Advertisment

ଖେଳୁ ଖେଳୁ ବୋରୱେଲରେ ଖସିପଡ଼ିଲା ଶିଶୁ କନ୍ୟା, ଉଦ୍ଧାର କାର୍ଯ୍ୟ ଜାରି

ଖେଳୁ ଖେଳୁ ଏକ ବୋରୱେଲରେ ଖସି ପଡ଼ିଲା ଶିଶୁ କନ୍ୟା ଚେତନା। ଚେତନାକୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ ।

borewell tragedy

borewell tragedy

Advertisment

ଘର ବାହାରେ ହସଖୁସିରେ ଖେଳୁଥିଲା ୩ ବର୍ଷର ଶିଶୁ କନ୍ୟା। ମାତ୍ର ଆଖି ପିଛୁଳାକେ ଘଟିଗଲା ଅଘଟଣ। ଖେଳୁ ଖେଳୁ ଏକ ବୋରୱେଲରେ ଖସି ପଡ଼ିଲା ଶିଶୁ କନ୍ୟା ଚେତନା। ଚେତନାକୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଏପରି ଏକ ଅଘଟଣ ରାଜସ୍ଥାନର କୋଟପୁତଳି ନିକଟ ବଡିୟାଲି ଢାଣି ଗାଁରେ ଘଟିଛି।

Advertisment

ସୋମବାର ଅପରାହ୍ନ ସମୟରେ ଶିଶୁ କନ୍ୟା ଚେତନା ଘର ବାହାରେ ଖେଳୁଥିଲା। ଏହି ସମୟରେ ପାଖରେ ଥିବା ଏକ ୧୫୦ ଫୁଟ ଗଭୀର ବୋରୱେଲରେ ସେ ଖସି ପଡ଼ିଥିଲା। ପିଲାଟିର ଚିତ୍କାର ଶୁଣି ତା’ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ।

ଏନେଇ ତୁରନ୍ତ ସେମାନେ ପୁଲିସ୍‌ ଓ ପ୍ରଶାସନକୁ ଖବର ଦେଇଥିଲେ । ପ୍ରାୟ୮ ଘଣ୍ଟା ହେଲାଣି ଏନଡିଆରଏଫ, ଏସଡିଆରଏଫ, ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମାତ୍ର ଚେତନାକୁ ଉଦ୍ଧାର କରାଯାଇ ପାରି ନାହିଁ।

Advertisment

ଚେତନାର ଗତିବିଧି ନିରିକ୍ଷଣ କରିବାକୁ ବୋରୱେଲ ଭିତରକୁ କ୍ୟାମେରା ପଠାଯିବା ସହ ପ୍ଲାଷ୍ଟିକ୍‌ ପାଇପ୍‌ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଉଛି। ଏଥିସହ ପିଲାଟି ପାଇଁ ଖାଦ୍ୟ ସାମଗ୍ରୀ ଓ ପାଣି ବି ପଠାଯାଉଛି।

ଉକ୍ତ ବୋରୱେଲ ନିକଟରେ ଆଉ ଏକ ଗାତ ଖୋଳାଯାଇ ପିଲାଟିକୁ ବାହାର କରିବାକୁ ପ୍ରୟାସ ଜାରି ରହିଛି। ବରିଷ୍ଠ ଅଧିକାରୀମାନେ ସମଗ୍ର ଘଟଣା ଉପରେ ନଜର ରଖିଛନ୍ତି ।

ଚେତନାଙ୍କ ପିତା ଉକ୍ତ ବୋରୱେଲରେ ଥିବା ପ୍ଲାଷ୍ଟିକ୍‌ ପାଇପ୍‌କୁ ଦୁଇ ଦିନ ତଳେ ବାହାର କରିଥିଲେ। ଏହାପରେ ଏହି ଅଘଟଣ ଘଟିଛି।

Rajasthan Borewell Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe