Advertisment

ଇଡିରେ ହାଜର ହେବାକୁ ଲାଲୁ ଓ ତେଜସ୍ୱୀଙ୍କୁ ସମନ

ଏହି ମାମଲାରେ ପୂର୍ବରୁ ମଧ୍ୟ ଇଡି ଉଭୟ ଲାଲୁ ଓ ତେଜସ୍ୱୀଙ୍କୁ ସମନ ଜାରି କରିଥିଲେ। କିନ୍ତୁ ସେମାନେ ହାଜର ହୋଇ ନଥିଲେ।

Lalu and Tejaswi Yadav

Lalu and Tejaswi Yadav

Advertisment

ଜମି ବଦଳରେ ରେଳବାଇରେ ଚାକିରି ଦୁର୍ନୀତି ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତଥା ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପୁଣି ଥରେ ନୋଟିସ୍ ପଠାଇଛନ୍ତି।

Advertisment

ଇଡିର ପାଟନା ସ୍ଥିତ ଅଫିସ୍‌ରେ ହାଜର ହେବା ପାଇଁ ଲାଲୁ ଓ ତେଜସ୍ୱୀଙ୍କୁ କୁହାଯାଇଛି। ଲାଲୁଙ୍କୁ ଜାନୁଆରୀ ୨୯ ତାରିଖରେ ହାଜର ହେବାକୁ କୁହାଯାଇଥିବା ବେଳେ ତେଜସ୍ୱୀଙ୍କୁ ଜାନୁଆରୀ ୩୦ ତାରିଖରେ ହାଜର ହେବା ପାଇଁ କୁହାଯାଇଛି। ଇଡିର ଏକ ଟିମ୍‌ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ପାଟନା ସ୍ଥିତ ଘରେ ପହଞ୍ଚି ସମନଗୁଡ଼ିକୁ ଦେଇଥିଲେ।

ଏହି ମାମଲାରେ ପୂର୍ବରୁ ମଧ୍ୟ ଇଡି ଉଭୟ ଲାଲୁ ଓ ତେଜସ୍ୱୀଙ୍କୁ ସମନ ଜାରି କରିଥିଲେ। କିନ୍ତୁ ସେମାନେ ହାଜର ହୋଇ ନଥିଲେ। 

Advertisment

ଏହି ଦୁର୍ନୀତି କଂଗ୍ରେସ ନେତୃତ୍ୱାଧୀନ ଉପା-୧ ସରକାର ଅମଳରେ ହୋଇଥିଲା। ସେତେବେଳେ ଲାଲୁ ଯାଦବ ରେଳମନ୍ତ୍ରୀ ଥିଲେ। ସେହି ସମୟରେ ରେଳବାଇର ବିଭିନ୍ନ ଜୋନ୍‌ରେ ଅନେକ ଲୋକଙ୍କୁ ଗ୍ରୁପ୍ ଡି’ରେ ନିଯୁକ୍ତି ଦିଆଯାଇଥିଲା। ଏହି ନିଯୁକ୍ତି ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇ ନଥିଲା। ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରି ଏହି ନିଯୁକ୍ତି ଦିଆଯାଇଥିଲା। ଜମି ବଦଳରେ ସେମାନଙ୍କୁ ଚାକିରି ଦିଆଯାଇଥିଲା। ଏହି ପ୍ରକ୍ରିୟାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଓ ତାଙ୍କ ସହଯୋଗୀମାନେ ୧ ଲକ୍ଷ ବର୍ଗଫୁଟର ଜମି ହାତେଇ ଥିଲେ। ମାତ୍ର ୨୬ ଲକ୍ଷ ଟଙ୍କାରେ ସେମାନେ ଏହି ଜମି ହାତେଇଥିଲେ, ଯାହାର ପ୍ରକୃତ ମୂଲ୍ୟ ୪.୩୯ କୋଟି ଥିଲା ବୋଲି ସିବିଆଇ ଅଭିଯୋଗ କରିଛି। ନିଜ କ୍ଷମତାର ଦୁରୁପଯୋଗ କରି ଲାଲୁ ପ୍ରସାଦ ଯାଦବ ନିଜ ପରିବାରକୁ ଫାଇଦା ପହଞ୍ଚାଇଥିଲେ।

ସିବିଆଇ ପକ୍ଷରୁ କରାଯାଇଥିବା ଏକ ଅଭିଯୋଗ ଆଧାରରେ ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଜମି ବଦଳରେ ଚାକିରି ଦୁର୍ନୀତି ଘଟଣାରେ ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ପୂର୍ବରୁ ତଳ କୋର୍ଟ ଲାଲୁ ଯାଦବ, ତେଜସ୍ୱୀ ଯାଦବ ଓ ରାବ୍ରୀ ଦେବୀଙ୍କୁ ଜାମିନ୍ ଦେଇଥିଲେ।

ED Raid Lalu Prasad Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe