Advertisment

ତୃତୀୟ ଥର ପାଇଁ କେଜ୍ରିୱାଲଙ୍କୁ ସମନ ପଠାଇଲା ଇଡି, ଏଥର ହାଜର ନହେଲେ ଆପଣାଇପାରେ ଏହି ପନ୍ଥା

ଏହାକୁ ମିଶାଇ ଇଡି ୩ ଥର କେଜ୍ରିୱାଲଙ୍କୁ ସମନ ଜାରି କଲାଣି। ର୍ବରୁ ହୋଇଥିବା ଦୁଇଟି ଯାକ ସମନରେ ସେ ଇଡି ନିକଟରେ ହାଜର ହୋଇ ନଥିଲେ।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି। ଜାନୁଆରୀ ୩ ତାରିଖରେ ହାଜର ହେବା ପାଇଁ ଇଡି ତାଙ୍କୁ ସମନ ଜାରି କରିଛି।

Advertisment

ଏହାକୁ ମିଶାଇ ଇଡି ୩ ଥର କେଜ୍ରିୱାଲଙ୍କୁ ସମନ ଜାରି କଲାଣି। ପୂର୍ବରୁ ହୋଇଥିବା ଦୁଇଟି ଯାକ ସମନରେ ସେ ଇଡି ନିକଟରେ ହାଜର ହୋଇ ନଥିଲେ। ଗତ ନଭେମ୍ବର ୨ ତାରିଖରେ ତାଙ୍କୁ ହାଜର ହେବା ପାଇଁ ପ୍ରଥମେ ସମନ ଜାରି କରିଥିଲା ଇଡି। ସେତେବେଳେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିଲା। ଇଡିକୁ ସମନ ଫେରାଇ ନେବାକୁ କେଜ୍ରିୱାଲ କହିଥିଲେ। ବିଜେପିର ପ୍ରରୋଚନାରେ ଇଡି ଏହି ସମନ ଜାରି କରିଥିବା ସେ କହିଥିଲେ ଓ ହାଜର ହୋଇ ନଥିଲେ।

ଏହା ପରେ ତାଙ୍କୁ ଗୁରୁବାର (ଗତକାଲି) ହାଜର ହେବା ପାଇଁ ଇଡି ସମନ ଜାରି କରିଥିଲା। ତେବେ ତା’ ପୂର୍ବରୁ ବୁଧବାର ସେ ଦିଲ୍ଲୀ ଛାଡ଼ି ପଞ୍ଜାବର ହୋଶିଆରପୁର ଅନ୍ଦଗଡ଼ ଗାଁକୁ ପଳାଇଥିଲେ। ସେ ଡିସେମ୍ବର ୩୦ ତାରିଖ ଯାଏ ସେଠାରେ ଥିବା ବିପାସନା କ୍ୟାମ୍ପରେ ରହିବେ ବୋଲି ଜଣାପଡ଼ିଛି। ଏହି ସମୟରେ ରାଜନୀତିରୁ ଦୂରେଇ ରହିବା ସହିତ କାହା ସହିତ ଯୋଗାଯୋଗ ମଧ୍ୟ କରିବେ ନାହିଁ ବୋଲି ଜଣାପଡ଼ିଛି।

Advertisment

କେଜ୍ରିୱାଲ ସେଠାରୁ ଫେରିବା ପରେ ଇଡି ତାଙ୍କୁ ପୁଣି ସମନ ଜାରି କରିପାରେ ବୋଲି କୁହାଯାଉଥିଲା। ତେବେ ତା’ ପୂର୍ବରୁ ଇଡି ପୁଣି ସମନ ଜାରି କରିଛି। ଯଦି ଆପ୍ ମୁଖ୍ୟ ଏଥର ହାଜର ନହୁଅନ୍ତି, ତା’ହେଲେ ତାଙ୍କ ନାଁରେ ଜାମିନ ବିହୀନ ୱାରେଣ୍ଟ ଜାରି କରିପାରେ ଇଡି। ଏହି ବିକଳ୍ପ ଇଡି ପାଖରେ ରହିଛି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ଏପ୍ରିଲ ମାସରେ ସିବିଆଇ କେଜ୍ରିୱାଲଙ୍କୁ ପଚରାଉଚରା କରିଥିଲା। କିନ୍ତୁ ସିବିଆଇ ତାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇ ନାହିଁ।

ED Raid Arvind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe