Advertisment

ଇଡିକୁ ନାଲିଆଖି ଦେଖାଇଲେ ସୁପ୍ରିମକୋର୍ଟ, କହିଲେ- ଅଯଥା ଭୟ ସୃଷ୍ଟି କରନି

ଛତିଶଗଡ଼ରେ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଇଡିକୁ ନାଲି ଆଖି ଦେଖାଇ ଚେତାବନୀ ଦେବାକୁ ପଛାଇ ନାହାନ୍ତି।

author-image
Niharika Rout
undefined

Supreme Court

ଛତିଶଗଡ଼ରେ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଇଡିକୁ ନାଲି ଆଖି ଦେଖାଇ ଚେତାବନୀ ଦେବାକୁ ପଛାଇ ନାହାନ୍ତି। ଏପରିକି ରାଜ୍ୟରେ ଅଯଥାରେ ଭୟର ବାତାବରଣ ସୃଷ୍ଟି ନ କରିବାକୁ ସଫା ସଫା ଶୁଣାଇ ଦେଇଛନ୍ତି। ଅପରପକ୍ଷେ, ଇଡି ନିଜ ଉପରେ ଲାଗିଥିବା ସବୁ ଆରୋପକୁ ପ୍ରତ୍ୟାଖାନ କରିବା ସହ କେବଳ ଘଟଣାର ତଦନ୍ତ କରୁଥିବା ସଫେଇ ଦେଇଛି।

Advertisment

ରାୟପୁରରେ ପ୍ରାୟ ୨ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ଅଭିଯୋଗ ସାମନାକୁ ଆସିଥିବା ବେଳେ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଛି। ଏପରିକି ଏହି ଘଟଣାରେ ଇଡି ରାୟପୁର ମେୟରଙ୍କ ଭାଇ ଅନବର ଢେବର, ନିତେଶ ପୁରୋହିତ, ତ୍ରିଲୋକ ସିଂ ଓ ଅବକାରୀ ବିଭାଗର ସଚିବ ଅରୁଣପତି ତ୍ରିପାଠୀଙ୍କୁ ଗିରଫ କରିଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ବିଚାର ବିଭାଗୀୟ ହାଜତକୁ ବଢ଼ାଇ ଦିଅଯାଇଛି। ଏହାବାଦ ଏକ ମଦ କମ୍ପାନୀ ଏମଡି ଏପି ତ୍ରିପାଠୀଙ୍କୁ ଦିଲ୍ଲୀରୁ ଗିରଫ କରି ପଚରାଉଚରା କରୁଛି ଇଡି। ମଦ ବେପାରୀଙ୍କୁ ଲାଇସେନ୍ସ ପ୍ରଦାନ, ନକଲି ହୋଲୋଗ୍ରାମ ପାଇଁ କୋଟି କୋଟି ଟଙ୍କାର ଡିଲ୍‌ ହୋଇଥିବାର ପ୍ରମାଣ ଇଡି ହାତରେ ଲାଗିଥିବା ବେଳେ ସେ ଏହାର ଖୋଳତାଡ଼ କରିବା ସହ ଘନଘନ ପଚରାଉଚରା କରୁଛି।

କିନ୍ତୁ ଇଡି ତଦନ୍ତ ପ୍ରକ୍ରିୟାରେ ସୁପ୍ରିମକୋର୍ଟ ଖୁସି ନ ଥିବା ପ୍ରକାଶ କରିଛନ୍ତି। ଅନବର ଢେବରଙ୍କ ସମେତ ୨ ଜଣଙ୍କ ଆବେଦନର ଶୁଣାଣି କରି ଏପରି ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ ।

Advertisment

ଏନେଇ ସୁପ୍ରିମକୋର୍ଟ କହିଛନ୍ତି, ଅବକାରୀ ବିଭାଗର ୫୨ ଅଧିକାରୀ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଶାରିରୀକ, ମାନସିକ ଭାବେ ଇଡି ନିର୍ଯାତନା ଦେଇ ଚାଲିଛି। ଏପରିକି ସେମାନଙ୍କ ପରିବାର ସଦସ୍ୟଙ୍କୁ ଗିରଫ କରିବାର ଧମକ ଦିଆଯାଉଛି  । ଆଗକୁ ନିର୍ବାଚନ ଥିବାରୁ ଇଡି ଶାସକ ଦଳ ସମେତ ସରକାରୀ କର୍ମଚାରୀଙ୍କୁ ବି ହଇରାଣ କରୁଥିବା ଅଭିଯୋଗ ହେଉଛି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ଇଡି ବିରୋଧରେ ସଙ୍ଗୀନ ଆରୋପ ଲଗାଇଛନ୍ତି। ଇଡି ବାରମ୍ବାର ଧମକାଇବା ସହ ହଇରାଣ କରିବା ତଥା ଅଯଥା ନାକେଦମ କରୁଥିବା ସେ ଅଭିଯୋଗ କରିଛନ୍ତି।

ଛତିଶଗଡ଼ରେ ୮ଶହ ସରକାରୀ ମଦ ଦୋକାନରେ ୩୦ରୁ ୪୦% ଅବୈଧ ରୂପେ ଦେଶୀ ମଦ ବିକ୍ରି ହେଉଥିବା ଇଡି ନିଜ ତଦନ୍ତ ରିପୋର୍ଟରେ ପ୍ରକାଶ କରିଛି । ଏହି ସିଣ୍ଡିକେଟ ଗତ ୩ ବର୍ଷରେ ରାଜ୍ୟବାସୀଙ୍କ ୨ ହଜାର କୋଟି ଟଙ୍କାର ଚୁନ ମାରି ସାରିଥିବା ଇଡି କହିଛି।

ଏହି ମାମଲାରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଦେଶରେ ଏପରି ଘଟଣା ପ୍ରଥମ ଘଟିଥିବା ବେଳେ ବେଆଇନ ଭାବେ ମଦ ବିକ୍ରି କରି ସରକାର କୋଟି କୋଟି ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହେଉଛି।

ED Raid Delhi Supreme Court