Advertisment

ଡମ୍ପରରେ ପିଟି ହେଲା ବୋଲେରୋ; ଚାଲିଗଲା ୮ ଜୀବନ

ରାସ୍ତାରେ ଛିଡ଼ା ହୋଇଥିବା ଏକ ଡମ୍ପର ପଛପଟେ ଏକ ବୋଲେରୋ ପିଟି ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ବୋଲେରୋ ଟାୟାର ଫାଟିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି ।

ଅଦ୍ୟତନ ହୋଇଛି
 Accident

Accident

Advertisment

ମଧ୍ୟ ପ୍ରଦେଶର ଇନ୍ଦୋରରେ ଗତକାଲି ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ ଡମ୍ପର ପଛପଟେ ଏକ ବୋଲେରୋ ପିଟି ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ବୋଲେରୋ ଟାୟାର ଫାଟିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

Advertisment

ଗତ ରାତିରେ ବୋଲେରୋରେ ପ୍ରାୟ ୯ ଜଣ ଗୁନା ଅଭିମୁଖେ ଯାଉଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଘାଟବିଲୋଡ୍ ନିକଟରେ ଗାଡ଼ିର ଟାୟାର ଫାଟି ଯାଇଥିଲା। ଏହାପରେ ଗାଡ଼ିଟି ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଡମ୍ଫର ପଛ ପଟେ ଜୋରରେ ପିଟି ହୋଇ ଯାଇଥିଲା। ଧକ୍କା ଏତେ ଜୋର ଥିଲା ଯେ, ବୋଲେରୋଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଥିବା ବେଳେ ସମସ୍ତ ଯାତ୍ରୀ ତା’ ଭିତରେ ଫସି ଯାଇଥିଲେ।

ଖବର ପାଇ ବରିଷ୍ଠ ପୁଲିସ୍‌ ଅଧିକାରୀ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିକୁ କାଟି ତା’ ମଧ୍ୟରୁ ୮ଟି ମୃତଦେହ ବାହାର କରାଯାଇଥିଲା। ମୃତକକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁଲିସ୍‌ କର୍ମଚାରୀ ବି ଥିବା ଜଣାଯାଇଛି। ପୁଲିସ୍‌ କର୍ମଚାରୀଜଣକ ଶିବପୁରୀ ଥାନାରେ କାର୍ଯ୍ୟରତ ଥିବା ତାଙ୍କ ପରିଚୟପତ୍ରରୁ ଜଣାଯାଇଛି। ଏହି ଦୁର୍ଘଟଣାରେ ବୋଲେରୋରେ ଥିବା ଜଣେ ବୃଦ୍ଧ ଗୁରୁତର ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଡମ୍ଫର ଚାଳକ ଫେରାର ହୋଇ ଯାଇଛନ୍ତି।

Accident Madhya Pradesh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe