Advertisment

ଡାକିଥିଲା ଇଡି, କିନ୍ତୁ ହାଜର ହେବେନି କେଜ୍ରିଓ୍ୱାଲ

ଇଡି ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଚାରି ଥର ସମନ କରିସାରିଲାଣି।

author-image
Madhupriya Mistry
undefined

Kejriwal

ବାରମ୍ବାର ଡାକୁଛି ଇଡି। କିନ୍ତୁ ହାଜର ହେଉନାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆମ ଆଦମୀ ପାର୍ଟି ସୁପ୍ରିମୋ ଅ‍ରବିନ୍ଦ କେଜ୍ରିଓ୍ୱାଲଙ୍କୁ ଆସି ହାଜର ହେବାକୁ ଚତୁର୍ଥ ସମନ ଜାରି କରି ଡକାଇଥିଲା। କିନ୍ତୁ ସେ ଆଜି ମଧ୍ୟ ହାଜର ହେବେ ନାହିଁ ବୋଲି ସମ୍ଭାବନା ରହିଛି।

Advertisment

ଆଜି ୧୨ଟାରେ ଦିଲ୍ଲୀରେ ଏକ ଶିକ୍ଷା ବିଭାଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ତିନି ଦିନିଆ ଗୋଆ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୋଆ ଗସ୍ତ ରଣନୀତି ଅନୁଯାୟୀ ଯୋଜନା କରାଯାଇଛି, ଯେଉଁଥିରେ ସେ ଦଳର କର୍ମକର୍ତ୍ତାଙ୍କ ସହ ଜଡିତ ହେବା ସହ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରିବାକୁ ଚାହୁଁଛନ୍ତି।

ଆମ ଆଦମୀ ପାର୍ଟିର କହିବା ଅନୁସାରେ, ଇଡି ଜାରି କରିଥିବା ଏହି ସମନ ବିଷୟରେ କେଜ୍ରିଓ୍ୱାଲଙ୍କୁ କୌଣସି ସୂଚନା ଦିଆଯାଇନାହିଁ। ଏଭଳି ପରିସ୍ଥିତିରେ ଅରବିନ୍ଦ କେଜ୍ରିୱାଲ ୧୮ ରୁ ୨୦ ଜାନୁୟାରୀ ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ସୂଚି ଅନୁଯାୟୀ ଗୋଆ ଗସ୍ତରେ ଯାଉଛନ୍ତି। ତେଣୁ ସେ ଆଜି ଇଡି ଆଗରେ ହାଜର ହେବାର ସମ୍ଭାବନା କମ୍ ରହିଛି।

Advertisment

ଇଡିର ୪ର୍ଥ ସମନ ବିଷୟରେ କେଜ୍ରିଓ୍ୱାଲଙ୍କୁ ପଚରାଯିବାରୁ ସେ କହିଛନ୍ତି, ଆଇନ ଅନୁଯାୟୀ ଯାହା କରିବା ଆବଶ୍ୟକ ତାହା ସେ କରିବେ। ତାଙ୍କୁ ଗିରଫ କରିବା ଉଦ୍ଦେଶ୍ୟ ରଖି ଅନୁସନ୍ଧାନକାରୀ ଏଜେନ୍ସି ବେଆଇନ ଭାବେ ବାରମ୍ବାର ସମନ ଜାରି କରି ଚାଲିଛି। ଏଥିରେ ରାଜନୈତିକ ଉଦ୍ଦେଶ୍ୟ ଲୁଚି ରହିଛି ବୋଲି କେଜ୍ରିୱାଲ୍‌ କହିଛନ୍ତି।

ମୁଁ ପ୍ରତ୍ୟେକ ଆଇନଗତ ସମନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। ଅବଶ୍ୟ, ଏହି ଇଡି ଡାକରା ମଧ୍ୟ ପୂର୍ବ ପରି ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହି ସମନ ପ୍ରତ୍ୟାହାର କରାଯିବା ଉଚିତ୍। ମୁଁ ସଚ୍ଚୋଟତା ଏବଂ ସ୍ୱଚ୍ଛତା ସହିତ ମୋର ଜୀବନ ଅତିବାହିତ କରିଛି। ମୋର ଲୁଚାଇବାକୁ କିଛି ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ମୁତାବକ, ଏହାକୁ ମିଶାଇ ଇଡି ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଚାରି ଥର ସମନ କରିସାରିଲାଣି। ପୂର୍ବରୁ ତିନୋଟି ସମନରେ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇନଥିଲେ। ତେଣୁ ଚତୁର୍ଥ ସମନ ଜାରି କରି ଇଡି କେଜ୍ରିଓ୍ୱାଲଙ୍କୁ ୧୮ କିମ୍ବା ୧୯ ଜାନୁଆରୀରେ ତଦନ୍ତ ଏଜେନ୍ସି ସାମ୍ନାରେ ହାଜର ହେବାକୁ କିହିଥିଲା।

Arvind Kejriwal ED Summon