Advertisment

ସହଯୋଗୀଙ୍କୁ ଗିରଫ କରିବା ପରେ କେସିଆରଙ୍କ ଝିଅଙ୍କୁ ସମନ କଲା ଇଡି

ଦିନକ ତଳେ ଇଡି ତାଙ୍କର ଘନିଷ୍ଠ ସହଯୋଗୀ ତଥା ବ୍ୟବସାୟୀ ଅରୁଣ ପିଲ୍ଲାଇଙ୍କୁ ଗିରଫ କରିଥିଲା।

author-image
Hemant Lenka
undefined

K Kavitha

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ସମନ କରିଛି। ଦିନକ ତଳେ ଇଡି ତାଙ୍କର ଘନିଷ୍ଠ ସହଯୋଗୀ ତଥା ବ୍ୟବସାୟୀ ଅରୁଣ ପିଲ୍ଲାଇଙ୍କୁ ଗିରଫ କରିଥିଲା। ତାଙ୍କୁ ଜେରା କରିବା ପରେ ଇଡି ପକ୍ଷରୁ କବିତାଙ୍କୁ ସମନ କରାଯାଇଛି।

Advertisment

୪୪ ବର୍ଷୀୟ କବିତାଙ୍କୁ ଇଡିର ଦିଲ୍ଲୀ ମୁଖ୍ୟାଳୟରେ ମାର୍ଚ୍ଚ ୯ରେ ହାଜର ହେବାକୁ କୁହାଯାଇଛି। ଏହି ସମୟରେ କିବତାଙ୍କୁ ନିକଟରେ ଗିରଫ ହୋଇଥିବା ଅରୁଣଙ୍କ ସହ ମୁହାଁମୁହିଁ ଜେରା କରାଯିବ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସାଉଥ ଗ୍ରୁପ ସକ୍ରିୟ ଭୂମିକା ଗ୍ରହଣ କରିଥିଲା।

ଏହି ଗ୍ରୁପ ସହ କବିତାଙ୍କ ସମ୍ପର୍କ କ’ଣ ରହିଛି, ସେକଥା ଜାଣିବା ପାଇଁ ଇଡି ପକ୍ଷରୁ ଉଦ୍ୟମ କରାଯାଉଛି। ଇଡି ପୂର୍ବରୁ କହି ସାରିଛି ସାଉଥ ଗ୍ରୁପର ପ୍ରତିନିଧି ଭାବେ ଅରୁଣ କାମ କରୁଥିଲେ। ସେ କବିତାଙ୍କ ଘନିଷ୍ଠ ହୋଇଥିବାରୁ ତାଙ୍କର ମଧ୍ୟ ଲିଙ୍କ ଏହା ସହ ରହିଥାଇ ପାରେ।

Advertisment

ଶରତ ରେଡ୍ଡୀ, ମଗୁନ୍ତା ଶ୍ରୀନିବାସୁଲୁ ରେଡ୍ଡୀ, କବିତା ଓ ଆଉ କିଛି ଲୋକଙ୍କୁ ନେଇ ସାଉଥ ଗ୍ରୁପ୍‌ ଗଠନ ହୋଇଥିଲା। ତେଣୁ ଇଡି ତାଙ୍କୁ ମାର୍ଚ୍ଚ ୯ରେ ହାଜର ହେବାକୁ ସମନ କରିଛି। ଏହା ପୂର୍ବରୁ ୨୦୨୨ ଡିସେମ୍ବର ୧୧ରେ କବିତାଙ୍କୁ ସିବିଆଇ ମଧ୍ୟ ଜେରା କରିଥିଲା।

ଇଡି ପୂର୍ବରୁ ଦାଖଲ କରିଥିବା ଚାର୍ଜଶିଟରେ କେ କବିତାଙ୍କ ନାଁ ଉଲ୍ଲେଖ କରିଥିଲା। ମଦ କମ୍ପାନୀ ଇଣ୍ଡୋସ୍ପିରିର ୬୫% ଅଂଶଧନ କବିତାଙ୍କ ନାଁରେ ରହିଥିବା ଅଭିଯୋଗ ହୋଇଛି।

ଇଡି ଭଳି ସିବିଆଇ ମଧ୍ୟ ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାର ତଦନ୍ତ କରୁଛି। ସିବିଆଇ ପୂର୍ବରୁ କହିଥିଲା ଯେ ଅରୁଣ ପିଲ୍ଲାଇ ଇଣ୍ଡୋସ୍ପିରିଟ କମ୍ପାନୀର ମାଲିକ ସମୀର ମହେନ୍ଦ୍ରଙ୍କ ଠାରୁ ଅହେତୁକ ଅନୁକମ୍ପା ପାଇଥିଲେ। ସେ ବିଜୟ ନାୟରଙ୍କ ଦ୍ୱାରା ସରକାରୀ କର୍ମଚାରୀଙ୍କୁ ପ୍ରଭାବିତ କରିଥିଲେ। ବିଜୟ ନାୟର ହେଉଛନ୍ତି ଆମ ଆଦମୀ ପାର୍ଟିର କମ୍ୟୁନିକେସନ ଇନଚାର୍ଜ। ସମୀର ଓ ବିଜୟଙ୍କୁ ପୂର୍ବରୁ ଇଡି ଏହି ତଥାକଥିତ ଦୁର୍ନୀତି ଘଟଣାରେ ଗିରଫ କରି ସାରିଛି।

Delhi Brs KCR Liquor Scam