Advertisment

ଲାଲୁ-ତେଜସ୍ୱୀଙ୍କୁ ଡାକିଲା ଇଡି

ଆସନ୍ତା ଶୁକ୍ରବାର ତଥା ଡିସେମ୍ବର ୨୨ ତାରିଖ ଇଡି ମୁଖ୍ୟାଳୟରେ ହାଜର ହେବା ପାଇଁ ତେଜସ୍ୱୀଙ୍କୁ କୁହାଯାଇଛି।

author-image
Madhupriya Mistry
Lalu and Tejaswi Yadav

Lalu and Tejaswi Yadav

ବଢ଼ିଲା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ। ଉଭୟଙ୍କ ବିରୋଧରେ ଜାରି ହେଲା ସମନ। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଓ ତେଜସ୍ୱୀଙ୍କ ବିରୋଧ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି। ସମନ ପଠାଇ ଉଭୟଙ୍କୁ ଏହି ମାମଲାରେ ଜେରା କରିବା ପାଇଁ ଇଡି ଡାକିଛି।

Advertisment

ଆସନ୍ତା ଶୁକ୍ରବାର ତଥା ଡିସେମ୍ବର ୨୨ ତାରିଖ ଇଡି ମୁଖ୍ୟାଳୟରେ ହାଜର ହେବା ପାଇଁ ତେଜସ୍ୱୀଙ୍କୁ କୁହାଯାଇଛି। ସେହିପରି ଲାଲୁ ପ୍ରାସଦଙ୍କୁ ବୁଧବାର ୨୭ ତାରିଖରେ ଇଡି ଜେରା କରିବା ପାଇଁ ଡାକିଛି।

ଉଲ୍ଲେଖଯୋଗ୍ୟ, ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବ ଅଭିଯୁକ୍ତ ଅଛନ୍ତି। ଆଜି ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଲାଲୁ ପ୍ରସାଦ ଯାଦବ, ରାବ୍ରୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଛି।

Advertisment

ଏହି ମାମଲାରେ ଅଭିଯୁକ୍ତ ଥିବା ୮ ଜଣଙ୍କ ଆବେଦନକୁ ନେଇ ସିବିଆଇ ଠାରୁ ଜବାବ ମାଗିଛନ୍ତି କୋର୍ଟ। ଆବେଦନରେ ଚାର୍ଜ ସିଟ୍ ସହିତ ଦାଖଲ ହୋଇଥିବା ଦଲିଲଗୁଡ଼ିକୁ ଯୋଗାଇବା ପାଇଁ ଦାବି କରାଯାଇଥିଲା। ଆସନ୍ତା ଜାନୁଆରୀ ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Tejashwi Yadav Lalu Prasad Yadav Land For Job Scam