Advertisment

ମୁଖ୍ୟମନ୍ତ୍ରୀଙ୍କ ଝିଅ ନାଁରେ ମାମଲା ରୁଜୁ କଲା ଇଡି

କେବଳ ବୀଣା ନୁହନ୍ତି, ତାଙ୍କ ମାଲିକାନାରେ ଥିବା ଆଇଟି କମ୍ପାନୀ ନାଁରେ ମଧ୍ୟ ମାମଲା ହୋଇଛି।

author-image
Hemant Lenka
Pinarayi Vijayan

Pinarayi Vijayan

କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଝିଅ ବୀଣାଙ୍କ ଅଡ଼ୁଆ ବଢ଼ିଛି। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ନାଁରେ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଗୋଟିଏ ମାମଲା ରୁଜୁ କରିଛି। କେବଳ ବୀଣା ନୁହନ୍ତି, ତାଙ୍କ ମାଲିକାନାରେ ଥିବା ଆଇଟି କମ୍ପାନୀ ନାଁରେ ମଧ୍ୟ ମାମଲା ହୋଇଛି। ଗୋଟିଏ ମିନେରାଲ କମ୍ପାନୀ ବେଆଇନ ଭାବେ ବୀଣାଙ୍କ ଫର୍ମାକୁ ଟଙ୍କା ଦେଇଥିବା ଅଭିଯୋଗରେ ଏପରି ମାମଲା କରାଯାଇଛି।

Advertisment

ଗୁରୁତର ଠକେଇର ତଦନ୍ତ କରୁଥିବା ଅଫିସ ପ୍ରଥମେ ବୀଣାଙ୍କ ବିରୋଧରେ ତଦନ୍ତ କରୁଥିଲା। ଏହାପରେ ପୂରା ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା କରାଯିବା ସପକ୍ଷରେ ଅଫିସ ପକ୍ଷରୁ ସୁପାରିସ କରାଯାଇଥିଲା। ସେହି ସୁପାରିସ ଆଧାରରେ ଇଡି ଏବେ ସକ୍ରିୟ ହୋଇଛି।

ଅଭିଯୋଗ ହୋଇଛି ଯେ କୋଚି ଭିତ୍ତିକ କୋଚିନ ମିନେରାଲ୍ସ ଆଣ୍ଡ ରୁଟିଲେ ଲିଃ(ସିଏମଆରଏଲ) ବେଆଇନ ଭାବେ ୧.୭୨ କୋଟି ଟଙ୍କା ଏକ୍ସାଲଜିକ ସଲ୍ୟୁସନକୁ ଦେଇଛି। ଏକ୍ସାଲଜିକ ସଲ୍ୟୁସନର ମାଲିକାନା ବୀଣାଙ୍କ ନାଁରେ ରହିଛି। ୨୦୧୭ ଓ ୨୦୧୮ରେ ନେଣଦେଣ ହୋଇଥିବା ବେଳେ କମ୍ପାନୀ ପକ୍ଷରୁ କୌଣସି ପ୍ରକାରର ସେବା ଦିଆଯାଇ ନାହିଁ।

Advertisment

ଏକ୍ସାଲଜିକ ସଲ୍ୟୁସନ କୌଣସି ପ୍ରକାରର ସେବା ପ୍ରଦାନ କରୁ ନଥିଲେ ହେଁ ସିଏମଆରଏଲ ମାସିକ ସଂସ୍ଥାକୁ ଟଙ୍କା ଦେଉଥିଲା। ବୀଣା ଜଣେ ମୁଖ୍ୟମନ୍ତ୍ରୀଙ୍କ ଝିଅ ହୋଇଥିବାରୁ କୌଣସି ବେଆଇନ କାମ ପାଇଁ ଏପରି ଟଙ୍କା ଦିଆଯାଉଥିଲା କି ପ୍ରଶ୍ନ ଉଠିଛି।

serious fraud investigation office ଘଟଣାର ତଦନ୍ତ କରୁଥିବା ବେଳେ ଏହା ବିରୋଧରେ ଏକ୍ସଲଜିକ ହାଇକୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ସବୁ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।

ED Raid Kerala CM Pinarayi Vijayan