Advertisment

ୟୁଟ୍ୟୁବର ଏଲଭିଶ୍ ଯାଦବ ଓ ପଞ୍ଜାବୀ ସିଙ୍ଗର ରାହୁଲ ଯାଦବଙ୍କ ସମ୍ପତ୍ତି ଜବତ

ଏଲଭିଶ ଯାଦବଙ୍କ ସମେତ ହରିୟାଣା ସିଙ୍ଗର ରାହୁଲ ଯାଦବଙ୍କ ସମ୍ପତ୍ତି ବି ଆଟାଚ କରିଛି ଇଡି। ଉଭୟଙ୍କ ୫୨.୪୯ ଲକ୍ଷ ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଛି ଇଡି ।

author-image
Niharika Rout
 Elvish Yadav & Rahul Yadav

Elvish Yadav & Rahul Yadav

ବିଗ୍‌ ବସ୍‌ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଅଡ଼ୁଆ ବଢ଼ିଲା। ଏଲଭିଶଙ୍କ ସମ୍ପତ୍ତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରେଭ୍‌ ପାର୍ଟିକୁ ଏଲଭିଶ ସାପ ବିଷ ସପ୍ଲାଏ କରୁଥିବା ବେଳେ କମର୍ସିଆଲ୍ ଭିଡିଓ ଓ ବ୍ଲଗ୍‌ରେ ସଂରକ୍ଷିତ ସାପ ପ୍ରଜାତି ଓ ବିଦେଶୀ ପଶୁଙ୍କୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏଥିରୁ ହେଉଥିବା ରୋଜଗାର ସଂକ୍ରାନ୍ତରେ ପଚରାଉଚରା କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ଇଡି ।

Advertisment

ଏଲଭିଶ ଯାଦବଙ୍କ ସମେତ ହରିୟାଣା ସିଙ୍ଗର ରାହୁଲ ଯାଦବଙ୍କ ସମ୍ପତ୍ତି ବି ଆଟାଚ କରିଛି ଇଡି। ଉଭୟଙ୍କ ୫୨.୪୯ ଲକ୍ଷ ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଛି ଇଡି । 

ଗତ ବର୍ଷ ସାପ ବିଷ ମାମଲାର ଖୁଲାସା ପରେ ନୋଏଡା ପୁଲିସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେମାନଙ୍କ ମଧ୍ୟରୁ ରାହୁଲଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିଲା।

Advertisment

ଗିରଫ ହେବା ପରେ ରାହୁଲ ୟୁଟ୍ୟୁବର ଏଲଭିଶଙ୍କ କାରନାମା ବିଷୟରେ ପୁଲିସ୍‌ ସମ୍ମୁଖରେ ଖୁଲାସା କରିଥିଲେ। ସେତେବେଳେ ପୁଲିସ ୟୁଟ୍ୟୁବରକୁ ଅନେକ ଥର ପଚରାଉଚରା ପାଇଁ ଡାକିଥିଲା, କିନ୍ତୁ କୌ ଣସି ଗିରଫଦାରୀ ହୋଇପାରି ନଥିଲା। ଏହାପରେ ପୁଲିସ୍‌ ଏଳଭିଶ ଯାଦବଙ୍କୁ ଗିରଫ କରିଥିଲା। ଏବେ ଇଡି ଉତ୍ତରପ୍ରଦେଶ ଓ ହରିୟାଣାରେ ଥିବା ଏଲଭିଶ ଯାଦବ ଓ ରାହୁଲଙ୍କ ସମ୍ପତ୍ତି ଜବତ କରିଛି।

ଏଲଭିଶ ଯାଦବ ରେବ୍ ପାର୍ଟି ପାଇଁ ସାପର ବିଷ ସପ୍ଲାଏ କରୁଥିଲେ ଏବଂ ତାଙ୍କ ଭିଡିଓ ସୁଟ୍ ପାଇଁ ସାପ ମଧ୍ୟ ବ୍ୟବହାର କରୁଥିବା ଅଭିଯୋଗ ରହିଛି।

ED Raid Arrest Elvish Yadav