Advertisment

ଯେଉଁଠି ନିର୍ବାଚନ ଥାଏ, ସେଠି ମୋଦି ପହଞ୍ଚିବା ଆଗରୁ ଇଡି ପହଞ୍ଚିଯାଏ: କେ.କବିତା

ଆସନ୍ତା ଡିସେମ୍ବରରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ରହିଛି।

author-image
Tapas Behera
undefined

K Kavitha

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ ନେତା କେ.କବିତା ଗୁରୁବାର କେନ୍ଦ୍ରରେ ମୋଦି ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଯେଉଁଠି ନିର୍ବାଚନ ଥାଏ ସେଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବା ପୂର୍ବରୁ ଇଡି ପହଞ୍ଚି ଯାଉଛି। ଆସନ୍ତା ଡିସେମ୍ବରରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ରହିଛି। ତେଣୁ କେନ୍ଦ୍ରସରକାର ଗତ ଜୁନ୍‌ ମାସର ଠାରୁ ତଦନ୍ତକାରୀ ଏଜେନ୍ସିକୁ ତେଲେଙ୍ଗାନା ପଠାଉଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତାଙ୍କୁ ଆଜି ଜେରା ପାଇଁ ଇଡି ନୋଟିସ କରିଥିଲା। କିନ୍ତୁ ସେ ମାର୍ଚ୍ଚ ୧୬ରେ ହାଜର ପାଇଁ ସମୟ ମାଗିଛନ୍ତି।

Advertisment

ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେ.କବିତା କହିଛନ୍ତି ଯେ, ବିଭିନ୍ନ ମାମଲାରେ ପ୍ରାୟ ୧୫ ରୁ ୧୬ ବିଆରଏସ ମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ସେ କହିଛନ୍ତି, ମୁଁ ମୋଦୀଜୀଙ୍କୁ ଅନୁରୋଧ କରୁଛି ଯେ, ସେ ଜନସାଧାରଣଙ୍କ ନିକଟକୁ ଯାଇ ତେଲେଙ୍ଗାନା ଏବଂ ଦେଶର ଲୋକଙ୍କ ପାଇଁ କ’ଣ କରିଛନ୍ତି କୁହନ୍ତୁ। ସେମାନଙ୍କ ହୃଦୟ ଜିତନ୍ତୁ ଏବଂ ପରେ ନିର୍ବାଚନରେ ​​ଜିତନ୍ତୁ। କବିତା କହିଛନ୍ତି ଯେ, ଲୋକଙ୍କ ଆଶୀର୍ବାଦ ପାଇବା ପରେ ସେମାନେ କ୍ଷମତାକୁ ଆସିଛନ୍ତି। ତେଲେଙ୍ଗାନାରେ ବିଆରଏସ ସରକାରଙ୍କ ନେତୃତ୍ୱ ନେଉଛି। ସେ ଆହୁରି କହିଛନ୍ତି ଯେ, ଆମେ ବିଜେପିର ବିଫଳତାକୁ ଜନତାଙ୍କ ସାମ୍ନାରେ ରଖିବୁ। ହେଲେ ଆମକୁ ବିଭିନ୍ନ ପ୍ରକାର କେନ୍ଦ୍ରୀୟ ସଂସ୍ଥା ଦ୍ୱରା ହଇରାଣ କରାଯାଉଛି। ଆମେ କିନ୍ତୁ ଭୟଭୀତ ହେବା ନାହିଁ।

ଭିଡିଓ କନଫରେନ୍ସିଂ ଜରିଆରେ କାହିଁକି ଇଡି ତାର କାର୍ଯ୍ୟ କରି ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯଦି ମହିଳାମାନଙ୍କୁ ପଚରାଉଚରା କରାଯାଉଛି ତେବେ ଏହା ଅନଲାଇନ୍ ମୋଡ୍ ମାଧ୍ୟମରେ କରାଯିବା ଉଚିତ୍ | ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସଂକ୍ରାନ୍ତରେ ଜେରା ନିମନ୍ତେ ମାର୍ଚ ୧୧ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ ବୋଲି ବୁଧବାର କେ. କବିତା ବୁଧବାର ଦିନ କହିଛନ୍ତି।

Advertisment

ଜାରି କରିଥିବା ବିବୃତିରେ କେ. ‌କବିତା କହିଛନ୍ତି ଯେ, ତାଙ୍କୁ ଏତେ ଶୀଘ୍ର କାହିଁକି ଡକାଗଲା ତାହା ସେ ବୁଝିବାକୁ ଅସମର୍ଥା। ଏହାକୁ ଗୋଟାଏ ରାଜନୈତିକ ଆଖ୍ୟା ଦେଇ କବିତା କହିଛନ୍ତି ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସମ୍ପ୍ରତି ଚାଲିଥିବା ତଦନ୍ତରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ।

India