Advertisment

ସମନକୁ ଖାତିର କରୁ ନାହାନ୍ତି କେଜ୍ରିୱାଲ, କୋର୍ଟରେ ପହଞ୍ଚିଲା ଇଡି

କେଜ୍ରିୱାଲଙ୍କ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଇଡି ତା’ର ଆବେଦନରେ ଉଲ୍ଲେଖ କରିଛି। ଏହାର ଶୁଣାଣି ଆସନ୍ତା ବୁଧବାର ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

Kejriwal

Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଇଡି। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି କେଜ୍ରିୱାଲଙ୍କୁ ହାଜର ହେବାକୁ ୫ଥର ସମନ କରି ସାରିଲାଣି।

Advertisment

କିନ୍ତୁ ସେ ଥରେ ହେଲେ ବି ଜେରାର ସମ୍ମୁଖୀନ ହେବାକୁ ଇଡି ପାଖରେ ହାଜର ହୋଇ ନାହାନ୍ତି। ଶୁକ୍ରବାର କେଜ୍ରିୱାଲ ଇଡିର ୫ମ ସମନକୁ ବେଖାତିର କରିଥିଲେ। ଏଥିପାଇଁ ଆଜି ଇଡି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟର ଦ୍ୱାରସ୍ଥ ହୋଇଛି।

କେଜ୍ରିୱାଲଙ୍କ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଇଡି ତା’ର ଆବେଦନରେ ଉଲ୍ଲେଖ କରିଛି। ଏହାର ଶୁଣାଣି ଆସନ୍ତା ବୁଧବାର ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

Advertisment

ଆଇପିସିର ଧାର ୧୭୪ ଓ ପ୍ରଭେସନ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦କୁ ଆଧାର କରି ଇଡି କୋର୍ଟରେ ଆବେଦନ କରିଛି। କେଜ୍ରିୱାଲ ସମନକୁ ଖାତିର କରୁ ନାହାନ୍ତି ଓ ନିୟମ ଅନୁସାରେ ତଦନ୍ତରେ ସହଯୋଗ କରୁ ନଥିବା ଇଡି କହିଛି।

ଇଡି ବାରମ୍ବାର କେଜ୍ରିୱାଙ୍କୁ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସମନ କରି ଚାଲିଛି। କିନ୍ତୁ ଏହାକୁ ବେଆଇନ ବୋଲି କହି କେଜ୍ରିୱାଲ ଇଡି ନିକଟରେ ହାଜର ହେଉ ନାହାନ୍ତି।

Arvind Kejriwal ED Raid AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe