Advertisment

ଇଡି ଜାଲରେ ହିରୋ ଗ୍ରୁପ୍‌ ଚେୟାର୍‌ମ୍ୟାନ୍‌, ୨୪.୯୫ କୋଟିର ସମ୍ପତ୍ତି ଜବତ

ମନି ଲଣ୍ଡରିଂ ମାମଲାରେ ହିରୋ ମୋଟାକପ୍‌ ଲିମିଟେଡ୍‌ର ସିଏମ୍‌ଡି ପବନ କାନ୍ତ ମୁଞ୍ଜାଲଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ାଉ ହୋଇଛି।

Pawan Munjal

Pawan Munjal

Advertisment

ଫଶିଲେ ହିରୋ ମୋଟୋକପ୍‌ ଗ୍ରୁପ୍‌ର ଚେୟାରମ୍ୟାନ୍‌। ତାଙ୍କ ବିରୋଧରେ କଡ଼ା ଆକ୍ସନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ହିରୋ ମୋଟାକପ୍‌ ଲିମିଟେଡ୍‌ର ସିଏମ୍‌ଡି ପବନ କାନ୍ତ ମୁଞ୍ଜାଲଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ାଉ ହୋଇଛି। ଦିଲ୍ଲୀ ସ୍ଥିତ ତାଙ୍କର ତିନୋଟି ଅଚଳାଚଳ ସମ୍ପତ୍ତି ଜବତ କରିଛି ଇଡି। ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ ମୋଟ ୨୪.୯୫ କୋଟି ଟଙ୍କା ସମ୍ପତ୍ତି ଜବତ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛି।

Advertisment

କଷ୍ଟମ ଆକ୍ଟ, ୧୯୬୨ର ଧାରା ୧୩୫ ଅନୁଯାୟୀ ମୁଞ୍ଜାଲ ଏବଂ ତାଙ୍କ କମ୍ପାନୀ ବିରୋଧରେ ଇଡି ଏକ ମାମଲା ରୁଜୁ କରିଥିଲା। ଯାହା ରାଜସ୍ୱ ଇଣ୍ଟେଲିଜେନ୍ସ (ଡିଆରଆଇ)ର ଚାର୍ଜସିଟ୍ ଦାଖଲ ପରେ କରାଯାଇଥିଲା। ପାଖାପାଖି ୫୪ କୋଟି ଟଙ୍କାର ବିଦେଶୀ ମୁଦ୍ରାକୁ ଭାରତ ବାହାରକୁ ସେ ଚାଲାଣ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।

ଇଡି ତଦନ୍ତରୁ ଜଣାପଡିଛି ଯେ, ପବନ କାନ୍ତ ମୁଞ୍ଜାଲ ଅନ୍ୟ ଲୋକଙ୍କ ନାଁରେ ବିଦେଶୀ ମୁଦ୍ରା ଜାରି କରି ନିଜର ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବିଦେଶରେ ଏହାର ବ୍ୟବହାର କରୁଥିଲେ। ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଦ୍ୱାରା ବିଭିନ୍ନ କର୍ମଚାରୀଙ୍କ ନାମରେ ବୈଦେଶିକ ମୁଦ୍ରା ଅଣାଯାଇ ପବନ କାନ୍ତ ମୁଞ୍ଜାଲଙ୍କ ମ୍ୟାନେଜରଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ମ୍ୟାନେଜର ଏହି ବିଦେଶୀ ମୁଦ୍ରାକୁ କାର୍ଡ ଓ କ୍ୟାସ୍‌ ଜରିଆରେ ବେଆଇନ୍ ରୂପେ ବିଦେଶକୁ ନେଉଥିଲେ। 

Advertisment

ପୂର୍ବରୁ ଅଗଷ୍ଟ ୧ ତାରିଖରେ ଇଡି ମୁଞ୍ଜାଲଙ୍କ ବାସ ଭବନ, ଅଫିସ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରି ୨୫ କୋଟି ଟଙ୍କା ଜବତ କରିଥିଲା। ଚଢ଼ାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଡିଜିଟାଲ ଲକର ମଧ୍ୟ ଇଡି ହାତରେ ଲାଗିଥିଲା।

ED Raid Pawan Kant Munjal Hero MotoCorp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe