Advertisment

ଟଳମଳ ହିମାଚଳ ସରକାର, ବୈଠକ ମଝିରୁ ରାଗି ଉଠିଗଲେ ଶିକ୍ଷାମନ୍ତ୍ରୀ

ଏହାପରେ ତୁରନ୍ତ ତାଙ୍କ ପଛେ ପଛେ ଉପ-ମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ବାହାରକୁ ଆସିଥିଲେ।

author-image
Madhupriya Mistry
Rohit Thakur

Rohit Thakur

ଟଳମଳ ହିମାଚଳ ପ୍ରଦେଶ ସରକାର। ଏଠାକାର କଂଗ୍ରେସ ସରକାରଙ୍କ ଉପରୁ ସଙ୍କଟ ଟଳିନଥିବା ମନେ ହେଉଛି। ଦିନକୁ ଦିନ ଏଠି ବଢ଼ୁଛି ବିଦ୍ରୋହୀଙ୍କ ସଂଖ୍ୟା। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏଠାରେ ସବୁକିଛି ଠିକ୍ ଥିବା ଦାବି କରୁଥିଲେ ମଧ୍ୟ କିଛି ଠିକ୍‌ ନଥିବା ସ୍ପଷ୍ଟ ବାରି ହୋଇପଡୁଛି। ଏହାର ଏକ ଝଲକ ଶନିବାର ବସିଥିବା କ୍ୟାବିନେଟ୍‌ ବୈଠକରେ ଦେଖିବାକୁ ମିଳିଛି।

Advertisment

ଶନିବାର ହିମାଚଳ ପ୍ରଦେଶ ସରକାରଙ୍କ କ୍ୟାବିନେଟ୍‌ ବୈଠକ ବସିଥିଲା। ତେବେ ଏହି ବୈଠକ ମଝିରେ ହଠାତ ରାଗି ଯାଇଥିଲେ ଶିକ୍ଷା ମନ୍ତ୍ରୀ ରୋହିତ ଠାକୁର। ସେ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ। ବାହାରକୁ ଆସିବା ପରେ ରୋହିତ ଠାକୁରଙ୍କ ମୁହଁରୁ ସେ ରାଗି ଥିବା ନେଇ ସ୍ପଷ୍ଟ ବାରି ହୋଇପଡୁଥିଲା। ଏହାପରେ ତୁରନ୍ତ ତାଙ୍କ ପଛେ ପଛେ ଉପ-ମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ବାହାରକୁ ଆସିଥିଲେ। ପରେ ଶିକ୍ଷାମନ୍ତ୍ରୀଙ୍କୁ ବୁଝାଇ ସୁଝାଇ ଭିତରକୁ ନେଇଥିଲେ। ତାଙ୍କୁ ପୁଣି କ୍ୟାବିନେଟ୍ ବୈଠକରେ ବସାଇଥିଲେ ଉପ-ମୁଖ୍ୟମନ୍ତ୍ରୀ ।

ଏହାପୂର୍ବରୁ ବିକ୍ରମାଦିତ୍ୟ ସିଂହ ମଧ୍ୟ ଏହି କ୍ୟାବିନେଟ୍ ବୈଠକରୁ ଦୂରେଇ ରହିଥିଲେ। ଠିକ୍ ସେହିପରି କ୍ୟାବିନେଟ୍ ମନ୍ତ୍ରୀ ଜଗତ ସିଂହ ନେଗୀ ମଧ୍ୟ କ୍ୟାବିନେଟ୍ ବୈଠକରୁ ଉଠି ପଳାଇ ଥିଲେ। ଏହାପରେ କ୍ୟାବିନେଟ୍ ଶେଷ ହେବା ପରେ ଦୁଇ ଜଣ ମନ୍ତ୍ରୀ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ରାଜ୍ୟସଭା ନିର୍ବାଚନ ପରଠାରୁ ହିମାଚଳ ପ୍ରଦେଶ ସରକାରଙ୍କ ସଙ୍କଟ ଘନେଇବାରେ ଲାଗିଛି। ହିମାଚଳର ଗୋଟିଏ ସିଟ୍‌ରେ ରାଜ୍ୟସଭା ନିର୍ବାଚନ ବେଳେ କଂଗ୍ରେସକୁ ପରାଜୟ ସାମ୍ନା କରିବାକୁ ପଡିଥିଲା। ଏହି ନିର୍ବାଚନର କଂଗ୍ରେସର ୬ରୁ ୭ ଜଣ ବିଧାୟକ ବିଦ୍ରୋହ କରି କ୍ରସ୍‌ ଭୋଟିଂ କରିଥିଲେ। ଏଥିଯୋଗୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହାପର ଠାରୁ ହିଁ ସୁଖୁ ସରକାରଙ୍କ ମୁଣ୍ଡ ଉପରେ ସଙ୍କଟର କଳା ବାଦଲ ଢ଼ାଙ୍କି ହୋଇ ରହିଛି। ସରକାରଙ୍କୁ ବଞ୍ଚାଇବା ପାଇଁ କଂଗ୍ରେସ ଡ୍ୟାମେଜ୍‌ କଣ୍ଟ୍ରୋଲ କରିବାରେ ଲାଗିଛି।

Congress Cabinet Meeting Sukhvinder Singh Sukhu Himachal Pradesh Political Crisis