Advertisment

ବଜେଟ ୨୦୨୩: ଶିକ୍ଷା ମନ୍ତ୍ରଣାଳୟକୁ ବି ରେକର୍ଡ ୧.୧୨ ଲକ୍ଷ କୋଟି

ସ୍କୁଲ ଶିକ୍ଷା ଅଧୀନରେ ଥିବା ସମଗ୍ର ଶିକ୍ଷା ପାଇଁ ସରକାର ସବୁଠାରୁ ଅଧିକ ବ୍ୟୟବରାଦ କରିଛନ୍ତି। ଏହି ସର୍ବବୃହତ୍ତ ସ୍କୁଲ ଶିକ୍ଷା ଯୋଜନା ପାଇଁ ବଜେଟରେ ୩୭,୪୫୩.୪୭ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

Budget

Budget

Advertisment

କେନ୍ଦ୍ରୀୟ ବଜେଟରେ ରେଳ ଭଳି ଶିକ୍ଷା ମନ୍ତ୍ରଣାଳୟ ପାଇଁ ରେକର୍ଡ ପରିମାଣର ଅର୍ଥ ବ୍ୟୟବରାଦ କରାଯାଇଛି। ବଜେଟରେ ଶିକ୍ଷା ମନ୍ତ୍ରଣାଳୟକୁ ୧,୧୨,୮୯୮.୯୭ କୋଟି ଟଙ୍କା ମିଳିବ ବୋଲି କୁହାଯାଇଛି। ଏହା ସଂ‌ଶୋଧିତ ବଜେଟ ଠାରୁ ଯଥେଷ୍ଟ ଅଧିକ। ଏଯାଏ ଶିକ୍ଷା ମନ୍ତ୍ରଣାଳୟକୁ କେବେ ହେଲେ ଏତେ ପରିମାଣର ଅର୍ଥ ମିଳି ନଥିଲା।

Advertisment

ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପାଇଁ ୬୮,୮୦୪.୮୫ କୋଟି ଟଙ୍କା ମିଳିବାକୁ ଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗ ପାଇଁ ୪୪,୦୯୪.୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

୨୦୨୨-୨୩ ସଂଶୋଧିତ ବଜେଟରେ ଉଚ୍ଚ ଶିକ୍ଷା ବିଭାଗ ପାଇଁ ଚଳିତ ଆର୍ଥିକ ବର୍ଷରେ ୪୦,୮୨୮.୩୫ କୋଟି ଓ ସ୍କୁଲ ଶିକ୍ଷା ବିଭାଗ ୫୯,୦୫୨.୭୮ କୋଟି ଟଙ୍କା ମିଳିଛି।

Advertisment

ସ୍କୁଲ ଶିକ୍ଷା ବଜେଟରେ ସରକାର କେନ୍ଦ୍ରୀୟ ସ୍କିମ/ପ୍ରୋଜେକ୍ଟ ପାଇଁ ୩୬୪.୧ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଏହି ଅର୍ଥ ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର, ପ୍ରଧାନମନ୍ତ୍ରୀ ଇନୋଭେସନ ଲର୍ଣ୍ଣିଂ କାର୍ଯ୍ୟକ୍ରମ ଓ ନ୍ୟାଶନାଲ ମିନ୍ସ କମ ମେରିଟ ମେଧାବୃତ୍ତି ଯୋଜନାରେ ଖର୍ଚ୍ଚ ହେବ।

୨୦୨୩-୨୪ରେ ସ୍ୱଂୟଶାସିତ ସଂସ୍ଥାର ବ୍ୟୟ ପାଇଁ ୧୪,୩୯୧,୩୬ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏହା ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପାଇଁ ୮,୩୬୮.୯୮ କୋଟି, ନବୋଦୟ ବିଦ୍ୟାଳୟ ସମିତି ପାଇଁ ୫,୪୮୬.୫୦ କୋଟି ଓ ନ୍ୟାଶନାଲ କାଉନସିଲ ଅଫ ଏଡୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ପାଇଁ ୫୧୮.୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

ସ୍କୁଲ ଶିକ୍ଷା ଅଧୀନରେ ଥିବା ସମଗ୍ର ଶିକ୍ଷା ପାଇଁ ସରକାର ସବୁଠାରୁ ଅଧିକ ବ୍ୟୟବରାଦ କରିଛନ୍ତି। ଏହି ସର୍ବବୃହତ୍ତ ସ୍କୁଲ ଶିକ୍ଷା ଯୋଜନା ପାଇଁ ବଜେଟରେ ୩୭,୪୫୩.୪୭ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

ପ୍ରଧାନମନ୍ତ୍ରୀ ପ୍ରୋତ୍ସାହନ ଶକ୍ତି ନିର୍ମାଣରେ ସରକାର ୧୧,୬୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ମଧ୍ୟାହ୍ନ ଭୋଜନର ବଦଳ ଯୋଜନା ଭାବେ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହନର ବ୍ୟବସ୍ଥା ହୋଇଛି।

ଉଚ୍ଚ ଶିକ୍ଷା ବଜେଟରେ ସରକାର ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ପ୍ରୋତ୍ସାହନ ଯୋଜନା ପାଇଁ ୧,୫୫୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍‌ ପାଇଁ ୪୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଡିଜିଟାଲ ଇଣ୍ଡିଆ ଇ- ଲର୍ଣ୍ଣିଂ ପାଇଁ ୪୨୦ କୋଟି, ରିସର୍ଚ୍ଚ ଓ ଇନୋଭେସନ ପାଇଁ ୨୧୦.୬୧ କୋଟି, ୟଜିସି ଓ ଏଆଇସିଟିଇ ପାଇଁ ଯଥାକ୍ରମେ ୫,୩୬୦ କୋଟି ଏବଂ ୪୨୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଆଇଆଇଟିକୁ ସମର୍ଥନ ଯୋଗାଇ ଦେବା ପାଇଁ ୯,୬୬୧.୫୦ କୋଟି ଓ ଏନଆଇଟି ଏବଂ ଆଇଆଇଇଏସ୍‌ଟି ପାଇଁ ୪,୬୨୦ କୋଟି ଟଙ୍କା ବଜେଟ ଘୋଷଣା କରାଯାଇଛି।

Union Budget 2023 Budget2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe