ମହାରାଷ୍ଟ୍ର ମାଲେଗାଁଓ ସ୍ଥିତ ନାସିକ ମର୍ଚ୍ଚାଣ୍ଟ କୋ ଅପରେଟିଭ୍ ବ୍ୟାଙ୍କ ନାମକୋରେ ଇଡିର ଚଢାଉ। ଜବତ ହୋଇଛି ୧୩ କୋଟି ୫୦ ଲକ୍ଷ ଟଙ୍କା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ ଜୋନ ପକ୍ଷରୁ ରେଡ୍ କରାଯାଇ ଏତେ ପରିମାଣର ନଗଦ କ୍ୟାସ୍ ଜବତ କରାଯାଇଛି।
ଇଡି ପକ୍ଷରୁ ଗତକାଲି ଅହମ୍ମଦାବାଦ ଓ ମୁମ୍ବାଇର ୭ଟି ସ୍ଥାନରେ ଚଢାଉ ଏକକାଳୀନ ଚଢାଉ କରାଯାଇଥିଲା। ଏହା ପୂର୍ବରୁ ଗତମାସରେ ମଧ୍ୟ ଇଡି ଏହି ମାମଲାରେ ମହାରାଷ୍ଟ୍ର ଓ ଗୁଜରାଟର ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା।
Also Read
ମାଲେଗାଁଓର ଜନୈକ ବ୍ୟବସାୟୀ ନାସିକ ମର୍ଚ୍ଚାଣ୍ଟ କୋ ଅପରେଟିଭ୍ ବ୍ୟାଙ୍କରେ ଥିବା ବିଭିନ୍ନ ଗ୍ରାହକଙ୍କ ଆକାଉଣ୍ଟର ଅପବ୍ୟବହାର କରି ୧୦୦ କୋଟିରୁ ଅଧିକ କାରବାର କରିଥିବା ଅଭିଯୋଗ ରହିଥିଲା। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ ମାଲଗାଁଓ ଥାନାରେ ମାମଲା ଚାଲିଛି। ତେବେ ୧୦୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗରେ ଇଡି ଏହି ରେଡ୍ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।