Advertisment

ବଢ଼ିଲା କେଜ୍ରିଓ୍ୱାଲଙ୍କ ଅଡୁଆ, ପୁଣି ସମନ ପଠାଇଲା ଇଡି

ଇଡି କେଜ୍ରିଓ୍ୱାଲଙ୍କୁ ସମନ ଜାରି କରି ଫେବ୍ରୁଆରୀ ୧୯ ତାରିଖରେ ହାଜର ହେବାକୁ କହିଛି।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଥମୁନି ଅଡୁଆ। ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୁଣି ଥରେ ତାଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳ। ଷଷ୍ଠ ଥର ପାଇଁ ଇଡି କେଜ୍ରିଓ୍ୱାଲଙ୍କୁ ଏହି ସମନ ପଠାଇ ପଚରାଉଚରା ପାଇଁ ଡାକିଛି।

Advertisment

ମନି ଲଣ୍ଡରିଂ ମାମଲାରେ ଇଡି କେଜ୍ରିଓ୍ୱାଲଙ୍କୁ ସମନ କରି ଫେବ୍ରୁଆରୀ ୧୯ ତାରିଖରେ ହାଜର ହେବାକୁ କହିଛି। ଏହା ପୂର୍ବରୁ କେଜ୍ରିଓ୍ୱାଲଙ୍କୁ ଇଡି ଏହି ମାମଲାରେ ଜେରା କରିବା ପାଇଁ ୫ ଥର ସମନ ପଠାଇ ସାରିଛି। ତେବେ ଥରେ ବି ହାଜର ହୋଇନାହାନ୍ତି। ସେ ଇଡିର ଏହି ସମନକୁ କେନ୍ଦ୍ରର ପ୍ରତିଶୋଧ ବୋଲି କହି ବାରମ୍ବାର ଟାଳି ଆସିଛନ୍ତି।

୩୧ ଜାନୁଆରୀ, ୧୭ ଜାନୁୟାରୀ, ୩ ଜାନୁଆରୀ, ୨୧ଡିସେମ୍ବର ଏବଂ ୨ ନଭେମ୍ବରରେ କେଜ୍ରିୱାଲଙ୍କୁ ଇଡି ସମନ କରିଥିଲା, କିନ୍ତୁ ସେ ହାଜର ହୋଇନଥିଲେ। ଇଡି କ୍ରମାଗତ ଭାବରେ ସମନ ଜାରି କରିବା ପରେ ଅମ ଆଦମୀ ପାର୍ଟି ଦାବି କରିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଏହି ସମସ୍ତ ପ୍ରକ୍ରିୟା କରାଯାଉଛି। ତାଙ୍କୁ ପଚରାଉଚରା କରିବା ବାହାନାରେ ଇଡି ତାଙ୍କୁ ଗିରଫ କରିବାକୁ ଚାହୁଁଛି ବୋଲି ଆପ୍‌ ଅଭିଯୋଗ କରିଛି।

Advertisment

ସେପଟେ ବାରମ୍ବାର ସମନ ପରେ ବି କେଜ୍ରିଓ୍ୱାଲ ହାଜର ନହେବା ପରେ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଏହାପରେ ରାଉଜ ଏଭେନ୍ୟୁ କୋର୍ଟ ଜାନୁଆରୀ ୭ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସମନ ପଠାଇଥିଲେ। ଜାନୁଆରୀ ୧୭ରେ ବ୍ୟକ୍ତିଗତ ରୂପେ କୋର୍ଟରେ ହାଜର ହେବାକୁ କହିଥିଲେ।

ଉଲ୍ଲେଖଯୋଗ୍ୟ, ଅବକାରୀ ନୀତି ଦୁର୍ନୀତି ମାମଲାରେ ଟଙ୍କା ହେରଫେର ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ଇଡି ୧୪ ଜଣଙ୍କୁ ଗିରଫ କରିସାରିଛି। ଏଥିରେ ଅମ୍‌ ଆଦମୀ ପାର୍ଟିର ଅନେକ ନେତା ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଗିରଫ ନେତାଙ୍କ ମଧ୍ୟରେ କେଜ୍ରିଓ୍ୱାଲ ସରକାରଙ୍କ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ୍‌, ସଞ୍ଜୟ ସିଂହ ଓ ବିଜୟ ନାୟର ପ୍ରମୁଖ ଅଛନ୍ତି।

Arvind Kejriwal AAP Delhi Liquor Policy Scam ED Summon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe