Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜେରା କଲା ଇଡି

ପଞ୍ଚକୁଲାରେ ଏକ ଫ୍ଲାଟ୍‌ ଆବଣ୍ଟନକୁ ନେଇ ହୋଇଥିବା ଦୁର୍ନୀତିରେ ଭୂପିନ୍ଦର ସିଂହ ହୁଡ୍ଡା ସାମିଲ ହୋଇଥିବା ଅଭିଯୋଗ ରହିଛି।

Bhupinder-singh-hooda

Bhupinder-singh-hooda

Advertisment

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ହରିୟାଣାର ପୂର୍ବତନ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ଆଜି ଇଡି ପଚରାଉଚରା କରିଛି। ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ତାଙ୍କୁ ଇଡି ଜେରା କରି ତାଙ୍କ ବୟାନ ରେକର୍ଡ କରିଛି।

Advertisment

ଉଲ୍ଲେଖଯୋଗ୍ୟ, ପଞ୍ଚକୁଲାରେ ଏକ ଫ୍ଲାଟ୍‌ ଆବଣ୍ଟନକୁ ନେଇ ହୋଇଥିବା ଦୁର୍ନୀତି ସହ ଏହି ମାମଲା ଜଡିତ। ଫେବ୍ରୁଆରୀ ୨୦୨୧ରେ ମନି ଲଣ୍ଡରିଂ ଆକ୍ଟ ଜରିଆରେ ଇଡି କେସ୍‌ ରୁଜୁ କରିଥିଲା। ଏହି ମାମଲାରେ ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ବ୍ୟତୀତ ୨୧ ଅନ୍ୟ ଜଣଙ୍କ ନାଁ ସାମିଲ ରହିଛି। ଏହାପୂର୍ବରୁ ସିବିଆଇ କୃଷକଙ୍କ ଏହି ଜମିକୁ ବେଆଇନ ରୂପେ ବିକ୍ରି କରିବା ଅଭିଯୋଗରେ ଏଫ୍‌ଆଇଆର୍‌ ରୁଜୁ କରିସାରିଛି।

କିଛି ବରିଷ୍ଠ ସରକାରୀ ଅଧିକାରୀ ଓ କର୍ମଚାରୀ ୨୦୦୪-୦୭ ମସିହା ମଧ୍ୟରେ ମନେସରଠାରେ ଜମି ଅଧିଗ୍ରହଣରେ ହୋଇଥିବା ଅନିୟମିତତାରେ ସାମିଲ୍‌ ଥିଲେ। ତାଙ୍କ ସହ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ବି ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ସିବିଆଇରେ ମାମଲା ରୁଜୁ କରିଥିଲା।

Advertisment

ସେପ୍ଟେମ୍ବର, ୨୦୧୬ ମସିହାରେ ହରିଆଣା ପୁଲିସର ଏଫ୍ଆଇଆର୍ ଆଧାରରେ ଏକ ପିଏମ୍‌ଏଲ୍‌ଏ ମାମଲା ମଧ୍ୟ ଦାୟର କରାଯାଇଥିଲା। ଅନୁସନ୍ଧାନକାରୀ ଏଜେନ୍ସି ଅନୁଯାୟୀ, ଏହି ଜମି ଅଧିଗ୍ରହଣ ମାମଲାରେ ପ୍ରାୟ ୧,୫୦୦ କୋଟି ଟଙ୍କା ଠକେଇ କରାଯାଇ ଅନେକ କୃଷକ ଏବଂ ଜମି ମାଲିକଙ୍କୁ ଠକାଯାଇଛି।

ଏହି ମାମଲାରେ ପୂର୍ବରୁ ୨୦୧୯ରେ ଭୂପେନ୍ଦ୍ର ସିଂହ ହୁଡ୍ଡା ପଞ୍ଚକୁଲା ସ୍ଥିତ ଇଡିର ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ଏଜିଏଲ୍ ପ୍ଲଟ୍ ଆବଣ୍ଟନ ଏବଂ ମନେସର ଜମି ସ୍କାମ ମାମଲାରେ ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ଉକ୍ତ ଜମିକୁ ସେ କମ୍ ଦାମ୍‌ରେ ବିକ୍ରି କରିଦେଇଥିବା ନେଇ ଅଭିଯୋଗ ରହିଛି।

ED Raid Money Laundering Bhupinder Singh Hooda Haryana Former CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe