Banas River
ଗାଧୋଉଥିବା ବେଳେ ନଦୀରେ ବୁଡ଼ି ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଆଜି ଘଟିଛି ଏହି ଘଟଣା।
ଟୋଙ୍କ ଜିଲ୍ଲା ଏସ୍ପି ବିକାଶ ସାଙ୍ଗୱାନ କହିଛନ୍ତି, ପ୍ରାୟ ୨୫ରୁ ୩୦ ବର୍ଷ ମଧ୍ୟରେ ୧୧ ଜଣ ଯୁବକ ଜୟପୁରରୁ ଏଠାକୁ ପିକ୍ନିକ୍ କରିବାକୁ ଆସିଥିଲେ। ସେମାନେ ବନାସ ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଗାଧୋଉଥିବା ବେଳେ ସେମାନେ ଗଭୀର ଜଳକୁ ଖସି ଯାଇଥିଲେ। ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେମାନେ ଚିକିତ୍ସାଧୀନ ଅଛନ୍ତି ଓ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। କିନ୍ତୁ ଅନ୍ୟ ୮ ଜଣଙ୍କର ମୃତ୍ୟୁ ଘଟିଛି।
ତେବେ ଏହି ଯୁବକମାନେ କେମିତି ଗଭୀର ଜଳକୁ ଖସି ଗଲେ, ତାହା ସ୍ପଷ୍ଟ ହୋଇପାରିନାହିଁ ବୋଲି ଏସ୍ପି କହିଛନ୍ତି। ଘଟଣାର ତଦନ୍ତ ଚାଲିଥିବା ସେ କହିଛନ୍ତି।
ଗ୍ରୀଷ୍ମ ଋତୁ ଯୋଗୁ ବନାସ ନଦୀରେ ଅଧିକ ପାଣି ନାହିଁ। ସେହିଭଳି ନଦୀର ସ୍ରୋତ ମଧ୍ୟ ଭସାଇ ନେଲା ଭଳି ନାହିଁ। ତେବେ ନଦୀର କିଛି କିଛି ସ୍ଥାନରେ ପାଣିର ଗଭୀରତା ଅଧିକ ରହିଛି। ଆଶଙ୍କା କରାଯାଉଛି, ପ୍ରଥମେ କେହି ଜଣେ ଗାଧୋଇବା ବେଳେ ଗଭୀର ଜଳରେ ଫସି ଯାଇଥିଲେ ଓ ଆଉ ବାହାରି ପାରି ନଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ବୁଡ଼ି ଯାଇଥିଲେ। ଉଦ୍ଧାର ପାଇଥିବା ଯୁବକମାନେ ହିଁ ସଠିକ୍ କାରଣ କହିପାରିବେ।
ଏହି ଘଟଣାରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1749553942.jpg)