Advertisment

ପଶ୍ଚିମବଙ୍ଗରେ ED ଟିମ୍ ଉପରେ ଆକ୍ରମଣ

ଟିଏମସି ନେତାଙ୍କ ଘରେ ଚଢାଉ କରିବା ସମୟରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
ED Team Car

ED Team Car

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିମ୍ ଉପରେ ସଂଘବଦ୍ଧ ଆକ୍ରମଣ। ପଶ୍ଚିମବଙ୍ଗର ଟିଏମସି ନେତାଙ୍କ ଘରେ ଚଢାଉ କରିବାକୁ ଯାଇଥିବା ସମୟରେ ଏହି ଆକ୍ରମଣ କରାଯାଇଛି। ପ୍ରାୟ ୨୦୦ରୁ ଅଧିକ ଲୋକ ସଙ୍ଘବଦ୍ଧ ଭାବେ ଇଡି ଟିମ୍ ଉପରକୁ ଆକ୍ରମଣ କରିଥିବା ସୂଚନା ମିଳିଛି। 

Advertisment

ସୂଚନା ଅନୁସାରେ, ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ବିକ୍ଷୋଭକାରୀମାନେ ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏଥିରେ କେତେ ଜଣ ଇଡି ଅଧିକାରୀ ଆହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଆଜି ସକାଳେ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢାଉ କରିବାକୁ ଇଡିର ଏକ ଟିମ୍ ସେଠାରେ ପହଞ୍ଚିଥିଲା। ରିପୋର୍ଟ ଅନୁସାରେ, ରାସନ ସ୍କାମ ସହ ଜଡିତ ଏକ ମାମଲାରେ ଚଢାଉ ପାଇଁ ଯାଇଥିଲା ଇଡି। ଏହି ସମୟରେ ୧୦୦-୨୦୦ ସ୍ଥାନୀୟ ଲୋକ ଇଡି ଟିମ୍ ଉପରକୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। ଅଧିକାରୀଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।

Advertisment

ସେପଟେ ଏପରି ଘଟଣାକୁ ନେଇ ଦୃଢ ନିନ୍ଦା କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର। ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଥିବା ସେ କହିଛନ୍ତି।

West Bengal Ed Attack On ED Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe