Advertisment

‘ଡିମ୍ବାଣୁଦାତ୍ରୀ ମହିଳା ପିଲାଙ୍କ ପ୍ରକୃତ ମା’ ନୁହନ୍ତି’

‘ଡିମ୍ବାଣୁ ପ୍ରଦାନକାରୀ ମହିଳା ପ୍ରକୃତ ମା’ ପଦବାଚ୍ୟ ନୁହନ୍ତି। ସେ ପିଲାଟିର ଜୈବିକ ମା’ ହୋଇପାରନ୍ତି ମାତ୍ର ସେ ଆଇନଗତ ଭାବେ ଜନ୍ମିତ ପିଲାର ମା’ ବିବେଚିତ ହୋଇ ପାରିବେନି।’

ଅଦ୍ୟତନ ହୋଇଛି
Mother & Son

Mother & Son

Advertisment

‘ଡିମ୍ବାଣୁ ପ୍ରଦାନକାରୀ ମହିଳା ପ୍ରକୃତ ମା’ ପଦବାଚ୍ୟ ନୁହନ୍ତି। ସେମାନେ ପିଲାଟିର ଜୈବିକ ମା’ ହୋଇପାରନ୍ତି ମାତ୍ର ଆଇନଗତ ଭାବେ ସେମାନେ ଜନ୍ମିତ ପିଲାର ମା’ ରୂପେ ବିବେଚିତ ହୋଇ ପାରିବେନି।’ ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ।

Advertisment

ଜଣେ ଡିମ୍ବାଣୁ ପ୍ରଦାନକାରୀ ମହିଳା ଯାଁଳା ଶିଶୁ କନ୍ୟାଙ୍କ ମା’ ରୂପେ ନିଜକୁ ଦାବି କରି କୋର୍ଟ ଯାଇଥିବା ବେଳେ ଏପରି ରାୟ ଶୁଣାଇଛନ୍ତି କୋର୍ଟ। ବିଚାରପତି ମିଲିନ୍ଦ ଯାଦବ ଏହି ମାମଲାର ଶୁଣାଣି କରି ଏପରି ରାୟ ପ୍ରକାଶ କରିଚନ୍ତି।

ମୁମ୍ବାଇରେ ରହୁଥିବା ଜଣେ ମହିଳା ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, କୌଣସି ଅନୁମତି ବିନା ତାଙ୍କ ଯାଆଁଳା କନ୍ୟା ସନ୍ତାନଙ୍କୁ ତାଙ୍କ ସ୍ୱାମୀ ଝାଡ଼ଖଣ୍ଡ ନେଇ ଯାଇଛନ୍ତି। ଏଥିସହ ସେମାନଙ୍କ ସହ ତାଙ୍କର ସାକ୍ଷାତ କରିବାକୁ ଦେଉ ନାହାନ୍ତି।

Advertisment

ମହିଳା ଆବେଦନକାରୀ ଜଣକ ଝାଡଖଣ୍ଡ ନିବାସୀ ହୋଇଥିବା ବେଳେ ୨୦୧୨ ମସିହାରେ ବିବାହ କରିଥିଲେ। ମାତ୍ର ବହୁ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଯୋଗୁ ସେ ଗର୍ଭଧାରଣ କରି ପାରିଲେ ନାହିଁ। ସେ କେବେ ଗର୍ଭ ଧାରଣ କରି ପାରିବେ ନାହିଁ ବୋଲି ଡାକ୍ତର କହିବା ସହ IVF ଜରିଆରେ ସନ୍ତାନର ପିତାମାତା ହେବାକୁ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ମହିଳା ଜଣକ ନିଜ ଭଉଣୀଙ୍କୁ ଅନୁରୋଧ କରିଥିଲେ।

