President Abdel Fattah El-sisi conferred Prime Minister Narendra modi with the highest state honour
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଜିପ୍ଟର ସର୍ବୋଚ୍ଚ ସମ୍ମାନ 'Order of the Nile' ଗ୍ରହଣ କରିଛନ୍ତି। ସେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫର୍ଥା ଇ-ସିସ୍ଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ଭିତରେ ଏହା ବିଭିନ୍ନ ଦେଶ ପକ୍ଷରୁ ମିଳିଥିବା ସର୍ବୋଚ୍ଚ ସମ୍ମାନ ମଧ୍ୟରେ ୧୩ ତମ। ଏହି ସମୟରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଭିତରେ ବିଭିନ୍ନ ପ୍ରସଙ୍ଗରେ ଅଲୋଚନା ହୋଇଥିଲା। ବିଶେଷ କରି ବାଣିଜ୍ୟ, ପୁଞ୍ଜି ନିବେଶ୍, ପ୍ରତିରକ୍ଷା, ଅକ୍ଷୟ ଶକ୍ତି କ୍ଷେତ୍ରରେ କିଭଳି ଦୁଇ ଦେଶ ମଧ୍ୟରେ ସହଭାଗିତା ବୃଦ୍ଧି ହେବ ସେନେଇ ଆଲୋଚନା ହୋଇଥିଲା। ପରେ ଉଭୟ ଭାରତ ଏବଂ ଇଜିପ୍ଟ ମଧ୍ୟରେ ୩ଟି ବୁଝାମଣା ସ୍ୱାକ୍ଷରିତ ହୋଇଛି। କୃଷି, ପତ୍ନତତ୍ତ୍ୱ ଏବଂ ଆଇନ କ୍ଷେତ୍ରରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି।
ଇଜିପ୍ଟ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପାଇବା ପରେ ସେଠାରେ ପହଞ୍ଚିଛନ୍ତି ମୋଦି। ଦୀର୍ଘ ୨୬ ବର୍ଷ ପରେ ଜଣେ ରାଷ୍ଟ୍ରମୁଖ୍ୟ ଭାବେ ଭାରତର ପ୍ରଧାନମନ୍ତ୍ରୀଙ୍କ ଏହା ଇଜିପ୍ଟ ଗସ୍ତ।
ଅନ୍ୟପଟେ ମୋଦି ଇଜିପ୍ଟ ଗସ୍ତ ବେଳେ ହେଲିଓପୋଲିସ୍ ଯୁଦ୍ଧ ସ୍ମାରକୀରେ ପୁଷ୍ପଗୁଚ୍ଛ ଦେଇ ଭାତରୀୟ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଥିଲେ। ପ୍ରଥମ ବିଶ୍ୱ ଯୁଦ୍ଧ ବେଳେ ସହିଦ୍ ହୋଇଥିବା ଭାରତୀୟ ସୈନ୍ୟମାନଙ୍କ ନାମ ଏହି ସ୍ମାରକୀରେ ରହିଛି। ଇଜିପ୍ଟ ଓ ପାଲେଷ୍ଟାଇନରେ ହୋଇଥିବା ଏହି ବିଶ୍ୱଯୁଦ୍ଧରେ ପ୍ରାୟ ୪ ହଜାର ଭାରତୀୟ ସୈନ୍ୟ ସହିଦ୍ ହୋଇଥିଲେ।
ସୂଚନା ଥାଉକି, ଇ-ସିସ୍ ଆସନ୍ତା ସେପ୍ଟେମ୍ବରରେ ଜି-୨୦ ବୈଠକ ନିମନ୍ତେ ଭାରତ ଆସିବାକୁ ସମୟ ଧାର୍ଯ୍ୟ ହୋଇଛି। ଯେତେବେଳେ କି ଇଜିପ୍ଟର ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ଆସିବା ପାଇଁ ଭାରତ ପକ୍ଷରୁ ନିମନ୍ତ୍ରଣ ମଧ୍ୟ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1687694365.jpg)