି ସୁନା ଅଳଙ୍କାର ମିଳିଥିଲା।

author-image
Hemant Lenka
EX MLA

EX MLA

ବେଆଇନ ଖଣି ଖନନ ଓ ଇ-ବାହନ ଦୁର୍ନୀତି ଘଟଣାରେ ଆଜି ହରିଆଣାର ପୂର୍ବତନ ବିଧାୟକ ଦିଲବାଗ ସିଂହଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଗିରଫ କରିଛି। ତାଙ୍କ ସହଯୋଗୀ କୁଲବିନ୍ଦର ସିଂହଙ୍କୁ ମଧ୍ୟ ଇଡି ସମାନ ମାମଲାରେ ବାନ୍ଧିଛି।

Advertisment

ଜାନୁଆରୀ ୪ରୁ ବେଆଇନ ଖଣି ଖନନ ମାମଲେରେ ଇଡି ଆଇଏନଏଲଡିର ନେତା ତଥା ପୂର୍ବତନ ବିଧାୟକ ଦିଲବାଗ ସିଂହ ଓ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପନୱାରଙ୍କ ବିଭିନ୍ନ ଠିକଣାରେ ରେଡ କରିଥିଲା। ଆଜି ରେଡ ଶେଷ ହୋଇଥିବା ବେଳେ ଇଡି ପକ୍ଷରୁ ଦିଲବାଗ ଓ କୁଲବିନ୍ଦରଙ୍କୁ ଗିରଫ କରାଯାଇଛି।

ରେଡର ଦ୍ୱିତୀୟ ଦିନରେ ଦିଲବାଗ ଓ ତାଙ୍କ ସହଯୋଗୀଙ୍କ ଠିକଣାରୁ ୫ଟି ବିଦେଶୀ ବନ୍ଧୁକ, ୨୦୦ଟି ଗୁଳି, ୧୦୦ରୁ ଅଧିକ ଦାମୀ ମଦ, ନଗଦ ୫ କୋଟି ଟଙ୍କା ଓ ୫ କେଜି ସୁନା ଅଳଙ୍କାର ମିଳିଥିଲା।

Advertisment

ଏହାପରେ ଇଡିର ଅଧିକାରୀମାନେ ଦିଲବାଗ ଓ କୁଲବିନ୍ଦର ସିଂହ ଅଟକ ରଖି ପଚରାଉଚରା କରିଥିଲେ। ଏବେ ସେମାନଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲବାଗ ଓ କୁଲବିନ୍ଦରଙ୍କୁ ଇଡି ଆଜି କୋର୍ଟରେ ହାଜର କରିବ। ଏହାପରେ ସେମାନଙ୍କୁ ରିମାଣ୍ଡରେ ନେବାକୁ ମଧ୍ୟ ନିବେଦନ କରାଯିବ।

ଶ୍ରୀ ସିଂହ ହେଉଛନ୍ତି ଯମୁନାନଗରର ପୂର୍ବତନ ବିଧାୟକ। ଗୁରୁବାର ୧୫ରୁ ୨୦ ଜଣ ଇଡି ଅଧିକାରୀ ୬ଟି ଗାଡ଼ିରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଘର, ଅଫିସ ଓ ସହଯୋଗୀମାନଙ୍କ ଠିକଣାରେ ପହଞ୍ଚି ରେଡ ଆରମ୍ଭ କରିଥିଲେ।

ଏନଜିଟିର ବ୍ୟାନ ସତ୍ତ୍ୱେ ଯମୁନାନଗର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ଖଣି ଖନନ କରାଯାଉଥିଲା। ଏହି ଘଟଣାରେ ହରିଆଣା ପୁଲିସ୍‌ ପ୍ରଥମେ ଏକାଧିକ ମାଲା କରିଥିଲା। ଏହାକୁ ଆଧାର କରି ୨୦୧୩ରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

ED Raid Haryana News