ଏହା ପରେ ସମ୍ପୃକ୍ତ ମହିଳାଙ୍କ ଭଉଣୀ ୨୦୧୯ ମସିହାରେ ତାଙ୍କ ଭିଣୋଇଙ୍କ ଶୁକ୍ରାଣୁକୁ ଭ୍ରୁଣରେ ପରିଣତ କରିବା ପାଇଁ ନିଜ ଡିମ୍ବାଣୁ ଦାନ କରି ଗର୍ଭବତୀ ହୋଇଥିଲେ। ମାତ୍ର ସେ ୩ ମାସର ଗର୍ଭବତୀ ହୋଇଥିବା ବେଳେ ଏକ ଦୁର୍ଘଟଣାରେ ତାଙ୍କ ସ୍ୱାମୀ ଓ ଝିଅଙ୍କର ମୃତ୍ୟୁ ଘଟିଥିଲା। କିଛି ଦିନ ପରେ ତାଙ୍କ ଗର୍ଭରେ ବଢ଼ୁଥିବା ଯାଅଁଳା ଶିଶୁକନ୍ୟା ଦ୍ୱୟ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଭଉଣୀ ପିଲା ଦୁହିଁଙ୍କୁ ନିଜ ନିକଟକୁ ନେଇ ଯାଇଥିଲେ।

ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଚାଲିଥିଲା। ମହିଳା ଜଣକ ନିଜ ସ୍ୱାମୀ ଓ ଦୁଇ ଶିଶୁଙ୍କ ସହ ଖୁସିରେ ଥିଲେ। ସମୟ ଗଡ଼ିବା ପରେ ତାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହେଲା। ମହିଳାଙ୍କ ସ୍ୱାମୀ ତାଙ୍କୁ କିଛି ନ ଜଣାଇ ନିଜର ଦୁଇ ଶିଶୁଙ୍କୁ ଧରି ଝାଡ଼ଖଣ୍ଡ ଚାଲି ଯାଇଥିଲେ। ସେଠାରେ ସେ ନିଜର ବିଧବା ଶାଳୀ ତଥା ପିଲାଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ସହ ରହୁଛନ୍ତି।

ନିଜ ଛୁଆଙ୍କ ଲାଳନପାଳନ ଦାୟିତ୍ୱ ନିମନ୍ତେ ମହିଳା ଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏହାକୁ ବିରୋଧ କରି ତାଙ୍କ ସ୍ୱାମୀ ଓ ଭଉଣୀ ବି କୋର୍ଟରେ ଯୁକ୍ତି ରଖିଲେ।

ଏନେଇ ମହିଳାଙ୍କ ସ୍ୱାମୀ କହିଛନ୍ତି, ପତ୍ନୀଙ୍କ ଭଉଣୀ ଦୁଇ ପିଲାଙ୍କ ଡିମ୍ବାଣୁ ପ୍ରଦାନକାରୀ ହୋଇଥିବା ବେଳେ ସେ ନିଜକୁ ଶାରୀରିକ ମା’ ଭାବେ ଦାବି କରି ପାରିବେ। ତେଣୁ ପିଲାଙ୍କ ଉପରେ ତାଙ୍କ ପତ୍ନୀଙ୍କର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି।

ଏନେଇ କୋର୍ଟଙ୍କ ପକ୍ଷରୁ ଜଣେ ବିଶେଷଜ୍ଞଙ୍କ ମତ ନିଆଯାଇଥିଲା। ସେ ସରୋଗେସି ଚୁକ୍ତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ କୋର୍ଟଙ୍କୁ ଅବଗତ କରିଥିଲେ। ଗାଇଡଲାଇନ୍‌ ଅନୁଯାୟୀ, ପିଲାଦ୍ୱୟ ଏବେ ସମ୍ପୂର୍ଣ୍ଣ ଭାବେ ଆବେଦନକାରୀ ମହିଳା ଓ ତାଙ୍କ ସ୍ୱାମୀଙ୍କର। ଡିମ୍ବାଣୁ ପ୍ରଦାନକାରୀ ମହିଳା ସେମାନଙ୍କୁ ନିଜର ବୋଲି ଦାବି କରି ପାରିବେନି।

ତେଣୁ ଏହି ମାମଲାର ଶୁଣାଣି କରି ମହିଳାଙ୍କ ଭଉଣୀଙ୍କର ତାଙ୍କ ପିଲାଙ୍କ ଉପରେ କୌଣସି ଅଧିକାର ନାହିଁ ଓ ସେ ତାଙ୍କୁ ନିଜର ବୋଲି ଦାବି କରିପାରିବେନି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

Mumbai Judgement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe