Advertisment

ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ସମନ ପଠାଇଲା ଇଡି

FEMA ମାମଲାରେ ପଚରାଉଚରା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଡକାଇଛି ଇଡି।

ଅଦ୍ୟତନ ହୋଇଛି
Vaibhav Gehlot

Vaibhav Gehlot

Advertisment

ଫଶିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ। ନିର୍ବାଚନ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଠାଇଲା ସମନ। ଏଫ୍‌ଇଏମ୍‌ଏ ତଥା (ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଆଇନ-୧୯୯୯)ର ଏକ ମାମଲାରେ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ପଚରାଉଚରା କରିବ ଇଡି। ଏଥିପାଇଁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ପଠାଇ ଡକାଇଛି। ଅକ୍ଟୋବର ୨୭ ଅର୍ଥାତ ଆସନ୍ତାକାଲି ହାଜର ହେବାକୁ ଏଥିରେ କୁହାଯାଇଛି। 

Advertisment

କିଛି ମାସ ପୂର୍ବେ ଇଡି ମନି ଲଣ୍ଡରିଂ ମାମଲାରେ ମୁମ୍ବାଇର ଟ୍ରାଇଟନ୍‌ ହୋଟେଲ ନାମକ ଏକ ଫାର୍ମ ବିରୋଧରେ ଚଢ଼ାଉ କରିଥିଲା। ସେହି ସମୟରେ ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଅଧିନିୟମ ୧୯୯୯ (FEMA) ଅଧୀନରେ ୨୯ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜୟପୁର, ଉଦୟପୁର, ମୁମ୍ବାଇ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ରିସୋର୍ଟସ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ରତନ କାନ୍ତ ଶର୍ମା, ଯିଏକି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବ ଗେହଲଟଙ୍କ ବିଜ୍‌ନେସ୍‌ ପାର୍ଟନର୍‌। ଏହି ମାମଲାରେ ରତନ କାନ୍ତଙ୍କ ସମ୍ପୃକ୍ତି ରହିଛି।

ସେପଟେ ପୁଅକୁ ଇଡି ସମନ ପଠାଇ ଡକାଇବା ପରେ ଅଶୋକ ଗେହଲଟ ବିଜେପି ଉପରେ ବର୍ଷିଛନ୍ତି। ସେ ଟ୍ୱିଟ୍‌ କରି ଏହାକୁ ବିରୋଧ କରିଛନ୍ତି। ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଜୀଙ୍କ  ଘରେ ଇଡି ରେଡ୍‌ କଲା। ମୋ ପୁଅ ବୈଭବ ଗେହଲଟଙ୍କୁ ଇଡିରେ ହାଜର ହେବାକୁ ଡକାଗଲା। ଏଥିରୁ ଆପଣମାନେ ବୁଝି ପାରୁଥିବେ ରାଜସ୍ଥାନରେ ଇଡି କେଉଁ ଭଳି ଦାଦାଗିରି ଚାଲିଛି। ରାଜସ୍ଥାନରେ ମହିଳା, କୃଷକ ଓ ଗରିବଙ୍କୁ କଂଗ୍ରେସ ଦ୍ୱାରା ଦିଆଯାଉଥିବା ଲାଭ ପାଆନ୍ତୁ ନାହିଁ ବୋଲି ବିଜେପି ଚାହୁଁନି।  

Advertisment

ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ରାଜନୈତିକ ଦଳ ଜୋରସୋର୍‌ରେ କସରତ ଆରମ୍ଭ କରିଦେଇଛନ୍ତି। ପ୍ରତିଟି ଆସନରେ ଲଢ଼ିବା ପାଇଁ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରୁଛନ୍ତି। ଏହାରି ଭିତରେ ରାଜସ୍ଥାନର ଶାସକ ଦଳ ଉପରେ ଇଡିର ଏଭଳି ଚଢ଼ାଉକୁ ନେଇ ରାଜନୀତିରେ ହଇଚଇ ଆରମ୍ଭ ହୋଇଛି।

Congress ED Raid Ashok Gehlot Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe