Advertisment

ନିଶା ପାଇଁ ନାବାଳିକାକୁ ଅପହରଣ କରିଥିଲା ଅଭିଯୁକ୍ତ; ଚଳନ୍ତା ଟ୍ରେନରୁ ଧରା ପଡ଼ିଲା

ନିଶା ଦ୍ରବ୍ୟ କିଣିବା ପାଇଁ ଅଭିଯୁକ୍ତ ପାଖରେ ଟଙ୍କା ନଥିଲା। ଏଥିପାଇଁ ନାବାଳିକାକୁ ଅଭିଯୁକ୍ତ ଅପହରଣ କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
kidnapped

kidnapped

ନିଶା କଲା ବାୟା। ମାଦକ ଦ୍ରବ୍ୟ କିଣିବା ପାଇଁ ଜଣେ ୮ବର୍ଷୀୟ ନାବାଳିକା ଅପହରଣ କରି ନେଇ ମୋଟା ଅଙ୍କର ଟଙ୍କା ମାଗିଲା ଅଭିଯୁକ୍ତ। ପୁଲିସ ଅଭିଯୁକ୍ତ ମୋବାଇଲକୁ ଟ୍ରାକ କରି ନାବାଳିକାକୁ ଚଳନ୍ତା ଟ୍ରେନରୁ ଉଦ୍ଧାର କରିଛି। ଏଥିସହ ଅଭିଯୁକ୍ତକୁ ଗିରଫ କରିଛି। ଏପରି ଅଭିଯୋଗ ଆସଛି ଦିଲ୍ଲୀରୁ। ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ରୋହିତ କୁମାର (୨୧)। ଦିଲ୍ଲୀ ପୁଲିସ ବିହାରର ବକସର ଜିଲ୍ଲାରୁ ଏକ ଚଳନ୍ତା ଟ୍ରେନରୁ ନାବାଳିକାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।

Advertisment

ଅଭିଯୋଗ ଅନୁସାରେ, ସେପ୍ଟେମ୍ବର ୨୩ ତାରିଖରେ ନାବାଳିକାକୁ ଅପହରଣ କରିନେଇଥିଲା ଅଭିଯୁକ୍ତ। ପରେ ନାବାଳିକାର ବାପାକୁ ଏକ ଫୋନ୍ କଲ୍ ଆସିଥିଲା। ଫୋନରେ ୨୦ ହଜାର ଟଙ୍କା ମାଗିଥିଲା ଅଭିଯୁକ୍ତ। ତୁମ ଝିଅ ମୋ ପାଖରେ ଅଛି, ୨୦ ହଜାର ଟଙ୍କା ଦିଅ ବୋଲି ଧମକ ଦେଇଥିଲା। ପରେ ଅଭିଯୁକ୍ର ଫୋନ୍ ବନ୍ଦ ହୋଇଯାଇଥିଲା। ଏନେଇ ନାବାଳିକାର ବାପା ଦିଲ୍ଲୀ ସ୍ଥିତ ବେରି ଥାନାରେ ଅଭିଯୋଗ କରିଥିଲେ। ଦିନ ମଜୁରୀ କାମ ପାଇଁ ବାହାରକୁ ଯାଇଥିବା ବେଳେ ଝିଅକୁ କିଏ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ କରିଥିଲେ ନାବାଳିକାର ବାପା।

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଅଭିଯୁକ୍ତର ମୋବାଇଲକୁ ଟ୍ରାକ୍ କରିବା ସହ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭୁ ଯାଞ୍ଚ କରିଥିଲା ଓ ଏଥିସହ ଆଖପାଖ ଲୋକଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ନାବାଳିକାକୁ ଜଣେ ଯୁବକ ନେଇ ଯାଉଥିବା ପୁଲିସକୁ କହିଥିଲା। ପୁଲିସ ଅଭିଯୁକ୍ତକୁ ଧରିବାକୁ ଜାଲ ବିଛାଇଥିଲା। ଅଭିଯୁକ୍ତର ମୋବାଇକୁ ଟ୍ରାକ କରିଥିଲା ପୁଲିସ। ଅଭିଯୁକ୍ତ ବିହାରରେ ଥିବା ଜଣାପଡ଼ିଥିଲା। ଦିଲ୍ଲୀ ପୁଲିସ ବିହାରରେ ପହଞ୍ଚି ଖୋଳାତାଡ଼ ଆରମ୍ଭ କରିଥିଲା।ଶେଷରେ ବିହାରର ବକସର ଜିଲ୍ଲାରୁ ଚଳନ୍ତା ଟ୍ରେନରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା।

Advertisment

ଅଭିଯୁକ୍ତ ରୋହିତ ଦିନ ମଜୁରିଆ କାମ ପାଇଁ ଦିଲ୍ଲୀ ଆସିଥିଲା। ନାବାଳିକା ରହୁଥିବା ଅଞ୍ଚଳରେ ସେ ରହୁଥିଲା। ନିଶା ଦ୍ରବ୍ୟ କିଣିବା ପାଇଁ ଅଭିଯୁକ୍ତ ପାଖରେ ଟଙ୍କା ନଥିଲା। ଏଥିପାଇଁ ନାବାଳିକାକୁ ଅଭିଯୁକ୍ତ ଅପହରଣ କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Delhi Kidnapped