Advertisment

ପର୍ବ ପାଳନ ବେଳେ ଅଘଟଣ; ପୋଖରୀରେ ବୁଡ଼ିଗଲେ ୮ ନାବାଳିକା, ନାବାଳକ

ଏହି ପର୍ବ ପାଳନ ବେଳେ ଲୋକମାନେ ପୋଖରୀରେ ଗାଧୋଉଥିବା ବେଳେ  ଭିନ୍ନ ଭିନ୍ନ ଗାଁରେ ବୁଡ଼ି ସମୁଦାୟ ୮ ଜଣଙ୍କ ମୃତ୍ୟୁ ହୋଇଛି।

author-image
Niharika Rout
Drown

Drown

ବିହାରରେ ‘ଜୀବିତ ପୁତ୍ରିକା’ ପର୍ବ ପାଳନ ବେଳେ ଘଟିଛି ଦୁଃଖଦ ଘଟଣା। ଏହି ପର୍ବ ପାଳନ ବେଳେ ଲୋକମାନେ ପୋଖରୀରେ ଗାଧୋଉଥିବା ବେଳେ  ଭିନ୍ନ ଭିନ୍ନ ଗାଁରେ ବୁଡ଼ି ସମୁଦାୟ ୮ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୭ ନାବାଳିକା ଓ ଜଣେ ନାବାଳିକା ଅଛନ୍ତି। ମୃତକଙ୍କ ବୟସ ୮ ବର୍ଷରୁ ୧୮ ବର୍ଷ ମଧ୍ୟରେ ହେବ ।

Advertisment

ବିହାରରେ ଗତକାଲି ‘ଜୀବିତ ପୁତ୍ରିକା’ ପର୍ବ ପାଳିତ ହେଉଥିଲେ। ଏହି ପର୍ବ ପାଳନ କରୁଥିବା ଲୋକେ ପରିବାର ସହ ନିକଟସ୍ଥ ପୋଖରୀ, ନଦୀକୁ ଯାଇ ବୁଡ଼ ପକାଇଥିଲେ। ଏହି ସମୟରେ ଦୁଇଟି ଭିନ୍ନ ଭିନ୍ନ ଗାଁରେ ଅଘଟଣ ଘଟିଛି। ଅସାବଧାନତାବଶଃତ ଗୋଡ଼ ଖସିଯିବାରୁ ୭ ନାବାଳିକା ଓ ଜଣେ ନାବାଳକ ପୋଖରୀରେ ବୁଡ଼ି ଯାଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଓ ପୁଲିସ୍‌ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ମାତ୍ର ଡାକ୍ତର ସମସ୍ତ ୮ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ନିଜ ପିଲାଙ୍କୁ ହରାଇ ବାପାମା’ମାନେ ସ୍ତବ୍ଧ ହୋଇଯାଇଥିବା ବେଳେ ସେମାନଙ୍କ ଆଖିରୁ ଲୁହ ଝରିବା ବନ୍ଦ ହେଉ ନାହିଁ ।

Advertisment

ଏହି ଘଟଣା ସମଗ୍ର ବିହାରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ମୁଖ୍ୟମନ୍ତୀ ନୀତୀଶ କୁମାର ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଜଣାଇବା ସହ ୪ ଲକ୍ଷ ଟଙ୍କା ଲେଖାଏଁର ସହାୟତା ରାଶି ଘୋଷଣା କରିଛନ୍ତି।

Bihar Drown Case