Advertisment

ବଢ଼ିଲା ମହୁଆଙ୍କ ଅଡୁଆ, ମନି ଲଣ୍ଡରିଂ ମାମଲା ରୁଜୁ କଲା ଇଡି

ଇଡି ମହୁଆଙ୍କ ବିରୋଧରେ ନୂଆ ସମନ ଜାରି କରି ୭ ଦିନ ମଧ୍ୟରେ ପଚରାଉଚରା ପାଇଁ ଡାକିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Mahua Moitra

Mahua Moitra

ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ବଢ଼ିଲା ଅଡୁଆ। ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

Advertisment

ବୈଦେଶିକ ବିନିମୟ ପରିଚାଳନା ଆକ୍ଟ (FEMA) ମାମଲାରେ ଇଡି ସୋମବାର ମହୁଆଙ୍କୁ ପଚରାଉଚରା କରିବାର ଥିଲା। କିନ୍ତୁ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ। ଓଲଟି ସେ ଏଜେନ୍ସିକୁ ଏକ ଚିଠି ଲେଖି ହାଜର ହେବା ପାଇଁ ତାଙ୍କୁ ୨୧ଦିନ ସମୟ ଦେବାକୁ କହିଥିଲେ। ତେବେ ମହୁଆଙ୍କୁ ସମୟ ଦେବାକୁ ଇଡି ମନା କରିଦେଇଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମୋଇତ୍ରାଙ୍କ ବିରୋଧରେ ଏକ ନୂଆ ସମନ ଜାରି କରି ତାଙ୍କୁ ୭ ଦିନ ପରେ ପଚରାଉଚରା ପାଇଁ ଡାକିଛି।

ସୂଚନାଯୋଗ୍ୟ ଯେ ଲୋକପାଲଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଏହି ମାମଲାର ତଦନ୍ତ କରିସାରିଛି। ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଲୋକପାଲ ସିବିଆଇକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗତ ବର୍ଷ ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ଆଣିଥିଲେ। ମହୁଆ ମହଙ୍ଗା ଉପହାର ଓ ଟଙ୍କା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ କରିଥିଲେ।  ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ ହେବା ପରେ ୮ ଡିସେମ୍ବର ୨୦୨୩ରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା।

ED Raid Money Laundering Mahua Moitra Mahua Moitra Bribe Case