Advertisment

ପ୍ରଚାର କରିବା ମୌଳିକ ଅଧିକାର ନୁହେଁ: କେଜ୍ରିୱାଲଙ୍କ ଜାମିନକୁ ଇଡିର ବିରୋଧ, କାଲି ଦାଖଲ କରିବ ଚାର୍ଜଶିଟ୍‌

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ଆସନ୍ତାକାଲି ନିମ୍ନ ଅଦାଲତରେ ଚାର୍ଜଶିଟ ମଧ୍ୟ ଦାଖଲ କରିବ।

Arvind Kejriwal

Arvind Kejriwal

Advertisment

ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ବିରୋଧ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ସୁପ୍ରିମକୋର୍ଟରେ ଇଡି ଗୋଟିଏ ସତ୍ୟପାଠ ଦାଖଲ କରି ଜାମିନକୁ ବିରୋଧ କରିଛି।

Advertisment

ଦେଶରେ ନିର୍ବାଚନ ପର୍ବ ଚାଲିଥିବାରୁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ଉପରେ ବିଚାର କରୁଛନ୍ତି। କିନ୍ତୁ ନିର୍ବାଚନରେ ପ୍ରଚାର କରିବା ମୌଳିକ ଅଧିକାର ନୁହେଁ ବୋଲି ଯୁକ୍ତି ଉପସ୍ଥାପନ କରି ଇଡି ଜାମିନକୁ ବିରୋଧ କରିଛି।

ସେହିପରି ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ଆସନ୍ତାକାଲି ନିମ୍ନ ଅଦାଲତରେ ଚାର୍ଜଶିଟ ମଧ୍ୟ ଦାଖଲ କରିବ।

Advertisment

ଏହାପୂର୍ବରୁ ସୁପ୍ରିମକୋର୍ଟରେ ଇଡିର ଉପ ନିର୍ଦ୍ଦେଶକ ଭାନୁ ପ୍ରିୟା ଅନ୍ତରୀଣ ଜାମିନକୁ ବିରୋଧରେ ସତ୍ୟପାଠ ଦାଖଲ କରିଛନ୍ତି। ଆସନ୍ତାକାଲି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଜାମିନ ଉପରେ ବିଚାର କରିବାକୁ ଥିବା ବେଳେ ଦିନକ ପୂର୍ବରୁ ଇଡି ଏପରି ପଦକ୍ଷେପ ଗ୍ରହଣ କରିଛି।

ସତ୍ୟପାଠରେ ଇଡି କହିଛି ଯେ “କୌଣସି ନିର୍ବାଚନରେ ପ୍ରଚାର କରିବେ କେବେ ହେଲେ ଜଣେ ବ୍ୟକ୍ତିର ମୌଳିକ, ସାମ୍ବିଧାନିକ କିମ୍ବା ଆଇନଗତ ଅଧିକାର ନୁହେଁ। କୌଣସି ରାଜନେତାଙ୍କୁ ପ୍ରଚାର ପାଇଁ କେବେ ହେଲେ ଅନ୍ତରୀଣ ଜାମିନ ମିଳିଥିବା କଥା ଇଡିର ଜ୍ଞାତସାରରେ ନାହିଁ। ଏପରି କି ରାଜନେତା ଜଣଙ୍କ ନିର୍ବାଚନ ବି ଲଢ଼ୁ ନାହାନ୍ତି।”

ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିବାରୁ ଇଡି ଏହାକୁ ସମାଲୋଚନା କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କହିଛି ଯେ ସମାନ କାରଣ ଦର୍ଶାଇ ଆପ ନେତା ଜଣଙ୍କ ପୂର୍ବରୁ ସମନକୁ ମଧ୍ୟ ଏଡ଼ାଇ ଯାଇଥିଲେ। ସେ ୫ ରାଜ୍ୟରେ ନିର୍ବାଚନ ଚାଲିଥିବା କଥା କହି ସମନ ଅନୁସାରେ ହାଜର ହୋଇ ନଥିଲେ। ଯଦି ନିର୍ବାଚନ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଦିଆଯିବ, ତା’ହେଲେ କୌଣସି ରାଜନେତାଙ୍କୁ ଗିରଫ କରାଯାଇ ପାରିବ ନାହିଁ କିମ୍ବା ବିଚାର ବିଭାଗୀୟ ହାଜତରେ ରଖାଯାଇ ପାରିବ ନାହିଁ।

ବିଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୨୩ଟି ନିର୍ବାଚନ ହୋଇଛି। ଯଦି ପ୍ରଚାର ପାଇଁ ଅନ୍ତରୀଣ ଜାମିନ ମିଳିବ, ତା’ହେଲେ ବର୍ଷ ତମାମ ନିର୍ବାଚନ ହେଉଥିବାରୁ କୌଣସି ରାଜନେତାଙ୍କୁ କେବେ ହେଲେ ଗିରଫ କରାଯାଇ ପାରିବ ନାହିଁ। କେଜ୍ରିୱାଲଙ୍କୁ ସ୍ୱତନ୍ତ୍ର ଅନୁକମ୍ପା ଦେଖାଇ ଯଦି ସାଧାରଣ ନିର୍ବାଚନର ପ୍ରଚାର ପାଇଁ ଜାମିନ ଦିଆଯିବ, ତା’ହେଲେ ଏହା ପ୍ରଚଳିତ ଆଇନ ଓ ସମାନତା ଅଧିକାରୀକୁ ଉଲ୍ଲଙ୍ଘନ କରିବ। ସମସ୍ତ ବେଲଜ୍ଜ୍ୟା ରାଜନେତାଙ୍କୁ ଅପରାଧ ଘଟାଇବାକୁ ଅନୁମତି ମିଳିଯିବ ଓ ନିର୍ବାଚନ ନାଁରେ ସେମାନେ ତଦନ୍ତ ପ୍ରକ୍ରିୟାକୁ ମଧ୍ୟ ଏଡ଼ାଇ ଯିବେ ବୋଲି ଇଡି ତା’ର ସତ୍ୟପାଠରେ କହିଛି।

ଇଡି ଆହୁରି କହିଛି ଯେ ଅରବିନ୍ଦ କେଜ୍ରିୱାଲ କିମ୍ବା ଯେକୌଣସି ରାଜନେତା କେବେ ହେଲେ ଜଣେ ସାଧାରଣ ଲୋକଙ୍କ ତୁଳନାରେ ସ୍ୱତନ୍ତ୍ର ମାନ୍ୟତା ପାଇଁ ଦାବି କରିପାରିବେ ନାହିଁ। ଏପରି ଘଟଣା ଦେଶରେ ଦୁଇଟି ଭିନ୍ନ ବର୍ଗ ସୃଷ୍ଟି କରିବ।

ସାଧାରଣ ଲୋକଙ୍କ ପାଇଁ ଗୋଟିଏ ନିୟମ ଓ ରାଜନେତାମାନଙ୍କ ପାଇଁ ଆଉ ଗୋଟିଏ ନିୟମ ରହି ପାରିବ ନାହିଁ। ଆଇନ ସମସ୍ତଙ୍କ ପାଇଁ ସମାନ। ପ୍ରଚାର ପାଇଁ କେବେ ହେଲେ ଅନ୍ତରୀଣ ଜାମିନ ମିଳି ପାରିବ ନାହିଁ।

ତଦନ୍ତକାରୀ ସଂସ୍ଥା ନିଜର ଯୁକ୍ତିରେ କହିଛି ଯେ ବିଚାର ବିଭାଗୀୟ ହାଜତରେ ରହି ରାଜନେତାମାନେ ନିର୍ବାଚନ ଲଢ଼ିଛନ୍ତି ଓ ବିଜୟୀ ମଧ୍ୟ ହୋଇଛନ୍ତି। କିନ୍ତୁ ସେମାନଙ୍କୁ କେବେ ହେଲେ ଅନ୍ତରୀଣ ଜାମିନ ମିଳିନାହିଁ। ଅଣ ପିଏମଏଲଏ ଅପରାଧରେ ମଧ୍ୟ ଅନେକ ରାଜନେତା ଦେଶର ବିଭିନ୍ନ ପ୍ରାନ୍ତରେ ବିଚାର ବିଭାଗୀୟ ହାଜତରେ ରହିବାର ନଜିର ରହିଛି।

ED Raid Arvind Kejriwal Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe