Advertisment

ବାବା ରାମଦେବ ହାଜିର ହୋ...ଆସିଲା ସୁପ୍ରିମକୋର୍ଟରୁ ଡାକରା

ଯୋଗ ଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ କୋର୍ଟ ଅବମାନନା ନୋଟିସ ଜାରି କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
RAMDEV_X_SUPREME_COURT

RAMDEV_X_SUPREME_COURT

ସୁପ୍ରିମକୋର୍ଟରୁ ଯୋଗଗୁରୁ ବାବା ରାମଦେବଙ୍କୁ ଆସିଲା ଡାକରା। କେବଳ ସେ ନୁହନ୍ତି ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ ପଠାଇଛନ୍ତି। ଉଭୟଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରାଯାଇଛି। ଏଥିସହ ଦୁଇ ସପ୍ତାହ ପରେ କୋର୍ଟରେ ହାଜର ହେବାକୁ ଉଭୟ ବାବା ରାମଦେବ ଓ ବାଳକୃଷ୍ଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଦୁଇ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Advertisment

ଏହା ପୂର୍ବରୁ ସୁପ୍ରିମକୋର୍ଟ ଯୋଗଗୁରୁ ରାମଦେବଙ୍କୁ ନୋଟିସ ଜାରି କରି କୋର୍ଟକୁ ଡାକିଥିଲେ। ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ ତିନି ସପ୍ତାହ ମଧ୍ୟରେ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କଠାରୁ କୋର୍ଟ ଉତ୍ତର ମାଗିଥିଲେ। ଏହା ବ୍ୟତୀତ ସୁପ୍ରିମକୋର୍ଟ ପତଞ୍ଜଳିର ବିଜ୍ଞାପନ ପ୍ରକାଶ କରିବା ଉପରେ ମଧ୍ୟ ରୋକ ଲଗାଇ ଦେଇଥିଲେ।

ପ୍ରକୃତରେ ପତଞ୍ଜଳି ଆର୍ୟୁବେଦ କୋର୍ଟକୁ ଏକ ଅଣ୍ଡରଟେକିଂ ଲେଖିକି ଦେଇଥିଲା। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସେ ବିଜ୍ଞାପନ ପ୍ରକାଶିତ କରିଥିଲା। ଏଭଳି ପରିସ୍ଥିତିରେ ଜଷ୍ଟିସ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଉଲ୍ଲାଙ୍କ ବେଞ୍ଚ ଅସନ୍ତୋଷ ବ୍ୟକ୍ତ କରି ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କଠାରୁ ଜବାବା ମାଗିଥିଲେ। କିନ୍ତୁ ଯେତେବେଳେ କୌଣସି ଉତ୍ତର ମିଳିନଥିଲା, ସେତେବେଳେ କୋର୍ଟ ଉଭୟଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉଭୟଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିଛନ୍ତି।

Advertisment

କୋର୍ଟ କହିଛନ୍ତି, ଆମେ ପତଞ୍ଜଳିର ବିଜ୍ଞାପନ ଦେଖିଛୁ। ଅଦାଲତରେ ଦିଆଯାଇଥିବା ଅଣ୍ଡରଟେକିଂକୁ ଦୃଷ୍ଟିରେ ରଖି ରାମଦେବଙ୍କୁ ତାଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା କାହିଁକି ଆରମ୍ଭ କରାଯିବା ଉଚିତ ନୁହେଁ ତାହା କହିବାକୁ ହେବ।  ସେ ଡ୍ରଗ୍ସ ଏବଂ ମ୍ୟାଜିକ୍ ରେମେଡିଜ୍‌ ଆକ୍ଟ ୧୯୫୪କୁ ମଧ୍ୟ ଉଲ୍ଲଂଘନ କରିଛନ୍ତି। ଏହି ଆଇନର ଧାରା ୩ ରକ୍ତଚାପ, ମଧୁମେହ, ଆର୍ଥ୍ରାଇଟିସ୍, ଆଜମା ଇତ୍ୟାଦି ରୋଗ ଦୂର କରିବା ପାଇଁ ପ୍ରଚାରକୁ ବାରଣ କରିଛି।

ପତଞ୍ଜଳିଙ୍କ ତରଫରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟକୁ କହିଛନ୍ତି ଯେ ପତଞ୍ଜଳି ସହିତ ବାବା ରାମଦେବଙ୍କର କୌଣସି ସମ୍ପର୍କ ନାହିଁ। କୋର୍ଟ ସେମାନଙ୍କ କଥା ଶୁଣିବା ଉଚିତ୍। ଏହା ଉପରେ ବେଞ୍ଚ କହିଛନ୍ତି, ବାବା ରାମଦେବ ଆମ ନିର୍ଦ୍ଦେଶ ପରେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତାଙ୍କୁ କେବଳ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ତାଙ୍କୁ ଏହାର ଉତ୍ତର ଦେବାକୁ ଦିଅନ୍ତୁ। 

ବାସ୍ତବରେ ଭାରତୀୟ ମେଡିକାଲ୍ ଆସୋସିଏସନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି କହିଥିଲେ ଯେ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନ ମିଥ୍ୟା ଦାବି କରୁଛି ଏବଂ ଏହା ବିଭ୍ରାନ୍ତିକର ବୋଲି ଅଭିଯୋଗ କରିଥିଲା।

Supreme Court Baba Ramdev Patanjali