Advertisment

ରେଡ୍‌ କରିବାକୁ ଯାଇଥିଲା ଇଡି, କବାଟ ଖୋଲିଲେନି ବିଧାୟକ

ୱାକଫ ବୋର୍ଡ ମାମଲାରେ ଇଡିର ଏକ ଟିମ୍‌ ଅମାନତୁଲ୍ଲା ଖାନଙ୍କ ଘରେ ଆଜି ସକାଳୁ ଚଢ଼ାଉ କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Ed Raid

Ed Raid

ଆମ୍‌ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନଙ୍କ ବଢ଼ିଲା ଅଡୁଆ। ବାଟଲା ହାଉସ୍‌ ସ୍ଥିତ ତାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍‌ ଆଜି ସକାଳୁ ଚଢ଼ାଉ କରିଛି। ତେବେ ରେଡ୍‌ କରିବାକୁ ଯାଇଥିବା ଇଡି ଟିମ୍‌କୁ ଘରେ ପଶିବାକୁ ଦେଇନାହାନ୍ତି ବିଧାୟକ।

Advertisment

ଇଡି ସହିତ କୌଣସି ସ୍ଥାନୀୟ ପୋଲିସ ଦଳ ନ ଥିବାରୁ ଅମାନତୁଲ୍ଲା ଖାନ ଅଧିକାରୀଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନାହାନ୍ତି। ସେମାନଙ୍କୁ ପାଇଁ ଘରର କବାଟ ଖୋଲି ନାହାନ୍ତି। ଏଭଳି ପରିସ୍ଥିତିରେ ସ୍ଥାନୀୟ ପୋଲିସକୁ ଡକାଯାଇଛି। ୱାକଫ ବୋର୍ଡ ମାମଲାରେ ଇଡିର ଏକ ଟିମ୍‌ ଅମାନତୁଲ୍ଲା ଖାନଙ୍କ ଘରେ ଚଢ଼ାଉ ପାଇଁ ଆଜି ସକାଳୁ ପହଞ୍ଚିଛି।

ଏହାକୁ ନେଇ ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍‌ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, 'ଇଡିର ଲୋକମାନେ ଆଜି ସକାଳ ୭ଟାରେ ମୋ ଘରେ ପହଞ୍ଚିଛନ୍ତି। ସର୍ଚ୍ଚ ୱାରେଣ୍ଟ ନାମରେ ଇଡିର ଟିମ୍‌ ମୋତେ ଗିରଫ କରିବାକୁ ଆସିଛନ୍ତି। ମୋ ଶାଶୁ କ୍ୟାନ୍‌ସର ରୋଗରେ ପୀଡିତ। ୪ ଦିନ ପୂର୍ବରୁ ତାଙ୍କର ଅପରେସନ୍ କରାଯାଇଛି।'

Advertisment

ସେ ଏହା ମଧ୍ୟ କହିଛନ୍ତି ଯେ ସେ ଇଡିର ସମସ୍ତ ନୋଟିସର ଜବାବା ଦେଇଛନ୍ତି। 'ଏମାନେ କେବଳ ମେତେ ନୁହେଁ ମୋ ଦଳକୁ ମଧ୍ୟ ହଇରାଣ କରୁଛନ୍ତି। ଏମାନଙ୍କ ଉଦ୍ଦେଶ୍ୟ ହେଲା ଆମକୁ ଭାଙ୍ଗିବା ଓ ଅଲଗା କରିବା। କିନ୍ତୁ ଏମାନଙ୍କୁ ଆମେ ଡରିବୁ ନାହିଁ। ମୋର ଆଇନ ବ୍ୟବସ୍ଥା ଉପରେ ଓ ଅଦାଲତ ଉପରେ ବିଶ୍ୱାସ ରହିଛି। ନିଶ୍ଚିତ ଆମକୁ ନ୍ୟାୟ ମିଳିବ। ଏଥିସହ ତାଙ୍କ ବିରୋଧରେ ମିଥ୍ୟା ଅରୋପ ଲଗାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ସେପଟେ ଆମ୍‌ ଆଦମୀ ନେତା ସଞ୍ଜୟ ସିଂହ ମଧ୍ୟ ଏକ ଭିଡିଓ ପୋଷ୍ଟ କରି କେନ୍ଦ୍ର ସରକାର ଓ ଇଡି ଉପରେ ବର୍ଷିଛନ୍ତି। ସେ ଲେଖିଛନ୍ତି, 'ଇଡିର କ୍ରୁରତା ଦେଖନ୍ତୁ। ଅମାନତୁଲ୍ଲା ଖାନ ପ୍ରଥମେ ଇଡି ଅନୁସନ୍ଧାନରେ ଯୋଗ ଦେଇଥିଲେ, ଅଧିକ ସମୟ ମାଗିଥିଲେ। ତେବେ ଇଡିର ଟିମ୍‌ ଆଜି ସକାଳୁ ସକାଳୁ ଚଢ଼ାଉ ପାଇଁ ତାଙ୍କ ଘରେ ପହଞ୍ଚି ଯାଇଛି। ଅମାନାତୁଲ୍ଲାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ, କିନ୍ତୁ ଉଭୟ ମୋଦିଙ୍କ ଏକଛତ୍ରବାଦୀ ଶାସନ ଏବଂ ଇଡିର ଦାଦାଗିରି ଜାରି ରହିଛି।'

ED Raid AAP MLA Amanatullah Khan