Advertisment

ଭଡ଼କିଲେ ଅଭିଷେକ ବାନାର୍ଜୀ, କହିଲେ- ମୁଁ ଇଡିର କ୍ରୀତଦାସ ନୁହଁ, ସମୟ ହେଲେ ହାଜର ହେବି

କୋଇଲା ସ୍କାମ ମାମଲାରେ ମମତା ବାନାର୍ଜୀଙ୍କ ପୁତୁରା ବୋହୂଙ୍କୁ ଇଡି ଗତକାଲି ଘାଣ୍ଟିଥିବା ବେଳେ ଶିକ୍ଷକ ନିଯୁକ୍ତି ମାମଲାରେ ପଚରାଉଚରା ପାଇଁ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସମନ କରିଛି।

Abhishek Banerjee

Abhishek Banerjee

Advertisment

କୋଇଲା ସ୍କାମ ମାମଲାରେ ମମତା ବାନାର୍ଜୀଙ୍କ ପୁତୁରା ବୋହୂଙ୍କୁ ଇଡି ଗତକାଲି ଘାଣ୍ଟିଥିବା ବେଳେ ଶିକ୍ଷକ ନିଯୁକ୍ତି ମାମଲାରେ ପଚରାଉଚରା ପାଇଁ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସମନ କରିଛି। ଆସନ୍ତା ୧୩ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ସମନ କରାଯାଇଛି। ହେଲେ ଏହାକୁ ନେଇ ଅଭିଷେକ ଭଡ଼କିବା ସହ ମୁଁ ଇଡିର କ୍ରୀତଦାସ ନୁହଁ, ସମୟ ହେଲେ ଯିବି ବୋଲି ସଫାସଫା ଶୁଣାଇ ଦେଇଛନ୍ତି।

Advertisment

ରିଜୁରା ଗତକାଲି ଅପରାହ୍ନ ୧୨ଟା୩୦ରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାର ପ୍ରାୟ ୫୦ ମିନିଟ ବିଳମ୍ବରେ ଇଡି ଜଏଣ୍ଟ ଡାଇରେକ୍ଟରଙ୍କ ଚାମ୍ବରରେ ତାଙ୍କୁ ପଚରାଉଚରା କରାଯାଇଥିଲା। ଏହାପରେ ଅପରାହ୍ନ ପ୍ରାୟ ୪ଟା୩୦ରେ ସେ ଇଡି କାର୍ଯ୍ୟାଳୟରୁ ବାହାରି ନିଜ ଗାଡ଼ିରେ ଚାଲି ଯାଇଥିଲେ।

କୋଇଲା ଦୁର୍ନୀତି ମାମଲାରେ ଇଡି ଅଭିଷେକଙ୍କ ପତ୍ନୀ ରୁଜିରାଙ୍କୁ ୪ ଘଣ୍ଟା କାଳ ପଚରାଉଚରା କରିଛି। ଏଥିନିମନ୍ତେ ଇଡି ପକ୍ଷରୁ ୩ ପୃଷ୍ଠା ସମ୍ବଳିତ ପ୍ରଶ୍ନ ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି। ଏପରିକି ବିଭିନ୍ନ ଦେଶର ବ୍ୟାଙ୍କରେ ଥିବା ତାଙ୍କ ଆକାଉଣ୍ଟ ସମ୍ପର୍କରେ ବି ପଚରାଉଚରା କରାଯାଇଛି।

Advertisment

ରିଜୁରା ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଅପରାହ୍ନ ୪ଟା୪୫ରେ ଅଭିଷେକ ବାନାର୍ଜୀଙ୍କୁ ହାଜର ପାଇଁ ସମନ କରାଯାଇଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି ଅଭିଷେକ ।

ଏନେଇ ସେ କହିଛନ୍ତି, ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଁ ଅଯଥାରେ ସମୟ ଅପଚୟ କରିବାକୁ ଚାହୁଁନି। ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ଦିନ ତଥା ମୋ’ ପତ୍ନୀ ଇଡି କାର୍ଯ୍ୟାଳୟ ଛାଡ଼ିବା ପରେ ପରେ ମୋତେ ସମନ ପଠାଇବା ଚକ୍ରାନ୍ତ ଛଡ଼ା ଆଉ କିଛି ନୁହେଁ। ମୋ‘ ପତ୍ନୀ ୪ଟା୩୦ରେ ଇଡି ଅଫିସ ଛାଡ଼ିଥିବା ବେଳେ ଅପରାହ୍ନ ୪ଟା୪୫ରେ ମୋତେ ହାଜର ପାଇଁ ସମନ କରାଯାଇଛି। ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ଏପରି ସ୍ଥିତିରେ ମୁଁ ଦିନକ ମଧ୍ୟରେ ୮-୯ ଘଣ୍ଟା ବରବାଦ କରିବାକୁ ଚାହୁଁନି।

ନିର୍ବାଚନ ସରିବା ପରେ ଅର୍ଥାତ ଜୁଲାଇ ୮ ପରେ ହାଜର ହେବାରେ ମୋର କିଛି ସମସ୍ୟା ନାହିଁ । କିନ୍ତୁ ଏବେ ନୁହଁ । କାରଣ ମୁଁ ଇଡିର କ୍ରୀତଦାସ ନୁହେଁ । ଏହି ସମୟରେ ଲୋକଙ୍କ ପାଖକୁ ଯିବା ମୋ’ର ପ୍ରାଥମିକତା, ଇଡି କି ସିବିଆଇ କାର୍ଯ୍ୟାଳୟ ଯିବା ନୁହେଁ ବୋଲି ସେ କହିଛନ୍ତି।

ଏହି ଘଟଣା ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ରୁଜିରା ଜଣେ ପରିପକ୍ୱ ମହିଳା। ଆବଶ୍ୟକ ସମୟରେ ସେ ଏ ସମ୍ପର୍କରେ ଆଲୋଚନା କରିବେ। ଆମ ପରିବାରକୁ ହଇରାଣ କରିବାକୁ ଏପରି କରାଯାଉଛି।

ଏଥିସହ ନିଜ ଅସନ୍ତୋଷ ପ୍ରକାଶ କରି ସେ କହିଛନ୍ତି, ଇଡି କିମ୍ବା ସିବିଆଇ କେନ୍ଦ୍ର ସରକାରଙ୍କ କର୍ମଚାରୀ, ବିଜେପିର ନୁହଁ । ସେମାନେ ବାଘ ନୁହନ୍ତି ଯେ ସମସ୍ତେ ସେମାନଙ୍କୁ ଡରିବେ। ସେମାନଙ୍କର ମଧ୍ୟ ନିୟନ୍ତ୍ରଣ ରେଖା ରହିଛି ବୋଲି କହିଛନ୍ତି ମମତା ବାନାର୍ଜୀ।

Bjp ED Raid TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe