Advertisment

ତିହାର ଜେଲରେ ସିସୋଦିଆଙ୍କୁ ପୁଣି ଜେରା କଲା ଇଡି

ମଙ୍ଗଳବାର ବି ସିସୋଦିଆଆଙ୍କୁ ଇଡି ଜେଲରେ ପ୍ରାୟ ୬ ଘଣ୍ଟା ଜେରା କରିଥିଲା ।

undefined

Manish Sisodia

Advertisment

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ ନେତା ମନିଷ ସିସୋଦିଆଅଙ୍କୁ ତିହାର ଜେଲରେ ପୁଣି ଥରେ ପଚରା ଉଚରା କରିଛି ଇଡି । ଏହା ପୂର୍ବରୁ ମଙ୍ଗଳବାର ବି ସିସୋଦିଆଆଙ୍କୁ ଇଡି ଜେଲରେ ପ୍ରାୟ ୬ ଘଣ୍ଟା ଜେରା କରିଥିଲା । ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ରାଉସ୍ ଆଭେନ୍ୟୁ କୋର୍ଟ । ଏବେ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ସିସୋଦିଆ ତିହାର ଜେଲରେ ରହିବେ।

Advertisment

ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଫେବ୍ରୁଆରି ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ସିବିଆଇ ହେପାଜତରେ ଥିଲେ। ଅନ୍ୟପଟେ ଏହି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ଆଜି ଜେରା ପାଇଁ ନୋଟିସ୍ ହୋଇଥିଲା। ହେଲେ ସେ ୧୧ ମାର୍ଚ୍ଚରେ ହାଜର ପାଇଁ ଅନୁରୋଧ କରିଥିଲେ । ତାଙ୍କର ଏହି ଅନୁରୋଧକୁ କେନ୍ଦ୍ରୀୟ ଏଜେନ୍ସି ସ୍ୱୀକାର କରିଛି । କବିତା ଗୁରୁବାର ଦିଲ୍ଲୀ ପହଞ୍ଚିଛନ୍ତି ।

କେ. ‌କବିତା କହିଛନ୍ତି ଯେ, ତାଙ୍କୁ ଏତେ ଶୀଘ୍ର କାହିଁକି ଡକାଗଲା ତାହା ସେ ବୁଝିବାକୁ ଅସମର୍ଥା। କବିତା କହିଛନ୍ତି ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସମ୍ପ୍ରତି ଚାଲିଥିବା ତଦନ୍ତରେ ତାଙ୍କର କ‌ୌଣସି ସମ୍ପୃକ୍ତି ନାହିଁ। ୨୦୨୩ ମାର୍ଚ ୧୧ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟ’ରେ ସେ ହାଜର ହେବେ। ତଦନ୍ତରେ ସେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।

Advertisment
Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe