Advertisment

ବଗିଚା ବଦଳରେ ହୋଟେଲ କଲେ ବିଧାୟକ, ରେଡ୍‌ କଲା ଇଡି

୫୦୦ କୋଟି ଟଙ୍କାର ଲଗ୍‌ଜୁରୀ ହୋଟେଲ ନିର୍ମାଣ ଦୁର୍ନୀତି ଅଭିଯୋଗରେ ଇଡି ଏକକାଳୀନ ୭ଟି ସ୍ଥାନରେ ରେଡ୍‌ କରିଛି।

Shivsena MLA

Shivsena MLA

Advertisment

ମନିଲଣ୍ଡରିଂ ମାମଲାରେ ଫସିଲେ ଶିବସେନା(ୟୁବିଟି) ବିଧାୟକ। ମୁମ୍ବାଇ ସ୍ଥିତ ରବିନ୍ଦ୍ର ବାୟକରଙ୍କ ଘର ଓ ତାଙ୍କ ସହ ଜଡିତ କିଛି ସଂସ୍ଥା ପରିସରରେ ଆଜି ବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍‌ ଚଢ଼ାଉ କରିଛି।

Advertisment

ସୂଚନା ମୁତାବକ, ମୁମ୍ବାଇ ଯୋଗେଶ୍ୱରୀ ଅଞ୍ଚଳରେ ୫୦୦ କୋଟି ଟଙ୍କାର ଲଗ୍‌ଜୁରୀ ହୋଟେଲ ନିର୍ମାଣ ଦୁର୍ନୀତି ଅଭିଯୋଗରେ ଇଡି ଏକକାଳୀନ ୭ଟି ସ୍ଥାନରେ ରେଡ୍‌ କରିଛି। ବିଧାୟକଙ୍କ ଘର ସମେତ ତାଙ୍କ ସହଯୋଗୀଙ୍କ ସହ ଜଡିତ ସାତୋଟି ସ୍ଥାନରେ ଇଡି ଚଢ଼ାଉ କରିଛି।

ବିଏମ୍‌ସିର ବଗିବା ବା ଖେଳ ପଡିଆ ପାଇଁ ଯେଉଁ ପ୍ଲଟ ସଂରକ୍ଷିତ ଥିବା ସେହି ପ୍ଲଟରେ ଫାଇଭ ଷ୍ଟାର୍‌ ହୋଟେଲ ତିଆରି କରୁବାକୁ ଅନୁମତି ପାଇ ବାୟକର ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନକୁ ୫୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ଗତବର୍ଷ ନଭେମ୍ବରରେ ଇଡି ମନିଲଣ୍ଡରିଂ ଆକ୍ଟ ଅଧିନରେ ରବିନ୍ଦ୍ର ବାୟକରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Advertisment

୬୪ ବର୍ଷୀୟ ରବିନ୍ଦ୍ର ବାୟକର ଯୋଗେଶ୍ୱରୀ ପୂର୍ବ ନିର୍ବାଚନମଣ୍ଡଳିରୁ ବିଧାୟକ ଅଛନ୍ତି। ସେ ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଜଣେ ଘନିଷ୍ଠ ସହଯୋଗୀ ବୋଲି ଜଣାପଡିଛି। ସେ ବିଏମସିରେ ୨୦ ବର୍ଷ ଧରି ମ୍ୟୁନିସିପାଲିଟି ସେବକ ମଧ୍ୟ ରହିଆସିଛନ୍ତି। ପ୍ରଥମେ ୧୯୯୨ରେ ସେ BMC କୁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ଲଗାତାର ଚାରି ଥର ପାଇଁ ମ୍ୟୁନିସିପାଲିଟି ସେବକ ଥିଲେ। ବିଜେପି ନେତା କିରିଟ ସୌମ୍ୟା ବାୟକରଙ୍କ ୫୦୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ମୁମ୍ବାଇ ପୁଲିସର ଇଓଡବ୍ଲୁ ଶାଖା ତାଙ୍କୁ ଏହି ମାମଲାରେ ପଚରାଉଚରା କରିସାରିଛି।

ED Raid Shiv Sena Shiv Sena MLA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe