Advertisment

ବିଧାୟକଙ୍କ ଘରେ ପଶିଲା ଇଡି, କାଟିଲା ସିସିଟିଭି କନେକ୍‌ସନ୍‌

ସପା ବିଧାୟକ ଇରଫାନ୍‌ ସୋଲଙ୍କି ଓ ତାଙ୍କ ଭାଇ ଅରଶଦଙ୍କ ଜାଜମଉ ଘରେ ଇଡି ଆଜି ସକାଳୁ ଚଢ଼ାଉ କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
SP mla-irfan-solanki

SP mla-irfan-solanki

ସମାଜବାଦୀ ପାର୍ଟି ବିଧାୟକଙ୍କ ଘରେ ପଶିଲା ଇଡି। ବିଧାୟକ ଇରଫାନ୍‌ ସୋଲଙ୍କିଙ୍କ ଅନେକ ଠିକଣା ଉପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳ୍ର ରେଡ୍‌ କରିଛନ୍ତି। ଇର୍‌ଫାନ୍‌ ଓ ତାଙ୍କ ଭାଇଙ୍କ ଅନେକ ଠିକଣା ଉପରେ ଇଡି ଚଢ଼ାଉ କରିଛି। ଏହି ସମୟରେ ସେଠାରେ ଲାଗିଥିବା ସିସିଟିଭି କନେକ୍‌ସନ୍‌କୁ ଇଡି କାଟିଦେଇଛି। ପିଏମ୍‌ଏଲ୍ଏ ଆକ୍ଟ ଅନୁଯାୟୀ କେନ୍ଦ୍ରୀ ତଦନ୍ତ ଏଜେନ୍ସି ଏହି ଆକ୍ସନ ନେଇଛି।

Advertisment

ମନି ଲଣ୍ଡରିଂ ମାଲାରେ ସପା ବିଧାୟକ ଇରଫାନ୍‌ ସୋଲଙ୍କି ଓ ତାଙ୍କ ଭାଇ ଅରଶଦଙ୍କ ଜାଜମଉ ଘରେ ଇଡି ଆଜି ସକାଳୁ ଚଢ଼ାଉ କରିଛି। ଅରଶଦ ସିୋଲଙ୍କୁ ତାଙ୍କ ଘରେ ଇଡି ପଚରାଉଚରା ଚଳାଇଛି। ଏହି ସମୟରେ ସପା ବିଧାୟକଙ୍କ ପରିସରରେ ଲାଗିଥିବା ସିସିଟିଭି କନେକ୍‌ସନ୍‌କୁ ଇଡି କାଟି ଦେଇଥିବା ସୂଚନା ମିଳିଛି।

ଇରଫାନ ସୋଲଙ୍କି କାନପୁରରୁ ସମାଜବାଦୀ ପାର୍ଟିରୁ ବିଧାୟକ ଅଛନ୍ତି। ସେ ଗତ ଏକ ବର୍ଷ ଧରି ମହାରାଜଗଞ୍ଜ ଜେଲରେ ଅଛନ୍ତି। ତାଙ୍କ ବିରୋଧରେ ୧୭ଟି ମାମଲା ରୁଜୁ ହୋଇଛି। ଚାରିଥର ବିଧାୟକ ଇରଫାନଙ୍କ ବିରୋଧରେ ଜଣେ ମହିଳାଙ୍କ ଜମିକୁ ହଡପ କରିବା ଉଦ୍ଦେଶ୍ୟରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ମହିଳାଙ୍କୁ ହଇରାଣ କରିବା ଓ ତାଙ୍କ ପ୍ଲଟକୁ ହଡପ କରିବା ପାଇଁ ତାଙ୍କ ଘରେ ନିଆଁ ଲଗାଇବା ଅଭିଯୋଗ ସାମ୍ନାକୁ ଆସିବା ପରେ ବିଧାୟକ ଇରଫାନ୍‌ ସୋଲଙ୍କି ଏବଂ ତାଙ୍କ ଭାଇ ରିଜୱାନଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ ସେ ଗି ଏକ ବର୍ଷ ହେଲା ଜେଲ୍‌ରେ ବନ୍ଦି ଅଛନ୍ତି।

Advertisment

ଇରଫାନ୍ ସୋଲଙ୍କି ରାଜ୍ୟସଭା ନିର୍ବାଚନରେ ​​ଭୋଟ୍ ଦେବାକୁ ଅନୁମତି ମାଗି ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟରେ ଆବେଦନ କରିଥିଲେ। ତେବେ ଯୁକ୍ତି ପରେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ। କର୍ଣ୍ଣେଲଗଞ୍ଜ ପୁଲିସ ଷ୍ଟେସନରେ ସୋଲଙ୍କି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ମାମଲା ମଧ୍ୟ ରୁଜୁ ହୋଇଛି।

ED Raid Uttar Pradesh Samajwadi Party SP MLA Irfan Solanki