Advertisment

ହେମନ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା ଇଡି, କହିଲା- ଜାମିନ ବେଆଇନ

ହେମନ୍ତଙ୍କୁ ମିଳିଥିବା ଜାମିନ ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଇଡି। ଝାରଖଣ୍ଡ ହାଇକୋର୍ଟ ପକ୍ଷରୁ ସୋରେନଙ୍କୁ ମିଳିଥିବା ଜାମିନ ବେଆଇନ୍‌ ବୋଲି ଇଡି ପକ୍ଷରୁ କୁହାଯାଇଛି।

ଅଦ୍ୟତନ ହୋଇଛି
Hemant Soren

Hemant Soren

Advertisment

ପୁଣିଥରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ହେମନ୍ତ ସୋରେନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ହେମନ୍ତଙ୍କୁ ମିଳିଥିବା ଜାମିନ ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଇଡି। ଝାରଖଣ୍ଡ ହାଇକୋର୍ଟ ପକ୍ଷରୁ ସୋରେନଙ୍କୁ ମିଳିଥିବା ଜାମିନ ବେଆଇନ୍‌ ବୋଲି ଇଡି ପକ୍ଷରୁ କୁହାଯାଇଛି।

Advertisment

ହେମନ୍ତ ସୋରେନଙ୍କ ବିରୋଧରେ ହୋଇଥିବା ମାମଲାରେ ସତ୍ୟତା ନ ଥିବା ଦର୍ଶାଇ ହାଇକୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। ମାତ୍ର ହାଇକୋର୍ଟଙ୍କ ରାୟରେ ତ୍ରୁଟି ଥିବା ଦର୍ଶାଇ ଏହା ବିରୋଧରେ ଇଡି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ଜାନୁଆରୀ ୩୧ରେ ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଝାରଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଫେବୃଆରୀ ୨ରେ ଶପଥ ନେଇଥିଲେ।

Advertisment

କିନ୍ତୁ ୫ ମାସ ପରେ ହେମନ୍ତ ଜେଲରୁ ମୁକୁଳିବାରୁ ଚମ୍ପାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ହେମନ୍ତ ସୋରେନ ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ତାଙ୍କ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକ ଥିବାରୁ ରାଜ୍ୟପାଳ ରାଧାକ୍ରିଷ୍ଣନନ ଗତ ୪ ତାରିଖରେ ତାଙ୍କୁ ହେମନ୍ତ ସୋରେନ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଥିଲେ।

ଏହାପରେ ଗତକାଲି ଆସ୍ଥା ଭୋଟରେ ସେ ବହୁମତ ସାବ୍ୟସ୍ତ କରି ସାରିଛନ୍ତି। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସୋରେନ ୪୫ ଜଣ ସଦସ୍ୟଙ୍କ ସମର୍ଥନ ସହ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି।

ମାତ୍ର ଏହାପରେ ବି ହେମନ୍ତ ସୋରେନଙ୍କ ଅଡ଼ୁଆରେ ତୁଟିବା ନାଁ ଧରୁନି। 

Jharkhand Hemant Soren
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe