Advertisment

ଛତିଶଗଡ଼ରେ ୨୦୦୦ କୋଟି ଟଙ୍କା ମଦ ଦୁର୍ନୀତି ଧରିଲା ଇଡ଼ି, ରାକେଟ୍‌ରେ ନେତା-ପ୍ରଶାସକ

ଛତିଶଗଡ଼ରେ ୨୦୦୦ କୋଟି ଟଙ୍କା ମଦ ଦୁର୍ନୀତି ମାମଲାରେ ଇଡି ଗିରଫଦାରୀ ଜୋରଦାର କରିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
The ED has arrested Anwar Dhebar,

The ED has arrested Anwar Dhebar,

ଛତିଶଗଡ଼ରେ ୨୦୦୦ କୋଟି ଟଙ୍କା ମଦ ଦୁର୍ନୀତି ମାମଲାରେ ଇଡି ଗିରଫଦାରୀ ଜୋରଦାର କରିଛି। କଂଗ୍ରେସ ନେତା ତଥା ରାୟପୁର ନଗରପାଳ ଏଜାଜ ଦେବରଙ୍କ ଭାଇ ଅନୱର ଧେବରଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ସେ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ଶନିବାର ଗିରଫଦାରୀ ପରେ ତାଙ୍କୁ ଇଡି ୪ ଦିନିଆ ରିମାଣ୍ଡରେ ଆଣିଛି। ଏହି ଦୁର୍ନୀତିର ବହୁ ବଡ଼ ବଡ଼ ନେତା ଓ ପ୍ରଶାସକଙ୍କ ସମ୍ପୃକ୍ତି ରହିଥିବା ଇଡି ତଦନ୍ତ ବେଳେ ଜାଣିବାକୁ ପାଇଥିବା ସୂଚନା ମିଳିଛି।

Advertisment

ଦିଲ୍ଲୀ ସରକାରରେ ଥିବା ଆପ୍‌ ନେତାମାନେ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଥିବା ବେଳେ ଛତିଶଗଡ଼ରେ ମଦ ଦୁର୍ନୀତି ମାମଲାରେ ବଡ଼ ବଡ଼ ନେତା ଓ ପ୍ରଶାସକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି।

ଇଡି ଏହି ମାମଲାର ତଦନ୍ତ ଦୁଇମାସ ତଳୁ ଆରମ୍ଭ କରିଥିଲା। ମାମଲାରେ ଅନେକ ଲୋକଙ୍କ ବୟାନ ରେକର୍ଡ କରିଛି। ଇଡି ଦାବି କରିଛି ଯେ ୨୦୧୯-୨୨ ଭିତରେ ୨ହଜାର କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି। ଏହାର ତଥ୍ୟପ୍ରମାଣ ଏକାଠି କରାଯାଇଛି। ଅନୱର ଧେବର ନେତୃତ୍ୱରେ ସଂଗଠିତ ଏକ ବଡ଼ ରାକେଟ୍ ଛତିଶଗଡ଼ରେ ମଦ ଦୁର୍ନୀତିରେ ଲିପ୍ତ ରହିଛି। ଅଭିଯୁକ୍ତ ଉପରେ ବଡ଼ବଡ଼ ନେତା ଓ ବିଭାଗୀୟ ପ୍ରଶାସକଙ୍କ ସୁରକ୍ଷା ହାତ ଥିବା ଯାଞ୍ଚ ବେଳେ ଜଣାପଡ଼ିଛି।

Advertisment

ତାହାର ମୁଖ୍ୟ ଉଦ୍ଦେଶ୍ୟ ମଦ ଭର୍ତ୍ତି ନିମନ୍ତେ ବ୍ୟବହାର ହେଉଥିବା ବୋତଲରୁ ବେଆଇନ୍‌ ଭାବେ ଟଙ୍କା ରୋଜଗାର କରିବା ଥିଲା। ଯାହା ଉତ୍ପାଦିତ ମଦର ଶୁଳ୍କର ଏକ ବଡ଼ ଅଂଶ ଥିଲା। ମଦ ଯୋଗାଣ, ନକଲି ବ୍ୟବହାର ବନ୍ଦ ଓ ମଦର ଗୁଣବତା ସୁନିଶ୍ଚିତ କରିବା ଅବକାରୀ ବିଭାଗ ଦାୟିତ୍ୱ। ହେଲେ ହେଲେ ଅଭିଯୁକ୍ତ ଓ ତାର ଗୋଷ୍ଠୀ ଏହି କାରବାରରେ ଓଲଟା କାମ କରୁଥିଲା।

ଛତିଶଗଡ଼ରେ ଏବେ ୮୦୦ ମଦ ଦୋକାନ ରହିଛି। ସେଠାକାର ରାଜ୍ୟ ସରକାରଙ୍କ ଅଧୀନରେ ଥିବା ରାଜ୍ୟ ବିପଣନ ନିଗମ ଲିମିଟେଡ୍ ମଦ ଆମଦାନୀ ଓ ବିକ୍ରି ପରିଚାଳନା ବ୍ୟବସ୍ଥା ଦାୟିତ୍ୱରେ ରହିଛି। ମଦ ଦୁର୍ନୀତିରେ ଅଭିଯୁକ୍ତ ସହ ବିଭାଗୀୟ ଜଣେ କମିଶନର ଓ ଏମ୍‌ଡିଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।

ତାଙ୍କ ସହାୟତାରେ ଅଭିଯୁକ୍ତ ନିଜ ଦୁର୍ନୀତିର ମୂଳଦୁଆ ପକାଇ ମଦ ଯୋଗାଣ ନିମନ୍ତେ ବ୍ୟବହୃତ ମାନବସମ୍ବଳ, ବୋତଲ ଯୋଗାଣ, ହୋଲଗ୍ରାମ ପ୍ରସ୍ତୁତି, ଭେଣ୍ଡରମାନଙ୍କ ଠାରୁ ଟଙ୍କା ସଂଗ୍ରହ ପ୍ରଭୃତି ବିଭିନ୍ନ କାମ ନିଜ ହାତକୁ ନେଇ ବେଶ ମୁନାଫା କମାଉଥିଲା। ଯେଉଁଥିରୁ ତା’ ସହ ସମ୍ପୃକ୍ତ ଲୋକମାନେ ମଧ୍ୟ ଦୁର୍ନୀରେ ଉପାର୍ଜିତ ଟଙ୍କାରୁ ଭାଗ ନେଉଥିଲେ।

Scam Political Liquor