Advertisment

ରାହୁଲ ଗାନ୍ଧିଙ୍କ ସହଯୋଗୀଙ୍କୁ ଇଡିର ଘନଘନ ଜେରା

ନିକଟରେ ଗିରଫ ହୋଇଥିବା ଟିଏମସି ମୁଖପାତ୍ର ସାକେତ ଗୋଖଲେଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡି ଅଳଙ୍କରଙ୍କ ବୟାନ ରେକର୍ଡ କରିଛି।

ଅଦ୍ୟତନ ହୋଇଛି
ED

ED

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ଅଳଙ୍କର ସାୱାଇଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଘନଘନ ଜେରା କରିବା ସହ ତାଙ୍କ ବୟାନ ରେକର୍ଡ କରିଛି। ନିକଟରେ ଗିରଫ ହୋଇଥିବା ଟିଏମସି ମୁଖପାତ୍ର ସାକେତ ଗୋଖଲେଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡି ଅଳଙ୍କରଙ୍କ ବୟାନ ରେକର୍ଡ କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗୁଜରାଟରୁ ଗୋଖଲେଙ୍କୁ ଗିରଫ କରିବା ପରେ ଇଡି ଜେରା ଆରମ୍ଭ କରିଥିଲା। ଏହାପରେ ଅଳଙ୍କର ସାୱାଇଙ୍କ ସମ୍ପର୍କରେ ସୂଚନା ପାଇଥିଲା। ଏହି ସୂଚନା ଆଧାରରରେ ଇଡି ଲଗାତର ୩ଦିନ ଧରି ଅଳଙ୍କରଙ୍କୁ ଅଫିସକୁ ଡାକି ଜେରା କରିଥିଲା। ଏହି ସମୟରେ ଗୋଖଲେଙ୍କ ସହ ତାଙ୍କୁ ମୁହାଁମୁହିଁ ବସାଯାଇ ପ୍ରଶ୍ନ କରାଯାଇଥିଲା।

ଜଣେ ପୂର୍ବତନ ବ୍ୟାଙ୍କର ଭାବେ ଜଣାଶୁଣା ସାୱାଇ କଂଗ୍ରେସର ପୂର୍ବତନ କଂଗ୍ରେସ ସଭାପତି ରାହୁଲଙ୍କ ଅତ୍ୟନ୍ତ ଘନିଷ୍ଠ। ଏଥିସହ ସେ ଏବେ ରାହୁଲଙ୍କ ରିସର୍ଚ୍ଚ ଟିମ୍‌ ମୁଖିଆ ଭାବେ କାମ କରୁଛନ୍ତି। କ୍ରାଉଡ ଫଣ୍ଡିଂ ପ୍ଲାଟଫର୍ମରୁ ପାଇଥିବା ଅର୍ଥକୁ ‌ଗୋଖଲେ ହେରଫେର କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ପ୍ରଥମେ ତାଙ୍କୁ ଗୁଜରାଟ ପୁଲିସ୍‌ ଗିରଫ କରିଥିଲା।

Advertisment

ଏହାପରେ ଜାନୁଆରୀ ୨୫ରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିଲା। ସେ ଗିରଫ ହେବା ପରେ ହିଁ ଇଡି ସୱାଇଙ୍କୁ ସମନ କରିଥିଲା। ଗିରଫ ପରେ ଇଡି ଅହମଦାବାଦ କୋର୍ଟଙ୍କୁ କହିଥିଲା ଯେ ଗୋଖଲେ କ୍ରାଉଡ ଫଣ୍ଡିଂ ପ୍ଲାଟଫର୍ମରୁ ପାଇଥିବା ଅର୍ଥକୁ ନିଜ ଆକାଉଣ୍ଟକୁ ପଠାଇଥିଲେ।

ବର୍ଷକ ମଧ୍ୟରେ ତାଙ୍କ ଆକାଉଣ୍ଟରେ ୨୩.୫୪ ଲକ୍ଷ ଟଙ୍କା ଜମା ହୋଇଛି। ତେବେ ଗୋଖଲେ ଇଡିକୁ କହିଥିଲେ ଯେ ଏତେ ପରିମାଣର ଟଙ୍କା ତାଙ୍କୁ କଂଗ୍ରେସର ଅଳଙ୍କର ସୱାଇ ସୋଶାଲ ମିଡିଆ ଓ ଅନ୍ୟ ପରାମର୍ଶ କାମ ପାଇଁ ଦେଇଥିଲେ। ଏହି ନେଣଦେଣ ନଗଦ ଟଙ୍କାରେ ହୋଇଥିଲା। ଏହା ଶୁଣି ଇଡି କହିଥିଲା ଯେ ସୱାଇ କାହିଁକି ନଗଦ ରୂପେ ଏତେ ଟଙ୍କା ଦେଇଥିଲେ। ଏହାର ଜବାବରେ ଗୋଖଲେ କହିଥିଲେ ଯେ ଏ ପ୍ରଶ୍ନର ଉତ୍ତର କେବଳ ସୱାଇ ହିଁ ଦେଇପାରିବେ। ଏହାର ଉତ୍ତର ଜାଣିବା ପାଇଁ ଇଡି ସୱାଇଙ୍କୁ ୩ ଦିନ କାଳ ଜେରା କରିଥିଲା।

ଇଡି ଗୋଖଲେ ଓ ସୱାଇଙ୍କୁ ଏକାଠି ଜେରା କରିଥିଲେ ମଧ୍ୟ ସେମିତି ଆଖିଦୃଶିଆ ତଥ୍ୟ ହାସଲ କରିପାରନି। ତଥାପି ପିଏମଏଲଏ ଆଇନ ଅନୁସାରେ ସୱାଇଙ୍କ ବୟାନ ରେକର୍ଡ କରାଯାଇଛି। ସେହିପରି ଗୋଖଲେ କ୍ରାଉଡ ଫଣ୍ଡିଂ ଅର୍ଥକୁ ଆଦୌ ବ୍ୟକ୍ତିଗତ କାମରେ ଲଗାଇ ନଥିବା କହିଛନ୍ତି।

ED Raid TMC Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe