Advertisment

ଆପ୍‌ରୁ ଇସ୍ତଫା ଦେଇଥିବା ୮ ବିଧାୟକ ବିଜେପିରେ ମିଶିଲେ

ଏହି ବିଧାୟକମାନଙ୍କୁ ଦଳକୁ ସ୍ୱାଗତ କରି ବୈଜୟନ୍ତ ପଣ୍ଡା କହିଥିଲେ ଯେ ଆଜି ହେଉଛି ଏକ ଐତିହାସିକ ଦିନ। ସେମାନେ (ବିଧାୟକମାନେ) ଆପ୍‌ଦା (ବିପର୍ଯ୍ୟୟ)ରୁ ନିଜକୁ ମୁକ୍ତ କରି ଦେଇଛନ୍ତି।

BJP

BJP

Advertisment

ଆପ୍‌ରୁ ଇସ୍ତଫା ଦେଇଥିବା ୮ ଜଣ ବିଧାୟକ ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀ ଶାଖା ସଭାପତି ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ଏହି ବିଧାୟକମାନେ ଦଳରେ ଯୋଗ ଦେଇଛନ୍ତି।

Advertisment

ବିଜେପିରେ ଯୋଗ ଦେଇଥିବା ଏହି ବିଧାୟକମାନେ ହେଉଛନ୍ତି- ନରେଶ ଯାଦବ,ରୋହିତ କୁମାର ମେହରୌଲିଆ, ରାଜେଶ ଋଷି, ମଦନ ଲାଲ, ପବନ ଶର୍ମା, ଭାବନା ଗୌଡ଼, ବିଏସ୍‌ ଜୁନ ଓ ଗିରିଶ ସୋନି। 

ଏହି ବିଧାୟକମାନଙ୍କୁ ଦଳକୁ ସ୍ୱାଗତ କରି ବୈଜୟନ୍ତ ପଣ୍ଡା କହିଥିଲେ ଯେ ଆଜି ହେଉଛି ଏକ ଐତିହାସିକ ଦିନ। ସେମାନେ (ବିଧାୟକମାନେ) ଆପ୍‌ଦା (ବିପର୍ଯ୍ୟୟ)ରୁ ନିଜକୁ ମୁକ୍ତ କରି ଦେଇଛନ୍ତି। ଫେବ୍ରୁଆରୀ ୫ ତାରିଖ ପରେ ଦିଲ୍ଲୀ ମଧ୍ୟ ଆପ୍‌ କବଳରୁ ମୁକ୍ତ ହୋଇଯିବ। 

Advertisment

ଆପ୍‌ରୁ ଇସ୍ତଫା ଦେବା ପରେ ଏହି ବିଧାୟକମାନେ ବାଚସ୍ପତିଙ୍କୁ ମଧ୍ୟ ସେମାନଙ୍କ ଇସ୍ତଫାପତ୍ର ପଠାଇଥିଲେ ବୋଲି କହିଛନ୍ତି। ସେମାନଙ୍କ ସଭ୍ୟ ପଦ ତ୍ୟାଗ କରୁଥିବା ନେଇ ବାଚସ୍ପତିଙ୍କୁ ଜଣାଇଥିବା କହିଛନ୍ତି। 

ନରେଶ ଯାଦବ ତାଙ୍କ ଇସ୍ତଫାପତ୍ରରେ ଲେଖିଥିଲେ ଯେ ଆପ୍ ଗଠନ ହେବା ବେଳେ ଯେଉଁ ଆଦର୍ଶ ରାଜନୀତି କଥା କୁହାଯାଇଥିଲା, ତାହା ଆଉ ଦଳରେ ନାହିଁ। ଏବେ ଦଳ ଦୁର୍ନୀତିରେ ବୁଡ଼ି ରହିଛି।

ସେହିଭଳି ରାଜେଶ ଋଷି କହିଥିଲେ ଯେ ଦଳ ତା’ର ମୂଳ ମୂଲ୍ୟବୋଧରୁ ସଂପର୍କ ତୁଟାଇ ସାରିଛି। ଦଳ ଗଠନ ବେଳେ ଦୁର୍ନୀତି ମୁକ୍ତ ତଥା ସ୍ୱଚ୍ଛ ଶାସନର ଯେଉଁ ସ୍ଲୋଗାନ ଦିଆଯାଇଥିଲା, ଦଳ ତାକୁ ଭୁଲି ଯାଇଛି। ଦଳ ଏବେ ପକ୍ଷପାତିତା ଓ ଦୁର୍ନୀତିରେ ବୁଡ଼ି ରହିଛି ବୋଲି ସେ କହିଛନ୍ତି।

ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦଳକୁ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆଣିବାକୁ ଲାଗି ପଡ଼ିଛନ୍ତି। ତେବେ ବିଜେପି କଡ଼ା ଟକ୍କର ଦେଉଛି। ଏହି ବିଧାୟକମାନେ ବିଜେପିରେ ମିଶିଯିବା ପରେ ଆପ୍‌ର ଚିନ୍ତା ବଢ଼ିଯାଇଛି। ସେହି ଆସନଗୁଡ଼ିକରେ ଭୋଟ୍ ଭାଗ ହେବ ଓ ତାହା ବିଜେପି ଖାତାକୁ ଆସିବ ବୋଲି କୁହାଯାଉଛି। ବିଜେପି ୨୭ ବର୍ଷ ହେଲାଣି ଦିଲ୍ଲୀରେ ଶାସନ ଗାଦିରେ ବସିପାରି ନାହିଁ। ତେବେ ଫେବ୍ରୁଆରୀ ୮ ତାରିଖରେ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ ଭୋଟର ଏଥର କାହାକୁ ଭୋଟ୍ ଦେବାକୁ ମନସ୍ଥ କରିଛନ୍ତି। 

AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe