Advertisment

ଶରଦ ପାୱାରଙ୍କ ସମ୍ପର୍କୀୟଙ୍କ ଠିକଣାରେ ପଶିଲା ଇଡି

୨୦୧୯ରେ ଏହି ଦୁର୍ନୀତି ଘଟଣାରେ ମହାରାଷ୍ଟ୍ର ପୁଲିସ୍‌ ଅଜିତ ପାୱାର, ଶରଦ ପାୱାର ଓ ଅନ୍ୟ ୭୦ ଜଣଙ୍କ ନାଁରେ ଏଫଆଇଆର କରିଥିଲେ।

NCP

NCP

Advertisment

ଏନସିପି ସୁପ୍ରିମୋ ତଥା ବରିଷ୍ଠ ରାଜନେତା ଶରଦ ପାୱାରଙ୍କ ସମ୍ପର୍କୀୟଙ୍କ ଠିକଣାରେ ଆଜି ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ପାୱାରଙ୍କ ଅଣନାତି ତଥା ବିଧାୟକ ରୋହିତ ପାୱାରଙ୍କ ମାଲିକାନାରେ ଥିବା କମ୍ପାନୀରେ ଆଜି ଇଡି ଚଢ଼ଉ କରିଛି। ୨୫ ହଜାର କୋଟି ଟଙ୍କାର ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତି ଘଟଣାରେ ଇଡି ଏପରି ରେଡ କରିଥିବା ଜଣାପଡ଼ିଛି।

Advertisment

ଏହି ଦୁର୍ନୀତି ଘଟଣାରେ ଶରଦ ପାୱାର ଓ ତାଙ୍କ ପୁତୁରା ଅଜିତ ପାୱାରଙ୍କ ନାଁ ମଧ୍ୟ ରହିଥିଲେ। ଅଜିତ ପାୱାର ନିକଟରେ ଏନସିପିର କିଛି ବିଧାୟକଙ୍କୁ ଧରି କ୍ଷମତାସୀନ ବିଜେପି ଓ ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି। ତଥାପି ଏନସିପିର ଅଧିକାଂଶ ନେତା ଓ ବିଧାୟକ ଶରଦ ପାୱାରଙ୍କ ସପକ୍ଷରେ ରହିଛନ୍ତି।

୨୫ ହଜାର କୋଟି ଟଙ୍କାର ଦୁର୍ନୀତି ଘଟଣାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ମାମଲା ଆଧାରରେ ଇଡିର ଅଧିକାରୀମାନେ ବାରାମତି ଆଗ୍ରୋର ୬ଟି ସ୍ଥାନ ଓ ଏହା ସହ ଜଡ଼ିତ ଥିବା ଲୋକଙ୍କ ବାରାମତି, ପୁଣେ, ପିମ୍ପ୍ରି ଓ ଔରଙ୍ଗାବାଦରେ ଥିବା ବିଭିନ୍ନ ସ୍ଥାନରେ ମଧ୍ୟ ରେଡ କରାଯାଇଛି। ବାରାମତି ଆଗ୍ରୋର ମାଲିକାନା ରୋହିତ ପାୱାରଙ୍କ ପାଖରେ ରହିଛି। ସେ ମଧ୍ୟ ଏହି କମ୍ପାନୀର ସିଇଓ।

Advertisment

ଇଡିର କହିବା କଥା ଯେ ବାରାମତି ଆଗ୍ରୋ ବେଆଇନ ଭାବେ ବିପୁଳ ପରିମାଣ ଲୋକ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କରୁ ଋଣ ନେଇଛି। ଲୋନ ଟଙ୍କାକୁ କମ୍ପାନୀ ଫେରାଇ ନାହିଁ କିମ୍ବା ଏହାକୁ ଅନ୍ୟ ଉପାୟରେ ଖର୍ଚ୍ଚ କରିଛି।

ଶରଦ ପାୱାରଙ୍କ ପାଖ ଲୋକମାନେ ବ୍ୟାଙ୍କର ବୋର୍ଡ ଅଫ ଡିରେକ୍ଟର୍ସରେ ଥିଲେ ଓ ସେମାନେ ହିଁ ଋଣ ଦେବାରେ ଅହେତୁକ ଅନୁକମ୍ପା ଦେଖାଇଥିଲେ। ଲୋନ ପ୍ରଦାନ କରାଯାଇଥିଲେ ହେଁ ଏହାକୁ ଆଉ ଫେରସ୍ତ କରାଯାଇ ନଥିବା ଇଡି କହିଛି।

୨୦୧୯ରେ ଏହି ଦୁର୍ନୀତି ଘଟଣାରେ ମହାରାଷ୍ଟ୍ର ପୁଲିସ୍‌ ଅଜିତ ପାୱାର, ଶରଦ ପାୱାର ଓ ଅନ୍ୟ ୭୦ ଜଣଙ୍କ ନାଁରେ ଏଫଆଇଆର କରିଥିଲେ। କିନ୍ତୁ ପ୍ରମାଣ ଅଭାବରୁ ଗତବର୍ଷ ପୁଲିସ୍‌ ମାମଲାକୁ ବନ୍ଦ କରିବା ପାଇଁ ରିପୋର୍ଟ ଦେଇଥିଲା।

କିନ୍ତୁ ଏହାକୁ ଇଡି ବିରୋଧ କରିଥିଲା। ଏହାପୂର୍ବରୁ ୨୦୨୧ ଜୁଲାଇ ମାସରେ ଇଡି ଜରାନଦେଶ୍ୱର ସୁଗାର ମିଲିସର ସମ୍ପତ୍ତି ଏହି ଦୁର୍ନୀତି ମାମଲାରେ ଜବତ କରିଥିଲା। ଏକଦା ଏହି ମିଲ୍ସର ଜଣେ ଡିରେକ୍ଟର ଭାବେ ଅଜିତ ପାୱାର କାମ କରୁଥିଲେ।

ED Raid Sharad Pawar NCP NCP MLA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe