Advertisment

ପୁଣି ଜେଲ୍ ଯିବେ କେଜ୍ରିଓ୍ୱାଲ! ମାମଲା ରୁଜୁ ପାଇଁ ଇଡିକୁ ମିଳିଲା ଗ୍ରୀନ୍ ସିଗ୍‌ନାଲ

ଚଳିତ ମାସ ଆରମ୍ଭରେ ଇଡି କେଜ୍ରିଓ୍ୱାଲଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ଏଲ୍‌ଜିଙ୍କୁ ଅନୁମତି ମାଗିଥିଲା। ଏବେ ଏଲ୍‌ଜି ଭିକେ ସାକ୍ସେନା ଏଥିପାଇଁ ଇଡିକୁ ମଞ୍ଜୁରୀ ଦେଇଛନ୍ତି।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଆଉ ମାତ୍ର ଦିନ କେଇଟା ପରେ ପଡିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ। ତେବେ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଛି ଜୋରଦାର ଝଟ୍‌କା। କାରଣ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ପୁଣିଥରେ ଯାଇପାରନ୍ତି ଜେଲ୍‌। ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଛି ଗ୍ରୀନ୍‌ ସିଗ୍‌ନାଲ।

Advertisment

ଏକ୍ସାଇଜ୍ ପଲିସି ମାମଲାରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ଇଡିକୁ ମଞ୍ଜୁରୀ ଦେଇଛନ୍ତି। ଇଡି ଅଭିଯୋଗ କରିଛି ଯେ କେଜ୍ରିୱାଲ ୧୦୦ କୋଟି ଟଙ୍କା ଲାଞ୍ଚ ନେଇ ଘରୋଇ ଅନୁଷ୍ଠାନକୁ ଲାଭ ଯୋଗାଇଛନ୍ତି। ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ ଦୁଇ ବର୍ଷର ତଦନ୍ତରେ ଗୋଟିଏ ବି ଟଙ୍କା ଉଦ୍ଧାର କରାଯାଇ ନାହିଁ।

ଚଳିତ ମାସ ଆରମ୍ଭରେ ଇଡି କେଜ୍ରିଓ୍ୱାଲଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ଏଲ୍‌ଜିଙ୍କୁ ଅନୁମତି ମାଗିଥିଲା। ଏବେ ଏଲ୍‌ଜି ଭିକେ ସାକ୍ସେନା ଏଥିପାଇଁ ଇଡିକୁ ମଞ୍ଜୁରୀ ଦେଇଛନ୍ତି। ଆସନ୍ତା ବର୍ଷ ଫେବ୍ରୁଆରୀରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ କେଜ୍ରିୱାଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Advertisment

ଇଡି ଦାବି କରିଛି ଯେ ଏକ୍ସାଇଜ୍ ନୀତି ପ୍ରଣୟନ ଏବଂ କାର୍ଯ୍ୟାନ୍ୱୟନରେ ବ୍ୟାପକ ଦୁର୍ନୀତି ହୋଇଛି। ଏହି ମାମଲାରେ ଇଡି ନିଜ ତା'ର ଶେଷ ଚାର୍ଜଶିଟରେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କୁ ମାଷ୍ଟରମାଇଣ୍ଡ ଦର୍ଶାଇ ଥିଲା। ଏଜେନ୍ସି କହିଛି ଯେ କେଜ୍ରିୱାଲ ଏବଂ ସିସୋଦିଆ ଦକ୍ଷିଣ ଲବିକୁ ସାହାଯ୍ୟ କରିବା ପାଇଁ ଏକ୍ସାଇଜ୍ ପଲିସି ୨୦୨୧-୨୨ରେ ପରିବର୍ତ୍ତନ କରିଛନ୍ତି ଯେଉଁଥିରେ ୧୦୦କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ଇଡି ମାର୍ଚ୍ଚ ୨୧ ତାରିଖରେ ଅରିବିନ୍ଦ କେଜ୍ରିଓ୍ୱାଲଙ୍କୁ ଗିରଫ କରିଥିଲା। ମଲ' ମାସରେ ତାଙ୍କ ଦଳ ଓ ଅନ୍ୟ ନେତାଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା।

Arvind Kejriwal Delhi LG Delhi Liquor Policy Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe