Advertisment

ବଢ଼ିଲା ରାଜ କୁନ୍ଦ୍ରାଙ୍କ ଅଡୁଆ, ସମନ ପଠାଇ ଡ଼ାକିଲା ଇଡି

ରାଜ କୁନ୍ଦ୍ରଙ୍କୁ ସୋମବାର ସକାଳ ୧୧ଟାରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

Raj Kundra

Raj Kundra

Advertisment

ବଢ଼ିଲା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ। ପୁଣି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପର୍ଣ୍ଣଗ୍ରାଫି ଓ ଆଡଲ୍ଟ ଫିଲ୍ମ ବଣ୍ଟନ ଅଭିଯୋଗର ମନିଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ସମନ ପଠାଇଛି। ତାଙ୍କୁ ପଚରାଉଚରା କରିବା ପାଇଁ ମୁମ୍ବାଇ ଇଡି ଅଫିସକୁ ଡକାଯାଇଛି।

Advertisment

କୁନ୍ଦ୍ରାଙ୍କୁ ଚଳିତ ସପ୍ତାହରେ ହିଁ ତଦନ୍ତକାରୀ ଏଜେନ୍ସିରେ ହାଜର ହେବାକୁ କୁହାଯାଇଛି। ଇଡି ମୁମ୍ବାଇ ଏବଂ ଉତ୍ତରପ୍ରଦେଶର କେତେକ ସହରର ୧୫ଟି ସ୍ଥାନରେ ଚଢ଼ାଉ କରିଥିଲା। ଏଥିରେ ୪୯ ବର୍ଷିୟ କୁନ୍ଦ୍ରାଙ୍କ ଘର ଏବଂ ଅଫିସ ସମେତ ଅନ୍ୟ କେତେକ ସ୍ଥାନ ମଧ୍ୟ ସାମିଲ ଥିଲା। ଚଢ଼ାଉ କରିବା ପରେ ଏହି ସମନ ଜାରି କରାଯାଇଛି।

ଏହି ମାମଲା ସହ ଜଡିତ ଅନ୍ୟ ଲୋକଙ୍କୁ ମଧ୍ୟ ଇଡି ସମନ ଜାରି କରି ପଚରାଉଚରା ପାଇଁ ଡାକିଛି। ରାଜ କୁନ୍ଦ୍ରଙ୍କୁ ସୋମବାର ସକାଳ ୧୧ଟାରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

Advertisment

ରାଜ କୁନ୍ଦ୍ରାଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି ଯେ ରାଜ କୁନ୍ଦ୍ରା କୌଣସି ଅପରାଧ କରିନାହାଁନ୍ତି। ମୁଁ ଏପର୍ଯ୍ୟନ୍ତ ତାଙ୍କ ସହ କଥା ହୋଇନାହିଁ। କିନ୍ତୁ ସେ ନିର୍ଦ୍ଦୋଷ। ମୁମ୍ବାଇ ପୁଲିସର ଚାର୍ଜସିଟ ଅନୁଯାୟୀ ରାଜ କୁନ୍ଦ୍ରାଙ୍କ କାରବାର ଆଇନଗତ ଅଟେ। ସେ ଟିକସ ଦେଇଛନ୍ତି। ରାଜ କୁନ୍ଦ୍ରା ଟଙ୍କା ହେରଫେର ଭଳି କୌଣସି ଅପରାଧ କରିନାହାଁନ୍ତି।

ଏହି ମନିଲଣ୍ଡରିଂ ମାମଲା ମେ' ୨୦୨୦ରେ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ ରୁଜୁ ହୋଇଥିବା ଦୁଇଟି ଏଫ୍‌ଆଇଆର୍‌ ଓ ମୁମ୍ବାଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରୁ ଆସିଛି। ଏହି ମାମଲାରେ ବ୍ୟବସାୟୀ ଏବଂ ଅନ୍ୟ କେତେକଙ୍କୁ ଗିରଫ ମଧ୍ୟ କରାଯାଇଥିଲା, ଯାହା ପରେ ସେମାନେ କୋର୍ଟରୁ ଜାମିନ ପାଇଥିଲେ। କୁନ୍ଦ୍ରାଙ୍କ ବିରୋଧରେ ଅର୍ଥ ହେରଫେରର ଏହା ହେଉଛି ଦ୍ୱିତୀୟ ମାମଲା।

ଏହାପୂର୍ବରୁ, କ୍ରିପ୍ଟୋ କରେନ୍ସି ମାମଲାରେ ଇଡି ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ୯୮କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ତେବେ ଏହାକୁ ବିରୋଧ କରି ସେମାନେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଠାରୁ ତାଙ୍କୁ ଆଶ୍ୱସ୍ତି ମିଳିଥିଲା।

Money Laundering Raj Kundra ED Summon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe