Advertisment

ପିଏଙ୍କ ଚାକର ଘରୁ ମିଳିଥିଲା ପୁଳା ପୁଳା ଟଙ୍କା, ଏବେ ମନ୍ତ୍ରୀଙ୍କୁ ଡାକିଲା ଇଡି

ଆଲାମଗିର ଆଲାମଙ୍କ PA ସଞ୍ଜୀବ ଲାଲ ଓ ତାଙ୍କ ଚାକର ଜାହାଙ୍ଗୀର ଆଲାମଙ୍କ ଘରୁ ଗତ ସପ୍ତାହରେ ଚଢ଼ାଉ ବେଳେ ନଗଦ ୩୫ କୋଟି ଟଙ୍କା ଜବତ ହୋଇଥିଲା।

minister-alamgir-alam

minister-alamgir-alam

Advertisment

ପିଏଙ୍କ ଚକର ଘରୁ ଗତ ସପ୍ତାହରେ ମିଳିଥିଲା ପୁଳା ପୁଳା ଟଙ୍କା। ଏବେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରବିବାର ଝାରଖଣ୍ଡ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଆଲମଗିର ଆଲମଙ୍କୁ ସମନ ଜାରି କରିଛି। ପଚରାଉଚରା ପାଇଁ ରାଞ୍ଚି ସ୍ଥିତ କାର୍ଯ୍ୟାଳୟରେ ମେ' ୧୪ ତାରିଖରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।

Advertisment

ଆଲାମଗିର ଆଲାମଙ୍କ PA ସଞ୍ଜୀବ ଲାଲ ଓ ତାଙ୍କ ଚାକର ଜାହାଙ୍ଗୀର ଆଲାମଙ୍କ ଘରୁ ଗତ ସପ୍ତାହରେ ଚଢ଼ାଉ ବେଳେ ନଗଦ ୩୫ କୋଟି ଟଙ୍କା ଜବତ ହୋଇଥିଲା। କେବଳ ସେତିକି ନୁହେଁ ଜାହାଙ୍ଗୀର ଆଲମଙ୍କ ଫ୍ଲାଟରୁ ଅନେକ ଦାମୀ ଅଳଙ୍କାର ମଧ୍ୟ ଜବତ କରାଯାଇଥିଲା। ଏହାପରେ ପିଏ ସଞ୍ଜୀବ ଲାଲ ଏବଂ ଜାହାଙ୍ଗୀର ଆଲାମଙ୍କୁ ଇଡି ଗିରଫ କରିଥିଲା।

ଏବେ ପାଳି ମନ୍ତ୍ରୀଙ୍କ ପଡିଛି। ଏହି ମାମଲାରେ ତାଙ୍କୁ ପଚରାଉଚରା କରିବା ପାଇଁ ଇଡି ସମନ ପଠାଇଛି। ମନି ଲଣ୍ଡରିଂ ମାମଲାରେ ଇଡି ମନ୍ତ୍ରୀଙ୍କ ବୟାନ ରେକର୍ଡ କରିବା ପାଇଁ ମଙ୍ଗଳବାର ରାଞ୍ଚି ସ୍ଥିତ କାର୍ଯ୍ୟାଳୟକୁ ଡାକିଛି।

Advertisment

କହିରଖୁ ଯେ, ୭୦ ବର୍ଷୀୟ ଆଲମଗିର ଆଲମ ଝାରଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଅଟନ୍ତି। ସେ ରାଜ୍ୟ ବିଧାନସଭାର ପାକୁଣ୍ଡ ସିଟ୍‌ରୁ ବିଧାୟକ ଅଛନ୍ତି। ଗତ ବର୍ଷ ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ମୁଖ୍ୟ ଇଞ୍ଜିନିୟର ବିରେନ୍ଦ୍ର କେ ରାମ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ ଅର୍ଥ ହେରଫେର ମାମଲାରେ ଚାଲିଥିବା ତଦନ୍ତ ଅନୁଯାୟୀ ଇଡି ଏହି ଚଢ଼ାଉ କରିଥିଲା।

Jharkhand Congress Mla ED Summon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe