Advertisment

ମହୁଆ ଓ ଦର୍ଶନ ହୀରାନନ୍ଦାନିଙ୍କୁ ସମନ ପଠାଇଲା ଇଡି

ଫେମା ଅଧୀନରେ ଇଡି ମହୁଆ ଓ ଦର୍ଶନଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି। ଏଥିପାଇଁ ସେମାନଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

Mahua

Mahua

Advertisment

ଟିଏମସି ନେତ୍ରୀ ମହୁଆ ମୋଇତ୍ର ଓ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ କରିଛି। ବିଦେଶ ମୁଦ୍ରା ପରିଚାଳନା ଆଇନ ଉଲ୍ଲଙ୍ଘନ ମାମଲାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାରେ ଏବେ ଉଭୟଙ୍କୁ ୨୮ ତାରିଖରେ ହାଜର ହେବାକୁ ସମନ କରାଯାଇଛି।

Advertisment

ଫେମା ଅଧୀନରେ ଇଡି ମହୁଆ ଓ ଦର୍ଶନଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି। ଏଥିପାଇଁ ସେମାନଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

ଗୋଟିଏ ଏନଆରଇ ଆକାଉଣ୍ଟ ସହ ମହୁଆଙ୍କର କିଛି ନେଣଦେଣ ହୋଇଥିଲା। ଏହି ସମୟରେ ନିୟମକୁ ଉଲ୍ଲଙ୍ଘନ କରାଯାଇଥିବା ଇଡି ଜାଣିବାକୁ ପାଇଛି। ତେଣୁ ଏ ସମ୍ପର୍କରେ ତଦନ୍ତକାରୀ ସଂସ୍ଥା ମହୁଆଙ୍କୁ ଜେରା କରିବାକୁ ଚାହୁଁଛି।

Advertisment

ଟଙ୍କା ନେଇ ଲୋକସଭାରେ ପ୍ରଶ୍ନ କରିବା ଅଭିଯୋଗରେ ମହୁଆଙ୍କୁ ଗତବର୍ଷ ଡିସେମ୍ବର ମାସରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ତଥାପି ତାଙ୍କୁ ଟିଏମସି ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିଛି। ସେ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ପୁଣି ପ୍ରାର୍ଥୀ ହୋଇଛନ୍ତି।

ଇଡି ବ୍ୟତୀତ ଟଙ୍କା ନେଇ ପ୍ରଶ୍ନ ପଚାରିବା ଘଟଣାର ତଦନ୍ତ ସିବିଆଇ ମଧ୍ୟ କରୁଛି। ମହୁଆ ନଗଦ ୨ କୋଟି ଟଙ୍କା ଓ ଅନ୍ୟାନ୍ୟ ଦାମୀ ଉପହାର ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କ ଠାରୁ ନେଇଥିଲେ। ଏହାପରେ ସେ ତାଙ୍କୁ ବ୍ୟବସାୟିକ ଫାଇଦା ଦେବାକୁ ସଂସଦରେ ମୋଦି ସରକାରକୁ ଟାର୍ଗେଟ କରି ପ୍ରଶ୍ନ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।

ଖାଲି ସେତିକି ନୁହେଁ, ମହୁଆ ସାଂସଦ ଭାବେ ପାଇଥିବା ଇ-ମେଲ ଆଇଡି ଓ ପାସୱାର୍ଡ ମଧ୍ୟ ବ୍ୟବସାୟୀଙ୍କୁ ଦର୍ଶନଙ୍କୁ ଦେଇଥିଲେ। ଦର୍ଶନଙ୍କ ଲୋକ ଲୋକସଭା ୱେବସାଇଟରୁ ଆସେସ କରିବା ସହ ସିଧାସଳଖ ମହୁଆଙ୍କ ପାଇଁ ପ୍ରଶ୍ନ ପ୍ରସ୍ତୁତ କରୁଥିଲେ। ତେବେ ଏହାକୁ ମହୁଆ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।

ତଥାପି ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଛି। ଲୋକପାଳଙ୍କ ନିର୍ଦ୍ଦେଶରେ ଏପରି ତଦନ୍ତ ଆରମ୍ଭ ହୋଇଛି। ସିବିଆଇ ଅବଶ୍ୟ ମହୁଆଙ୍କୁ ଗିରଫ କରିପାରିବ ନାହିଁ କିମ୍ବା ତାଙ୍କ ଠିକଣାରେ ସର୍ଚ୍ଚ ଅପରେସନ କରିପାରିବ ନାହିଁ। କିନ୍ତୁ ସୂଚନା ପାଇଁ ସିବିଆଇ ମହୁଆଙ୍କୁ ପ୍ରଶ୍ନ କରିପାରିବ।

ED Raid Mahua Moitra Darshan Hiranandani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe