Advertisment

ବଢ଼ିଲା ଅଡୁଆ, CBI ପରେ ED ରାଡାର୍‌ରେ ସମୀର ଓ୍ୱାଙ୍ଖଡେ

୨୦୨୧ରେ ସମୀର ଓ୍ୱାଙ୍ଖଡେ କର୍ଡିଲିୟା କ୍ରୁଜରେ ଚଢ଼ାଉ କରି ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲେ।

Sameer Wankhade

Sameer Wankhade

Advertisment

ଥମୁନି ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେଙ୍କ ଅଡୁଆ। ସିବିଆଇ ପରେ ଏବେ ଇଡି ରାଡାର୍‌ରେ ଓ୍ୱାଙ୍ଖଡେ। ଏନ୍‌ସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ଓ ଆଇଆର୍‌ଏସ୍‌ ଅଧିକାରୀ ସମିର ଓ୍ୱାଙ୍ଖଡେଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୂଆ ମାମଲା ରୁଜୁ କରିଛି। ସିବିଆଇର ଏଫ୍‌ଆଇଆର୍‌ ଆଧାର୍‌ରେ ପିଏମ୍‌ଏଲ୍‌ଏ ଆକ୍ଟ ଅନୁଯାୟୀ ଇଡି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

Advertisment

୨୦୨୩ ମେ' ମାସରେ ସମୀର ଓ୍ୱାଙ୍ଖଡେ ଓ ଅନ୍ୟ ୪ ଜଣଙ୍କ ବିରୋଧରେ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଫସାଇବା ପାଇଁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗରେ ସିବିଆଇ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ପରେ ୧୮ କୋଟି ଟଙ୍କାରେ ଏହି ଡିଲ୍‌ ପୂରଣ ହୋଇଥିଲା। ପ୍ରଥମ କିସ୍ତି ରୂପେ ଓ୍ୱାଙ୍ଖଡେ ୫୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ ଓ୍ୱଙ୍ଖଡେଙ୍କ ପାଖରେ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସିବିଆଇ ଗତବର୍ଷ ୨୯ ସ୍ଥାନରେ ରେଡ୍‌ ମଧ୍ୟ କରିଥିଲା।

ଏହି ଆଫ୍‌ଆଇଆର୍‌କୁ ଆଧାର କରି ଏବେ ଇଡି ସମୀରଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କହିବା ମୁତାବକ, ଇଡି ମୁମ୍ବାଇ ଏନ୍‌ସିବିର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ଟଙ୍କା ହେର୍‌ଫେର ମାମଲାର ଯାଞ୍ଚ ଆରମ୍ଭ ହୋଇଛି। ସମୀର ଓ୍ୱାଙ୍ଖଡେଙ୍କ ସମେତ ଏନ୍‌ସିବି ସହ ଜଡିତ ଅନ୍ୟ କିଛି ଲୋକଙ୍କୁ ଏହି ମାମଲାରେ ସମନ ଜାରି କରାଯାଇଛି। ଆସନ୍ତା ସପ୍ତାହରେ ପଚରାଉଚରା ପାଇଁ ମୁମ୍ବାଇ ଅଫିସ୍‌ରେ ହାଜର ହେବାକୁ କୁହାଯାଇଛି। ସେପଟେ ସମୀର ଓ୍ୱାଙ୍ଖଡେ ଅଭିଯୋଗ କରିଛନ୍ତି ଯେ, ସେ ଦେଶଭକ୍ତ ହୋଇଥିବା ଯୋଗୁ ତାଙ୍କୁ ଦଣ୍ଡ ମିଳୁଛି।

Advertisment

ଉଲ୍ଲେଖଯୋଗ୍ୟ,୨୦୨୧ରେ ସମୀର ଓ୍ୱାଙ୍ଖଡେ କର୍ଡିଲିୟା କ୍ରୁଜରେ ଚଢ଼ାଉ କରିଥିଲେ। ତଥାକଥିତ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲେ।

ED Raid Sameer Wankhde Money Laundering CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe