Advertisment

କଂଗ୍ରେସ ବିଧାୟକ ଓ ଏକାଧିକ ନେତାଙ୍କ ଘରେ ଇଡି ରେଡ୍‌, ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ବିଜେପି

କୋଇଲା ଉପରେ ଲାଗୁ ହୋଇଥିବା ଲେଭୀରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଇଡି ଏପରି ରେଡ୍‌ କରିଛି।

ED

ED

Advertisment

ଛତିଶଗଡ଼ର କ୍ଷମତାସୀନ କଂଗ୍ରେସର ଜଣେ ବିଧାୟକ ଓ ଆଉ କିଛି ବରିଷ୍ଠ ନେତାଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍‌ କରିଛି। କୋଇଲା ଉପରେ ଲାଗୁ ହୋଇଥିବା ଲେଭୀରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଇଡି ଏପରି ରେଡ୍‌ କରିଛି। ଗୋଟିଏ ପଟେ କଂଗ୍ରେସ ପକ୍ଷରୁ ଛତିଶଗଡ଼ରେ ପ୍ଲେନାରୀ ବା ବରିଷ୍ଠ ନେତା ଓ କର୍ମୀଙ୍କୁ ନେଇ ସମାବେଶର ଆୟୋଜନ ଯୋଜନା ଚାଲିଥିବା ବେଳେ ଇଡି ଆଜି ସକାଳୁ ରେଡ କରିଛି।

Advertisment

ଇଡି ପକ୍ଷରୁ ଆଜି ଏକକାଳୀନ ୧୭ଟି ସ୍ଥାନରେ ରେଡ୍‌ କରାଯାଇଛି। ଦୁର୍ଗ ବିଧାୟକ ଦେବେନ୍ଦ୍ର ଯାଦବ, ଛତିଶଗଡ଼ କଂଗ୍ରେସର କୋଷାଧ୍ୟକ୍ଷ ରାମଗୋପାଲ ଅଗ୍ରୱାଲ, ବିଲଡିଂ ୱାକ୍ସ କଲ୍ୟାଣ ବୋଡଆର ଅଧ୍ୟକ୍ଷ ସୁଶୀଲ ସୋନୀ ଅଗ୍ରୱାଲ ଓ ଛତିଶଗଡ଼ର କଂଗ୍ରେସ ମୁଖପାତ୍ର ଆରପି ସିଂହଙ୍କ ଏକାଧିକ ଠିକାଣରେ ଇଡିର ଟିମ ଛାନଭିନ କରିଛନ୍ତି।

ଇଡି ଅଭିଯୋଗ କରିଛି ଯେ ଛତିଶଗଡ଼ରୁ ଚାଲାଣ ହେଉଥିବା ଗୋଟିଏ ଟନ୍‌ ପିଛା କୋଇଲାରେ ବେଆଇନ ଭାବେ ୨୫ କୋଟି ଟଙ୍କାର ଲେଭୀ ଲାଗୁ କରାଯାଇ ହରିଲୁଟ କରାଯାଇଛି। ଏଥିରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ମଧ୍ୟସ୍ଥି ସାମିଲ ଅଛନ୍ତି। କୋଇଲା ଲେଭୀ ଦୁର୍ନୀତିରେ ମିଳିଥିବା ୫୨ କୋଟି ଟଙ୍କା ଗୋଟିଏ ରାଜନୀତିକ ଦଳର ବରିଷ୍ଠ ନେତାମାନଙ୍କ ପାଖକୁ ଯାଇଛି। ସେହିପରି ଆଉ ୪ କୋଟି ଟଙ୍କା ଛତିଶଗଡ଼ର କିଛି ବିଧାୟକ ପାଇଛନ୍ତି। ଏହି ତଥ୍ୟ ପରେ ଆଜି ଇଡି ପକ୍ଷରୁ ରେଡ୍‌ କରାଯାଇଥିବା ଏଜେନ୍ସି କହିଛି।

Advertisment

କିନ୍ତୁ ଏହା ପଛରେ ରାଜନୀତିକ ଅଭିସନ୍ଧି ଥିବା ଛିତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଦାବି କରିଛନ୍ତି। ଏଥିସହ ସେ ବିଜେପିକୁ ଟାର୍ଗେଟ କରିଛନ୍ତି। ଏପରି କି ରେଡ ବିଜେପିର ହତାଶା ଭାବକୁ ଦେଖାଉଛି ବୋଲି ସେ କହିଛନ୍ତି।

ରେଡ୍‌ ପରେ ବାଘେଲ କହିଛନ୍ତି ଯେ “ଆଜି ଇଡି ପକ୍ଷରୁ ମୋର ଏକଧିକ ସହଯୋଗୀଙ୍କ ଘରେ ରେଡ କରାଯାଇଛି। ଏମାନଙ୍କ ମଧ୍ୟରେ ଛତିଶଗଡ଼ କଂଗ୍ରେସର କୋଷାଧ୍ୟକ୍ଷ, ଦଳର ପୂର୍ବତନ ସଭାପତି ଓ ଜଣେ ବିଧାୟକ ରହିଛନ୍ତି। ୪ ଦିନ ପରେ ରାୟପୁରରେ କଂଗ୍ରେସର ସମାବେଶ ହେବାର ଅଛି। ତେଣୁ ଏପରି ରେଡ ହୋଇଛି। କିନ୍ତୁ ସେମାନେ ଆମ ନେତାମାନଙ୍କୁ ଅଟକାଇ କିଛି ବି କରିପାରିବେ ନାହିଁ।

ବିଜେପି ଭାରତ ଯୋଡ଼ୋ ଯାତ୍ରାରେ ଉଠିଥିବା ପ୍ରସଙ୍ଗକୁ ଦେଇ ହତାଶ ହୋଇ ପଡ଼ିଛି। ଗୌତମ ଆଦାନୀଙ୍କ ସତ୍ୟ ସାମ୍ନାକୁ ଆସି ସାରିଛି। କେବଳ ଧ୍ୟାନଚ୍ୟୁତ କରି ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏପରି ରେଡ କରାଯାଉଛି। ହେଲେ ଦେଶ ସତ କ’ଣ ଜାଣିଛି। ଆମେ ଲଢ଼ିବୁ ଓ ଜିତିବୁ।”

କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ କଶ୍ମୀରରେ ଶେଷ ହୋଇଥିବା ଭାରତ ଯୋଡ଼ୋ ଯାତ୍ରାରୁ କଂଗ୍ରେସ ଅନେକ ଫାଇଦା ପାଇଥିବା ଦଳ ଦାବି କରିଛି। ଲୋକମାନେ କଂଗ୍ରେସ ଉପରେ ଭରସା କରିବା ଆରମ୍ଭ କରିଛନ୍ତି ବୋଲି ଦଳ କହୁଛି। ଏସବୁ ଭିତିରେ ରେଡ୍‌ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବାଘେଲ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି।

Congress ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe