Advertisment

ED Vs Didi: ଇଡି ବନାମ ଦିଦି: ସୁପ୍ରିମକୋର୍ଟରେ ପହଞ୍ଚିଲା କଳି

ଗୋଟିଏ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ସଂସ୍ଥା ପାଖରେ ଥିବା ଅଧିକାରକୁ ରାଜ୍ୟ ପ୍ରଶାସନ କ୍ଷୁଣ୍ଣ କରିଥିବା ମଧ୍ୟ ଇଡି ନିଜ ଆବେଦନରେ ଉଲ୍ଲେଖ କରିଛି। ଆବେଦନରେ ଇଡି ପକ୍ଷରୁ ରେଡ ବେଳେ କ’ଣ ସବୁ ଘଟିଥିଲା, ତା’ର ବିସ୍ତୃତ ତଥ୍ୟ ଦିଆଯାଇଛି।

Didi

ମମତା (ଫାଇଲ ଫଟୋ)

Advertisment

ସୁପ୍ରିମକୋର୍ଟରେ ପହଞ୍ଚିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବନାମ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କଳି। ରାଜନୀତିକ ପରାମର୍ଶଦାତା ଫାର୍ମ ଆଇ-ପିଏସି ମାମଲାରେ କ୍ୟାଲକାଟା ହାଇକୋର୍ଟ ଶୁଣାଣି ଟାଳି ଦେଇଥିବାରୁ ଇଡି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

Advertisment

ଇଡି ପକ୍ଷରୁ ସମ୍ବିଧାରା ୩୨ ଜରିଆରେ ଗୋଟିଏ ଆବେଦନ ଦାଖଲ କରାଯାଇଛି। କୋଇଲା ଦୁର୍ନୀତି ଘଟଣାରେ ସଂସ୍ଥା ଆଇପିଏସିରେ ରେଡ କରୁଥିବା ବେଳେ ଏଥିରେ ପଶ୍ଚିମବଙ୍ଗ ସରକାର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଧକ ସାଜିଥିବା ଇଡି ଅଭିଯୋଗ କରିଛି। 

ନିଜର ଆବେଦନରେ କେନ୍ଦ୍ରୀୟ ଏଜେନ୍ସି ପୂରା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି। ଗୋଟିଏ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ସଂସ୍ଥା ପାଖରେ ଥିବା ଅଧିକାରକୁ ରାଜ୍ୟ ପ୍ରଶାସନ କ୍ଷୁଣ୍ଣ କରିଥିବା ମଧ୍ୟ ଇଡି ନିଜ ଆବେଦନରେ ଉଲ୍ଲେଖ କରିଛି। 

Advertisment

ଆବେଦନରେ ଇଡି ପକ୍ଷରୁ ରେଡ(ED Raid) ବେଳେ କ’ଣ ସବୁ ଘଟିଥିଲା, ତା’ର ବିସ୍ତୃତ ତଥ୍ୟ ଦିଆଯାଇଛି। ଅଧିକାରୀମାନଙ୍କୁ ଆଇନଗତ ଉପାୟରେ ସର୍ଚ୍ଚ ଅପରେସନ କରିବାକୁ ଦିଆଯାଇ ନାହିଁ। କୋଇଲା ଦୁର୍ନୀତି ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଓ କାଗଜପତ୍ର ସିଜ କରିବା ବେଳେ ବାଧା ସୃଷ୍ଟି କରାଯାଇଛି। ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଘର ଓ ଅଫିସ ଭିତରୁ ବିଳପୂର୍ବକ ବିଭିନ୍ନ ଦସ୍ତାବିଜ ଓ ବୈଦ୍ୟୁତିକ ଯନ୍ତ୍ରପାତି ହଟା ଯାଇଛି।

ପୁଲିସ କର୍ମଚାରୀଙ୍କ ସମେତ ରାଜ୍ୟର ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ହସ୍ତକ୍ଷେପ ନ୍ୟାୟରେ ବାଧା ସୃଷ୍ଟି କରିବା ସହ ସମାନ ଓ ଏହା ସଂସ୍ଥାର ନିରପେକ୍ଷ ତଦନ୍ତରେ ବୁଝାମଣା କରିବା ସହ ସମାନ ବୋଲି ଇଡି କହିଛି। 

ବୁଧବାର ଇଡି ଆପିସିଏର ବିଭିନ୍ନ ସ୍ଥାନରେ ରେଡ କରୁଥିବା ବେଳେ କ୍ଷମତାସୀନ ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମୁହାଁମୁହିଁ ହୋଇଥିଲା। ରେଡରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରି ଇଡି କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କିନ୍ତୁ ଇଡି ଆବେଦନର ଶୁଣାଣିକୁ ତତ୍କାଳ ଶୁଣାଣି କରି ନାହାନ୍ତି। ତେଣୁ ଏବେ ଇଡି ସୁପ୍ରିମକୋର୍ଟରେ ପହଞ୍ଚିଛି। 

କାଭେଟ ଦାଖଲ କଲେ ବେଙ୍ଗଲ ସରକାର 

ହାଇକୋର୍ଟ ଶୁଣାଣି ଟାଲି ଦେଇଥିବାରୁ ଇଡି ସୁପ୍ରିମକୋର୍ଟ ଯିବାର ଯଥେଷ୍ଟ ସମ୍ଭାବନା ଥିବା ପୂର୍ବରୁ ହିଁ ଆକଳନ କରିଥିଲେ ବେଙ୍ଗଲ ସରକାର। ଏଥିପାଇଁ ବେଙ୍ଗଲ ସରକାର ଇଡି ପୂର୍ବରୁ ସୁପ୍ରିମକୋର୍ଟରେ ଗୋଟିଏ କାଭେଔ ଦାଖଲ କରିଛନ୍ତି। କାଭେଟ ହେଉଛି ଗୋଟିଏ ଆଇନଗତ ପ୍ରତିବାଦ ପ୍ରକ୍ରିୟା।

ଏହାର ଅର୍ଥ ବେଙ୍ଗଲ ସରକାରଙ୍କ ପକ୍ଷ ନ ଶୁଣିବା ଯାଏ ଇଡିର ଆବେଦନ ଉପରେ କୌଣସି ରାୟ ପାରିତ ନ କରିବାକୁ କାଭେଟ ହେଉଛି ଗୋଟିଏ ଅନୁରୋଧ ପ୍ରକ୍ରିୟା। ଇଡିର ଆବେଦନ ଉପରେ ଶୁଣାଣି କରିବା ପୂର୍ବରୁ ବେଙ୍ଗଲ ସରକାର ନିଜ ପକ୍ଷ ମଧ୍ୟ କୋର୍ଟଙ୍କ ଆଗରେ ରଖିବାକୁ ଚାହୁଁଛନ୍ତି। ତେଣୁ କାଭେଟ ଦାଖଲ କରିଛନ୍ତି। 

ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe